IND vs ENG: ତୃତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଲେ କେ.ଏଲ ରାହୁଲ, ଜାଡେଜାଙ୍କୁ ନେଇ ଲାଗି ରହିଛି ଦ୍ବନ୍ଦ
Advertisement

IND vs ENG: ତୃତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଲେ କେ.ଏଲ ରାହୁଲ, ଜାଡେଜାଙ୍କୁ ନେଇ ଲାଗି ରହିଛି ଦ୍ବନ୍ଦ

IND vs ENG: ଫେବୃଆରୀ ୧୫ରୁ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚ୍ ରାଜକୋଟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଭାରତୀୟ ଦଳର ଷ୍ଟାର କ୍ରିକେଟର କେ.ଏଲ ରାହୁଲ ଦଳରୁ ବାଦ ପଡ଼ିଛନ୍ତି । 

IND vs ENG: ତୃତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଲେ କେ.ଏଲ ରାହୁଲ, ଜାଡେଜାଙ୍କୁ ନେଇ ଲାଗି ରହିଛି ଦ୍ବନ୍ଦ

IND vs ENG: ଫେବୃଆରୀ ୧୫ରୁ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚ୍ ରାଜକୋଟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଭାରତୀୟ ଦଳର ଷ୍ଟାର କ୍ରିକେଟର କେ.ଏଲ ରାହୁଲ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦେବଦତ୍ତ ପାଡ଼ିକଲଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଏବେ ପ୍ରଶ୍ନ ଉଠିଛି ଯେ, କେ.ଏଲ ରାହୁଲ ଦଳରୁ ବାଦ ପଡ଼ିବା ପରେ ବର୍ତ୍ତମାନ ଜାଡେଜାଙ୍କୁ ନେଇ ପ୍ରଶ୍ନ ଉଠିଛି । ଉଭୟ କେ.ଏଲ ରାହୁଲ ଓ ଜାଡେଜା ବିଶାଖାପାଟନମ୍ ରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଥିଲେ ।

ସୋମବାର ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି, ‘ବର୍ତ୍ତମାନ କେଏଲ ରାହୁଲ ୯୦ ପ୍ରତିଶତ ଫିଟ୍ ଅଛନ୍ତି । ୧୦୦ ପ୍ରତିଶତ ଫିଟ୍ ହେବା ପରେ ତାଙ୍କୁ ମ୍ୟାଚ୍ ଫିଟ୍ ଘୋଷଣା କରାଯିବ’। ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ବେଳକୁ ସେ ଫିଟ୍ ହେବା ନେଇ ସମ୍ଭାବନା ରହିଛି ।  ଅନ୍ୟପକ୍ଷରେ ଜାଡେଜା ଖେଳିବେ କି ନାହିଁ,  ସେନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ  ନିକଟରେ ସାମ୍ନାକୁ ଆସିଥିବା ଫଟୋରେ  ଜାଡେଜା ଦଳ ସହ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏହାସହ ସେ ରାଜକୋଟରେ ସେ ବ୍ୟାଟିଂ ଅଭ୍ୟାସ କରୁଥିବା ମଧ୍ଯ ଦେଖିବାକୁ ମିଳିଛି । ଏହାର ଅର୍ଥ ସେ ଫିଟ୍ ଅଛନ୍ତି । ଖୁବଶୀଘ୍ର ଜାଡେଜା ନିଜ ହୋମ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବା ନେଇ ଅନୁମାନ କରାଯାଉଛି।

ବିଶାଖାପାଟନମ୍ ରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ଯଶପ୍ରୀତ ବୁମରାଙ୍କ ସହ ମହମ୍ମଦ ସିରାଜଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ଦଳରେ ସୁଯୋଗ ଦୁଆଯାଇଥିଲା । ସେହିପରି ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ କୁଲଦୀପ ଯାଦବ ଟିମ୍ ରେ ସାମିଲ ହୋଇଥିଲେ । ସେହିପରି କେ.ଏଲ୍ ରାହୁଲଙ୍କ ସ୍ଥାନରେ ରାଜତ ପାଟିଦାର ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ବର୍ତ୍ତମାନ ଆୟର ଓ ରାହୁଲ ଦଳରୁ ବାଦ ପଡ଼ିବା ପରେ ସରଫରାଜ ଖାନଙ୍କ ଡେବ୍ୟୁ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହା ବ୍ୟତୀତ, ଯଦି ଜାଡେଜା ଦଳକୁ ଫେରନ୍ତି ତାହାଲେ କୁଲଦୀପ ଯାଦବ ଦଳରୁ ବାଦ ପଡ଼ିପାରନ୍ତି । ​

Also Read-Rivaba Jadeja: ଶ୍ବଶୁରଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଜାଡ଼େଜାଙ୍କ ସ୍ତ୍ରୀ, ଦେଖନ୍ତୁ ଭିଡ଼ିଓ