IND vs IRE: ଭାରତ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା ଆୟର୍ଲାଣ୍ଡ, ଏହି ଅଭିଜ୍ଞ ଖେଳାଳିଙ୍କୁ କଲା ଅଧିନାୟକ
Advertisement

IND vs IRE: ଭାରତ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା ଆୟର୍ଲାଣ୍ଡ, ଏହି ଅଭିଜ୍ଞ ଖେଳାଳିଙ୍କୁ କଲା ଅଧିନାୟକ

India vs Ireland T20I Series: କ୍ରିକେଟ୍ ଆୟର୍ଲାଣ୍ଡ ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି, ଯାହାର ଅଧିନାୟକତ୍ୱ ପଲ୍ ଷ୍ଟିରଲିଂଙ୍କୁ ଦିଆଯାଇଛି ।

ସୌ: ସୋସିଆଲ ମିଡିଆ

Ireland name T20I squad for India series: ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ କରିବା ପରେ ଭାରତୀୟ ଦଳ (Ireland Cricket Team) ଆୟର୍ଲାଣ୍ଡ ଗସ୍ତ କରିବ, ଯେଉଁଠାରେ ଦଳ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏହି ଗସ୍ତର ପ୍ରଥମ ମ୍ୟାଚ୍ ୧୮ ଅଗଷ୍ଟରେ ଖେଳାଯିବ । ଯେଉଁଠାରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ଏହି ସିରିଜ୍ ପାଇଁ ଦଳ ଘୋଷଣା କରିସାରିଛି । ଏଥି ସହିତ ଆୟୋଜକ ଆୟର୍ଲାଣ୍ଡ (Ireland) ମଧ୍ୟ ୧୫ ଜଣିଆ ଦଳ ଘୋଷଣା କରିଛି, ଯାହାର ଅଧିନାୟକତ୍ୱ ପାଲ ଷ୍ଟର୍ଲିଂଙ୍କୁ ଦିଆଯାଇଛି ।

ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆୟର୍ଲାଣ୍ଡ ଦଳ ଯୋଗ୍ୟତା ଅର୍ଜନ କରିସାରିଛି । ଏହି ସିରିଜରେ ଦଳ ବିଶ୍ୱକପକୁ ଧ୍ୟାନରେ ରଖି ଖେଳିବ । ଅନେକ ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଭାରତୀୟ ଦଳରେ ବିଶ୍ରାମ ଦିଆଯାଇଛି ।

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଆୟର୍ଲାଣ୍ଡ ଦଳ
ପଲ୍ ଷ୍ଟିରଲିଂ (ଅଧିନାୟକ), ଆଣ୍ଡ୍ରିୟୁ ବଲବର୍ନି, ମାର୍କ ଅଡେୟର୍, ରସ୍ ଅଡେୟର, କାର୍ଟିସ୍ କ୍ୟାମ୍ପର୍, ଗାରେଥ୍ ଡେଲାନି, ଜର୍ଜ ଡକ୍ରେଲ୍, ଫିଓନ୍ ହ୍ୟାଣ୍ଡ, ଜୋଶୁଆ ଲିଟିଲ୍, ବାରି ମ୍ୟାକକାରି, ହ୍ୟାରି ଟେକ୍ଟର, ଲର୍କେନ୍ ଟକର୍, ଥିଓ ଭାନ୍ ଭୋର୍କମ୍, ବେନ୍ ହ୍ୱାଇଟ, କ୍ରେଗ ୟଙ୍ଗ ।

ଭାରତୀୟ ଦଳ ଜସପ୍ରୀତ ବୁମ୍ରାଙ୍କ ଅଧିନାୟକତ୍ୱରେ ଖେଳିବ
ଏହି ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଜସପ୍ରୀତ ବୁମ୍ରାଙ୍କ ଅଧିନାୟକତ୍ୱ କରିବେ, ଯିଏକି ତାଙ୍କ ପିଠିରେ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦୀର୍ଘ ସମୟ ପରେ କ୍ରିକେଟ୍ ଫିଲ୍ଡକୁ ଫେରିବାକୁ ଯାଉଛନ୍ତି । ଏହା ବ୍ୟତୀତ ରିଙ୍କୁ ସିଂ ଓ ଜିତେଶ ଶର୍ମା ମଧ୍ୟ ଏହି ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ।

ଏଠାରେ ଦେଖନ୍ତୁ ଭାରତୀୟ ଦଳ
ଜସପ୍ରୀତ ବୁମ୍ରା (ଅଧିନାୟକ), ରୁତୁରାଜ ଗାଇକୱାଡ (ଉପ-ଅଧିନାୟକ), ଯଶସ୍ୱୀ ଜୌସୱାଲ, ତିଲକ ଭର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ୍ କିପର), ଜିତେଶ ଶର୍ମା (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର, ଆବେଶ ଖାନ ।

ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ 

ପ୍ରଥମ T20 - ୧୮ ଅଗଷ୍ଟ, ଡବଲିନ୍, ସନ୍ଧ୍ୟା 7:30 IST 
ଦ୍ୱିତୀୟ T20 - ୨୦ ଅଗଷ୍ଟ, ଡବଲିନ୍, ସନ୍ଧ୍ୟା 7:30 IST 
ତୃତୀୟ T20 - ୨୩ ଅଗଷ୍ଟ, ଡବଲିନ୍, ସନ୍ଧ୍ୟା 7:30 PM IST 

ଏହା ବି ପଢ଼ନ୍ତୁ: India vs West Indies: ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦଳ ଉପରେ ଭାରି ଜରିମାନା ଲଗାଇଲା ଆଇସିସି, ଜାଣନ୍ତୁ କାହିଁକି ମିଳିଲା 'ଦଣ୍ଡ'?

ଏହା ବି ପଢ଼ନ୍ତୁ: Manoj Tiwary Retirement: କ୍ରିକେଟରୁ ହଠାତ୍ ଅବସର ନେଲେ ଏହି ଭାରତୀୟ ଖେଳାଳି, ସୋସିଆଲ ମିଡିଆରେ ଲେଖିଲେ ଏକ ଭାବପ୍ରବଣ ପୋଷ୍ଟ