IND vs ENG: ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଆସିଲା ଖରାପ ଖବର, ହଠାତ୍ ଏହି ଘାତକ ବୋଲର ଆହତ କାରଣରୁ ହେଲେ ବାହାର
Advertisement

IND vs ENG: ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଆସିଲା ଖରାପ ଖବର, ହଠାତ୍ ଏହି ଘାତକ ବୋଲର ଆହତ କାରଣରୁ ହେଲେ ବାହାର

IND vs ENG: ଖବର ଅନୁସାରେ, ଆହତ କାରଣରୁ ଜଣେ ଘାତକ ବୋଲରଙ୍କୁ ଏହି ସେମିଫାଇନାଲ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ । ଏହି ବୋଲର ଚଳିତ ଟି-20 ବିଶ୍ୱକପର ଅନ୍ୟତମ ସଫଳ ବୋଲର । ଭାରତ-ଇଂଲଣ୍ଡ ମ୍ୟାଚ୍ ପୂର୍ବରୁ ଏହି ଖରାପ ଖବର ଇଂଲଣ୍ଡ ଦଳରୁ ସାମ୍ନାକୁ ଆସୁଛି । 

IND vs ENG: ଭାରତ-ଇଂଲଣ୍ଡ ମ୍ୟାଚ ପୂର୍ବରୁ ଆସିଲା ଖରାପ ଖବର, ହଠାତ୍ ଏହି ଘାତକ ବୋଲର ଆହତ କାରଣରୁ ହେଲେ ବାହାର

India vs England Semi Final T20 World Cup 2022:  ଆଜି (ଗୁରୁବାର) ଅର୍ଥାତ ନଭେମ୍ୱର ୧୦ରେ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ (Semi Final Match) ଖେଳାଯିବ । ଏହି ମ୍ୟାଚ୍ ଭାରତ ଓ ଇଂଲଣ୍ଡ (IND vs ENG) ମଧ୍ୟରେ ଖେଳା ଯିବ । ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ଆଡିଲେଡରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଦିନ ୧.୩୦ ମିନିଟରେ ଆରମ୍ଭ ହେବ । ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଖବର ଅନୁସାରେ, ଆହତ କାରଣରୁ ଜଣେ ଘାତକ ବୋଲରଙ୍କୁ ଏହି ସେମିଫାଇନାଲ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ । ଏହି ବୋଲର ଚଳିତ ଟି-20 ବିଶ୍ୱକପର ଅନ୍ୟତମ ସଫଳ ବୋଲର । ଭାରତ-ଇଂଲଣ୍ଡ ମ୍ୟାଚ୍ ପୂର୍ବରୁ ଏହି ଖରାପ ଖବର ଇଂଲଣ୍ଡ ଦଳରୁ ସାମ୍ନାକୁ ଆସୁଛି । 

ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ୱୁଡ୍ (Mark Wood) ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ଖେଳିବା କଷ୍ଟକର ଲାଗୁଛି । ମାର୍କ ୱୁଡଙ୍କ ଶରୀରରେ ସମସ୍ୟା ଦେଖାଦେଇଛି । ଇଏସପିଏନ୍ କ୍ରିକିନଫୋ ରିପୋର୍ଟ ଅନୁଯାୟୀ, ଭାରତ ବିପକ୍ଷରେ ମାର୍କ ୱୁଡଙ୍କ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ମାର୍କ ୱୁଡ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚରେ ୯ ୱିକେଟ୍ ନେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ରେ ମାର୍କ ୱୁଡ୍ ସବୁଠାରୁ ଦ୍ରୁତ ୧୫୪.୭୪ କିଲୋମିଟର ବେଗରେ ବୋଲିଂ କରିଛନ୍ତି । ଇଏସପିଏନ କ୍ରିକିନଫୋଙ୍କ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଦଳ ମାର୍କ ୱୁଡଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ପ୍ରସ୍ତୁତ କରିଛି । 

ମାର୍କ ୱୁଡଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ କ୍ରିସ୍ ଜୋର୍ଡାନ (Chris Jordan) ଙ୍କୁ ସ୍ଥାନ ମିଳିପାରେ । ଏଥିପାଇଁ ଇଂଲଣ୍ଡ ଦଳର ମ୍ୟାନେଜମେଣ୍ଟ ଯୋଜନା କରିଛି । ଯଦିଓ କ୍ରିସ୍ ଜୋର୍ଡାନ ଏପର୍ଯ୍ୟନ୍ତ ଏହି ଟି-20 ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । କ୍ରିସ୍ ଜୋର୍ଡାନ ଇଂଲଣ୍ଡ ପାଇଁ ମୋଟ ୮୨ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୯୦ ୱିକେଟ୍ ନେଇଛନ୍ତି । ସୂଚନାଯୋଗ୍ୟ, ଟି-20 ବିଶ୍ୱକପ ୨୦୨୨ର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୩ରେ ମେଲବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଜେତା ଦଳ ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବ । ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

ଅଧିକ ପଢ଼ନ୍ତୁ:-ସବୁ କାମରେ ହେବାକୁ ଚାହୁଁଛନ୍ତି ସଫଳ? ତେବେ ପ୍ରତିଦିନ ସକାଳେ କରନ୍ତୁ ଏସବୁ କାମ, ବର୍ଷିବ ମାଁ ଲକ୍ଷ୍ମୀଙ୍କ କୃପା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି କପିଲ ଦେବ, କହିଲେ-ତାଙ୍କୁ ଲଜ୍ଜା ଲାଗୁଥିଲା

ଟି-20 ବିଶ୍ୱକପ ୧୦୨୨ ପାଇଁ ଇଂଲଣ୍ଡ ଏପରି କିଛି ରହିଛି:- ଜୋସ୍ ବଟଲର୍ (ଅଧିନାୟକ), ମୋଏନ୍ ଅଲି, ଆଲେକ୍ସ ହାଲ୍ସ, ହ୍ୟାରି ବ୍ରୁକ୍, ସାମ୍ କୁରାନ୍, କ୍ରିସ୍ ଜୋର୍ଡାନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ ମଲାନ, ଆଦିଲ ରସିଦ, ଫିଲ୍ ସଲ୍ଟ, ବେନ ଷ୍ଟୋକ୍ସ, ରିସ ଟୋପଲି, ଡେଭିଡ ୱିଲି, କ୍ରିସ ବୋକ୍ସ, ମାର୍କ ୱୁଡ୍ । ଷ୍ଟାଣ୍ଡବାଇ ଖେଳାଳି- ଟାଇମାଲ୍ ମିଲ୍ସ, ଲିଆମ୍ ଡସନ୍ ଏବଂ ରିଚାର୍ଡ ଗ୍ଲାସନ୍ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଦୀନେଶ କାର୍ତ୍ତିକ (ୱିକେଟ କିପର), ଋଷଭ ପନ୍ତ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।