Ind vs Eng: ଆଜିଠୁ ଖେଳାଯିବ ପଞ୍ଚମ ଟେଷ୍ଟ ମ୍ୟାଚ୍, ଭାଙ୍ଗିପାରେ ଏହିସବୁ ରେକର୍ଡ଼
Advertisement

Ind vs Eng: ଆଜିଠୁ ଖେଳାଯିବ ପଞ୍ଚମ ଟେଷ୍ଟ ମ୍ୟାଚ୍, ଭାଙ୍ଗିପାରେ ଏହିସବୁ ରେକର୍ଡ଼

Ind vs Eng: ଆଜିଠାରୁ ଭାରତ ଓ ଇଂଲଣ୍ତ ମଧ୍ଯରେ ଆରମ୍ଭ ହେବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ୩-୧ରେ ଆଗୁଆ ଥିବା ଭାରତ ଶେଷ ମ୍ୟାଚ୍ ଜିତି ଇତିହାସ ରଚିବା ନେଇ ଯୋଜନା କରୁଛି । ସେପଟେ ସିରିଜ ହାରି ସାରିଥିଲେ ହେଁ ଇଂଲଣ୍ତ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ରହିଛି । ଦଳ ଆଉ ଏକ ବିଜୟ ସହ ସ୍ବଦେଶ ଫେରିବା ନେଇ ଲକ୍ଷ୍ୟ ରଖିଛି ।

Ind vs Eng: ଆଜିଠୁ ଖେଳାଯିବ ପଞ୍ଚମ ଟେଷ୍ଟ ମ୍ୟାଚ୍, ଭାଙ୍ଗିପାରେ ଏହିସବୁ ରେକର୍ଡ଼

Ind vs Eng 5th Test: ଆଜିଠାରୁ ଭାରତ ଓ ଇଂଲଣ୍ତ ମଧ୍ଯରେ ଆରମ୍ଭ ହେବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ୩-୧ରେ ଆଗୁଆ ଥିବା ଭାରତ ଶେଷ ମ୍ୟାଚ୍ ଜିତି ଇତିହାସ ରଚିବା ନେଇ ଯୋଜନା କରୁଛି । ସେପଟେ ସିରିଜ ହାରି ସାରିଥିଲେ ହେଁ ଇଂଲଣ୍ତ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ରହିଛି । ଦଳ ଆଉ ଏକ ବିଜୟ ସହ ସ୍ବଦେଶ ଫେରିବା ନେଇ ଲକ୍ଷ୍ୟ ରଖିଛି ।

ଧର୍ମଶାଳାର ଏଚପିସିଏ ଗ୍ରାଉଣ୍ତରେ ଦ୍ବିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ସିରିଜରେ ପ୍ରଥମ ଥର ଫୋକସକୁ ଆସିଛନ୍ତି ପେସ୍ ବୋଲର । ଧର୍ମଶାଳାର ଥଣ୍ତା ଜଳବାୟୁ ପେସ ବୋଲରଙ୍କ ପାଇଁ ବେଶ ଅନୁକୂଳ ରହିବ ବୋଲି କୁହାଯାଉଛି । ଯଶପ୍ରୀତ ବୁମରା ଏକାଦଶକୁ ଫେରିଥିବା ବେଳେ ମହମ୍ମଦ ସିରାଜ ମଧ୍ଯ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଇଂଲଣ୍ତ ମଧ୍ଯ ଫାଷ୍ଟ ବୋଲର ମାର୍କ ଉଡ଼ଙ୍କୁ ଦଳରେ ସାମିଲ କରିଛି । ତେବେ ଚତ୍ମକାର ଫର୍ମରେ ଥିବା ଯଶସ୍ବୀ ଜୈସ୍ବାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏହି ଟେଷ୍ଟ ଜରିଆରେ ଅନେକ ରେର୍କଡ଼ ଭାଙ୍ଗିଥିବା ଯଶସ୍ବୀ ୪ଟି ଟେଷ୍ଟ ମ୍ୟାଚ୍ ରେ ୬୫୫ ରନ୍ ସଂଗ୍ରହ କରିଛନ୍ତି । ତେବେ ଆଜିର ମ୍ୟାଚ୍ ରେ ୧ ରନ୍ କଲେ ଜୈସ୍ବାଲଙ୍କ ବିରାଟ କୋହଲିଙ୍କ ରେକର୍ଡ଼ ଭାଙ୍ଗିବେ । ଇଂଲଣ୍ତ ବିପକ୍ଷ ସିରିଜରେ ସର୍ବାଧିକ ରନ୍ ରେକର୍ଡ଼ ସହ ସେ ଏବେ କୋହଲିଙ୍କ ରେକର୍ଡ଼ର ସମକକ୍ଷ ଅଛନ୍ତି । ବିରାଟ ୧୦୧୬-୧୭ ସିରିଜରେ ମଧ୍ ୬୫୫ ରନ କରିଥିଲେ । ତେବେ ଏହି ଅନ୍ତିମ ଟେଷ୍ଟ ମ୍ୟାଚ୍ ଟି ଆଉ ଏକ କାରଣ ପାଇଁ ମଧ୍ଯ ଖାସ୍ ହେବାକୁ ଯାଉଛି । କାରଣ ଆଜି ରବି ଚନ୍ଦ୍ରନ ଅଶ୍ବିନ ଓ ଇଂଲଣ୍ତ  ଖେଳାଳି ଜନି ବେୟାରଷ୍ଟୋ ନିଜର ୧୦୦ତମ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଅଶ୍ବିନ ୧୪ତମ ଭାରତୀୟ ଓ ବେୟାରଷ୍ଟୋ ୧୭ତମ ଇଂଲଣ୍ତ ଖେଳାଳି ଭାବେ ୧୦୦ ଟେଷ୍ଟ କ୍ଲବରେ ସ୍ଥାନ ହାସଲ କରିବେ ।  

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ରଜତ ପଟିଦାର, ରବୀନ୍ଦ୍ର ଜାଡ଼େଜା, ସର୍‌ଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ/ଆକାଶ ଦୀପ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା।

ଇଂଲଣ୍ଡ ଏକାଦଶ: ଜାକ୍‌ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ବେନ୍‌ ଫୋକ୍ସ, ଟମ୍‌ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ୍‌, ସୋଏବ୍‌ ବଶିର।