IND vs BAN: ବିରାଟଙ୍କ ଉପରେ କାହିଁକି ରାଗିଗଲେ ଶାକିବ ଅଲ ହାସନ, ଏପରି ସମାଧାନ ହେଲା ମାମଲା- ଦେଖନ୍ତୁ ଭିଡିଓ
Advertisement

IND vs BAN: ବିରାଟଙ୍କ ଉପରେ କାହିଁକି ରାଗିଗଲେ ଶାକିବ ଅଲ ହାସନ, ଏପରି ସମାଧାନ ହେଲା ମାମଲା- ଦେଖନ୍ତୁ ଭିଡିଓ

IND vs BAN T20 World Cup: ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍ ମଝିରେ ଶାକିବ ଅଲ ହାସନ ଓ ବିରାଟ କୋହଲିଙ୍କ ମଧ୍ୟରେ କିଛି ବିବାଦ ଦେଖା ଦେଇଥିଲା, ଯଦିଓ ଏହି ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହୋଇଥଲା ଓ ଉଭୟେ ମଧ୍ୟ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଆଇସିସି ଏହି ଭିଡିଓ ସେୟାର କରିଛି ।

 

ସୌ: ସୋସିଆଲ ମିଡିଆ

India Vs Bangladesh: ଆଇସିସି ଟି-୨୦ ବିଶ୍ୱକପ୍‌ରେ (ICC T20 World Cup) ଭାରତ ଓ ବାଂଲାଦେଶ (India Vs Bangladesh) ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅନେକ ଡ୍ରାମା ଦେଖିବାକୁ ମିଳିଥିଲା । ଭାରତୀୟ ଇନିଂସ ସମୟରେ ଯେତେବେଳେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ବ୍ୟାଟିଂ କରୁଥିଲେ, ସେତେବେଳେ ସେ ଏକ ବଲକୁ ନେଇ ନୋ-ବଲ ପାଇଁ ଆବେଦନ କରିଥିଲେ, ଯାହା ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନଙ୍କୁ (Shakib Al Hasan) ପସନ୍ଦ ଆସି ନଥିଲା । ଶାକିବ ଯାଇ ବିରାଟଙ୍କୁ କହିଥିଲେ ଯେ ଏହି ନିଷ୍ପତ୍ତି ନେବାକୁ ପଡ଼ିଆରେ ଜଣେ ଅମ୍ପାୟାର ଅଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍ ସମୟରେ ବିରାଟ ହାଇଟକୁ ନେଇ ଅମ୍ପାୟାରଙ୍କୁ ସୂଚାଇଥିବା ବେଳେ ଅମ୍ପାୟାର ତାକୁ ନୋ-ବଲ୍ ବୋଲି ମଧ୍ୟ କହିଥିଲେ । ଏହା ପରେ ପାକିସ୍ତାନର ଅଧିନାୟକ ବାବର ଆଜାମ (Babar Azam) ଯାଇ ଅମ୍ପାୟାରଙ୍କ ସହ ମଧ୍ୟ ଏହି ବିଷୟରେ କଥା ହୋଇଥିଲେ ।

ବାସ୍ତବରେ ଏହା ଭାରତୀୟ ଇନିଂସର ୧୬ ତମ ଓଭର ହୋଇଥିଲା ଓ ହାସନ ମହମୁଦ ବୋଲିଂ କରୁଥିଲେ । ଏହା ଓଭରର ଦ୍ୱିତୀୟ ସର୍ଟ ବଲ୍ ଥିଲା, ବିରାଟ ଏକ ନିୟନ୍ତ୍ରିତ ପୁଲ୍ ସଟ୍ ଖେଳିଥିଲେ । କିନ୍ତୁ ସେ ସଟ ଖେଳିବା ମାତ୍ରେ ବଲ ହାଇଟକୁ ନେଇ ଅମ୍ପାୟାର ସୂଚନା ଦେଇଥିଲେ । ଯାହାପରେ ଅମ୍ପାୟାର ଏହାକୁ ନୋ-ବଲ୍ ଘୋଷଣା କରିଥିଲେ ।

ଏହି ସମୟରେ ପଡ଼ିଆରେ ଫିଲ୍ଡିଂ କରୁଥିବା ଶାକିବ ସେଠାରେ ପହଞ୍ଚି ବିରାଟ କୋହଲିଙ୍କ ସହ କଥା ହୋଇଥିଲେ । ପରେ ଶାକିବ ଓ ବିରାଟ ହସୁଥିବା ଏବଂ ପରସ୍ପରର କାନ୍ଧରେ ହାତ ରଖିଥିବାର ଦେଖାଯାଇଥିଲା ଏବଂ ଏଠାରେ ଏହି ସମସ୍ୟାର ସମାଧାନ ହୋଇଥିଲା । ବିରାଟ କୋହଲି ବାଂଲାଦେଶ ବିପକ୍ଷ ୪୪ ବଲରେ ୬୪ ଟି ଇନିଂସ ଖେଳିଥିଲେ । ବିରାଟ ଭାରତ ପାଇଁ ଶ୍ରେଷ୍ଠ ସ୍କୋରର ଥିଲେ ।

 
 
 
 

 
 
 
 
 
 
 
 
 
 
 

A post shared by ICC (@icc)

ଆଡିଲେଡ୍ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୬ ପଏଣ୍ଟ ପାଇ ସେମିଫାଇନାଲ ଯିବାପାଇଁ ନିଜକୁ ସୁଦୃଢ ନେଇଛି । ଭାରତ ପ୍ରଥମେ ଖେଳି ନିର୍ଦ୍ଧାରିତ ୨୦ ଓଭରରେ ୬ ଟି ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ତେବେ ବର୍ଷା ଯୋଗୁଁ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନର ଲକ୍ଷ୍ୟ ମିଳିଥିଲା। ଏହାର ଜବାବରେ ବାଂଲାଦେଶ ଦଳ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା । ଓପନର ଲିଟନ୍ ଦାସ ବାଂଲାଦେଶ ପାଇଁ ମାତ୍ର ୨୭ ବଲରେ ୬୦ ରନ୍ ସଂଗ୍ରହ କରିଥିଲେ, କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସମର୍ଥନ ଦେଇ ପାରିନଥିଲେ । ଭାରତ ପାଇଁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: T20 World Cup: ବାବର ଆଜମଙ୍କୁ ସ୍ୱାର୍ଥପର ଖେଳାଳି କହିଲେ ଗମ୍ଭୀର; ଆଫ୍ରିଦି ଦେଲେ ଏହାର ଜବାବ