Ind vs Eng: ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେ ରାହୁଲ! ଜାଣନ୍ତୁ କାହାକୁ ଟିମ୍ ରୁ କରାଯିବ OUT
Advertisement

Ind vs Eng: ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେ ରାହୁଲ! ଜାଣନ୍ତୁ କାହାକୁ ଟିମ୍ ରୁ କରାଯିବ OUT

Ind vs Eng: ଭାରତ ଓ ଇଂଲଣ୍ତ ସିରିଜରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ତିଆ । ରବିବାର ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ୪୩୪ ରନ୍ ରେ ପରାସ୍ତ କରିଥିଲା । ଯାହା ଦଳ ପାଇଁ ଏକ ଐତିହାସିକ ବିଜୟ ଅଟେ ।

Ind vs Eng: ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେ ରାହୁଲ! ଜାଣନ୍ତୁ କାହାକୁ ଟିମ୍ ରୁ କରାଯିବ OUT

Ind vs Eng: ଭାରତ ଓ ଇଂଲଣ୍ତ ମଧ୍ଯରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେବ। ଏହି ସିରିଜରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ତିଆ । ରବିବାର ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ୪୩୪ ରନ୍ ରେ ପରାସ୍ତ କରିଥିଲା । ଯାହା ଦଳ ପାଇଁ ଏକ ଐତିହାସିକ ବିଜୟ ଅଟେ ।

ସୂଚନା ଅନୁଯାୟୀ, ଚତୁର୍ଥ ମ୍ୟାଚ୍ ରେ ୱିକେଟ୍ କିପର ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଦଳକୁ ଫେରିପାରନ୍ତି ବୋଲି କୁହାଯାଇଛି । ଯଦି ରାହୁଲ ଟିମ୍ ରେ ସାମିଲ ହୁଅନ୍ତି ତାହାଲେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ହେବା ସହ ଜଣେ ଖେଳାଳଙ୍କୁ ଦଳରୁ ବାଦ ଦିଆଯିବା ନେଇ ଆଶଙ୍କା କରାଯାଉଛି ।

ବାସ୍ତବରେ, ସିରିଜର ପ୍ରଥମ ମ୍ୟାଚ୍ ରେ କେ.ଏଲ୍ ରାହୁଲ ଆହତ ହୋଇଥିଲେ। ଯାହା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ତାଙ୍କୁ ବାଦ ଦିଆଯାଇଥିଲା । ତୃତୀୟ ଟେଷ୍ଟ ମ୍ୟାଚ୍ ରେ ରାହୁଲ ଦଳକୁ ଫେରିବା ନେଇ ଆଶା କରାଯାଉଥିଲେ ମଧ୍ଯ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ସେ ଏହି ମ୍ୟାଚ୍ ରୁ ମଧ୍ଯ ବାଦ ପଡ଼ିଥିଲେ । ବର୍ତ୍ତମାନ କିନ୍ତୁ କେ.ଏଲ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତେବେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ରେ ସେ ଦଳକୁ ଫେରିବା ଏକ ପ୍ରକାଶ ନିଶ୍ଚିତ ହୋଇଛି ।

କିଏ ପଡ଼ିବେ ବାଦ?

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ କେ.ଏଲ୍ ଙ୍କ ସ୍ଥାନରେ ରଜତ ପଟିଦାର ଡେବ୍ୟୁ କରିଥିଲେ । ମାତ୍ର ଦଳରେ ସାମିଲ ହେବା ପରେ ରଜତ ସେପରି କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି । ଯଦି ରାହୁଲ ଚତୁର୍ଥ ଟେଷ୍ଟ ମ୍ୟାଚ୍ ରେ ଦଳରୁ ଫେରିନ୍ତି, ତାହାଲେ ରଜତ ପଟିଦାର ଟିମ୍ ରୁ ବାଦ ପଡ଼ିବେ ବୋଲି କୁହାଯାଉଛି ।  ଅନ୍ୟପକ୍ଷରେ ଡେବ୍ୟୁ କରିଥିବା ଧ୍ରୁଭ ଜୁରେଲ ଓ ସରଫରାଜ ଖାନଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ର ପ୍ରଥମ ଇନିଂସରେ ରଜତ ପାଟିଦାର ୩୨ ଓ ଦ୍ୱିତୀୟ ଇନିଂସରେ ମାତ୍ର ୯ ରନ୍ କରିଥିଲେ। ସେହିପରି ତୃତୀୟ ଟେଷ୍ଟ ମ୍ୟାଚ୍ ର ପ୍ରଥମ ଇନିଂସରେ ରଜତ ୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଖାତା ଖୋଲି ପାରିନଥିଲେ । ସେପଟେ ରାହୁଲ ବର୍ତ୍ତମାନ ଭଲ ଫର୍ମରେ ରହିଛନ୍ତି । ସିରିଜର ପ୍ରଥମ ମ୍ୟାଚ୍ ରେ ତାଙ୍କ ପ୍ରଦର୍ଶନ ବେଶ ଭଲ ରହିଥିଲା ।