Ind vs Eng 1st ODI: ଆଜିଠୁ ଭାରତ-ଇଂଲଣ୍ଡ ଲଢେଇ, କୋହଲିଙ୍କୁ ନେଇ 'ବିରାଟ' ପ୍ରଶ୍ନ
Advertisement
Article Detail0/zeeodisha/odisha1253815

Ind vs Eng 1st ODI: ଆଜିଠୁ ଭାରତ-ଇଂଲଣ୍ଡ ଲଢେଇ, କୋହଲିଙ୍କୁ ନେଇ 'ବିରାଟ' ପ୍ରଶ୍ନ

୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବେଶ୍ ରୋମାଞ୍ଚକ ହେବ । ପଡି଼ଆରେ ଚୌକା ଏବଂ ଛକା ଦେଖିବାକୁ ମିଳିବ । ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟୀ ହେବାକୁ ଖେଳାଳିମାନେ ସଂଘର୍ଷ କରିବେ ।  

ରୋହିତ ଶର୍ମା ଓ ବିରାଟ କୋହଲି (ଫାଇଲ ଫଟୋ)

Ind vs Eng 1st ODI: ମଙ୍ଗଳବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ଦୁଇ ଦେଶ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଲଣ୍ଡନର କେନିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସ୍ଥାନୀୟ ସମୟ ଦିନ ଗୋଟାଏ ବେଳେ ମ୍ୟାଚ ଆରମ୍ଭ ହେବ । ଅନ୍ୟପଟେ ବିରାଟ କୋହଲିଙ୍କୁ ପ୍ରଫର୍ମାନ୍ସକୁ ନେଇ ଏବେ ବିରାଟ ପ୍ରଶ୍ନ ଉଠିଛି ।

ଭାରତ ଓ ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ୍ ପରେ ଏବେ ଦିନିକିଆ ସିରିଜ୍ ଉପରେ ଦୁଇ ଦଳର ନଜର ରହିଛି । କାହାର ପଲା ଭାରି ରହିବ, କିଏ ଜିତିବ ଦିନିକିଆ ସିରିଜ୍ । ପୂର୍ବରୁ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଜିତିଛି । ଏବେ ଦିନିକିଆରେ ବି ଦମଦାର ପ୍ରଦର୍ଶନ ପାଇଁ ଖେଳାଳି ଲକ୍ଷ୍ୟ ରଖିଛନ୍ତି । ଅଧିନାୟକ ରୋହିତ ଶର୍ମା, ଅଭିଜ୍ଞ ଧାୱନ, କୋହଲି, ଇନଫର୍ମ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଛି । ବିସ୍ଫୋରକ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ ଚାଲିଲେ ଇଂଲଣ୍ଡ ଅଡୁଆରେ ପଡ଼ିପାରେ । ସେହିପରି ଜାଡେଜା, ସାମି, ଚହଲ, ବୁମରା ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ତେବେ ସାର୍ଦ୍ଦୁଲ ଠାକୁର ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରେ ଜଣେ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇପାରନ୍ତି ।

Also Read: ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ନିଆରା ପଦକ୍ଷେପ, ନବଦମ୍ପତିଙ୍କୁ ଦେବେ ଏହି ଗିଫ୍ଟ

ଅନ୍ୟପଟେ, ଆଉଟ ଅଫ୍ ଫର୍ମରେ ଥିବା ବିରଟ କୋହଲିଙ୍କୁ ସମ୍ଭାବ୍ୟ ଏକାଦଶରେ ସାମିଲ ନେଇ ପ୍ରଶ୍ନ ଉଠୁଛି । ସେ ପ୍ରଥମ ଦିନିକିଆରୁ ବାଦ ପଡିବାର ସମ୍ଭାବନା ଅଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ତାଙ୍କର ମାଂସପେଶୀ ଟାଣି ହୋଇଯାଇଛି । ତେଣୁ ପ୍ରଥମ ଦିନିକିଆରେ ତାଙ୍କୁ ନିଆଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦ୍ୱିତୀୟ (ଲର୍ଡସ୍) ଓ ତୃତୀୟ (ମାଞ୍ଚେଷ୍ଟର) ମ୍ୟାଚରେ କମବ୍ୟକ୍ କରିପାରନ୍ତି । ମେଡିକାଲ ଚେକ୍ ଅପ୍ ପାଇଁ ବିରାଟ କୋହଲି ଟିମ ସହ ନୋଟିଂହାମରୁ ଲଣ୍ଡନ ଯାଇନଥିବା ସୂଚନା ମିଳିଛି ।

ସେପଟେ, ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବିସ୍ଫୋରକ ବଟଲରଙ୍କ ନେତୃତ୍ୱରେ ଭାରତ ସହ ଘରୋଇ ଦଳ ଲଢ଼େଇ କରିବ । ଟି-ଟ୍ୱେଣ୍ଟି ସିରିଜରୁ ଆଉଟ୍ ଥିବା ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ ଏବଂ ରୁଟ୍ ଦଳରେ ସାମିଲ ହୋଇଛନ୍ତି । ତେଣୁ ଦଳ ପୂର୍ବେପେକ୍ଷା ବେଶ୍ ଶକ୍ତିଶାଳୀ ହୋଇଛି । ବିସ୍ପୋରକ ରୟ, ଲିଭିଂଷ୍ଟୋନ୍ ମଧ୍ୟ ପ୍ଲେଇଂ ଇଲେଭେନରେ ଅଛନ୍ତି । ଅଲରାଉଣ୍ଡର ମୋଇନ୍ ଅଲ୍ଲୀ, ଡେଭିଡ୍ ୱେଲି ଏବଂ ରସ୍ ଟପଲେଙ୍କ ପରି ଖେଳିଳାଙ୍କ ଉପରେ ବୋଲିଂ ଦାୟିତ୍ୱ ରହିଛି । ସମସ୍ତେ ଫର୍ମରେ ଥିବାରୁ ଭାରତୀୟ ବ୍ୟାଟସ୍ୟାନଙ୍କ ପାଇଁ ଘାତକ ବି ସାଜିପାରନ୍ତି ।

Also Read: IND vs ENG: ନଟିଂହାମରେ ଅଟକିଲା ରୋହିତଙ୍କ ରେକର୍ଡ, ମଙ୍ଗଳବାରଠୁ ଦିନିକିଆ ଟକ୍କର

୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବେଶ୍ ରୋମାଞ୍ଚକ ହେବ । ପଡି଼ଆରେ ଚୌକା ଏବଂ ଛକା ଦେଖିବାକୁ ମିଳିବ । ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟୀ ହେବାକୁ ଖେଳାଳିମାନେ ସଂଘର୍ଷ କରିବେ ।