IND vs BAN One Day Series: ପ୍ରଥମ ଦିନିକିଆରେ ବାଂଲାଦେଶର ସଂଘର୍ଷ ପୂର୍ଣ୍ଣ ବିଜୟ
Advertisement

IND vs BAN One Day Series: ପ୍ରଥମ ଦିନିକିଆରେ ବାଂଲାଦେଶର ସଂଘର୍ଷ ପୂର୍ଣ୍ଣ ବିଜୟ

IND vs BAN: ଭାରତ ୪୧.୨ ଓଭର ଖେଳି ମାତ୍ର ୧୮୬ ରନ ସଂଗ୍ରହ କରିଥିଲା। ସେପଟେ ବାଂଲାଦେଶକୁ ମଧ୍ୟ ବେଶ ସଂଘର୍ଷ କରିବାକୁ ପଡ଼ିଛି। ଭାରତର ଶାଣିତ ବୋଲିଂ ଆଗରେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ ହେବାକୁ ପଡ଼ିଛି। ତେବେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବାଂଲାଦେଶ ଗୋଟିଏ ଓ୍ୱିକେଟରେ ଭାରତକୁ ପରାସ୍ତ କରିଛି। 

IND vs BAN One Day Series: ପ୍ରଥମ ଦିନିକିଆରେ ବାଂଲାଦେଶର ସଂଘର୍ଷ ପୂର୍ଣ୍ଣ ବିଜୟ

IND vs BAN One Day Series: ନୂଆଦିଲ୍ଲୀ: ପୁଣି ଥରେ ଭାରତକୁ (INDIA) ପରାଜୟର ମୁଁହ ଦେଖିବାକୁ ପଡ଼ିଛି। ବାଂଲାଦେଶ ଗସ୍ତରେ (Bangladesh Tour) ଯାଇଥିବା ଭାରତ (India) ତାର ପ୍ରଥମ ଦିନିକିଆରେ (First One Day) ଘରୋଇ ଦଳ ଠାରୁ ହାରିଛି। ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି। କେଏଲ ରାହୁଲଙ୍କୁ (KL Rahul) ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଟସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ବାଂଲାଦେଶର ସାକିବ ଅଲ ହାସନ ଓ ଏବାଦତ ହୋସେନଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ତେବେ ଭାରତ ୪୧.୨ ଓଭର ଖେଳି ମାତ୍ର ୧୮୬ ରନ ସଂଗ୍ରହ କରିଥିଲା। ସେପଟେ ବାଂଲାଦେଶକୁ ମଧ୍ୟ ବେଶ ସଂଘର୍ଷ କରିବାକୁ ପଡ଼ିଛି। ଭାରତର ଶାଣିତ ବୋଲିଂ ଆଗରେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ ହେବାକୁ ପଡ଼ିଛି। ତେବେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବାଂଲାଦେଶ ମାତ୍ର ଗୋଟିଏ ଓ୍ୱିକେଟରେ ବିଜୟ ହାସଲ କରିଛି। ଘରୋଇ ଦଳ ୯ ଓ୍ୱିକେଟ ହରାଇ ପରାଜୟର ଦ୍ୱାରରେ ଛିଡ଼ା ହୋଇଥିବା ବେଳେ ହାସନ ମିରାଜ ଓ ମୁସ୍ତାଫିଜୁର ରେହମାନ ଦଳକୁ ବିଜୟ ଆଣିଦେଇଥିଲେ। 

ଟସ ଜିତି ବାଂଲାଦେଶ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇଁ ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧଓ୍ୱନ ପାଳି ଆରମ୍ଭ କରିଥିଲେ। ମାତ୍ର ଓପନର ଯୋଡ଼ି ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ରୋହିତ ମାତ୍ର ୨୭ ରନ କରି ଆଉଟ ହୋଇଥିବା ବେଳେ ଶିଖର ମାତ୍ର ୭ ରନ କରିବାକୁ ସମର୍ଥ ହୋଇଥିଲେ। ପରେ ବିରାଟ କୋହଲି ମଧ୍ୟ ନିରାଶ କରିଥିଲେ। କେଏଲ ରାହୁଲଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳୀୟ ସ୍କୋର ଶତକ ପାର କରିଥିଲା। ସେ ୭୦ ବଲ ଖେଳି ୫ଟି ଚୌକା ଓ ୪ଟି ଛକା ସହାୟତାରେ ୭୩ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ୱାସିଂଟନ ସୁନ୍ଦର ଓ ଶ୍ରେୟାସ ଆୟାର ୨୪ ରନ କରିଥିଲେ। ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇଥିଲେ। ବାଂଲାଦେଶ ପକ୍ଷରୁ ସାକିବ ଅଲ ହାସନ ସର୍ବାଧିକ ୫ଟି ଓ୍ୱିକେଟ ହାତେଇଥିବା ବେଳେ ଏବାଦତ ହୋସେନ ୪ଟି ଓ୍ୱିକେଟ ନେଇଥିଲେ। ହାସନ ମିରାଜ ଗୋଟିଏ ଓ୍ୱିକେଟ ନେବାରେ ସମର୍ଥ ହୋଇଥିଲେ। 

ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ବାଂଲାଦେଶର ନାଜାମୁଲ ହୋସେନ ସାଣ୍ଟୋ ଓ ଲିଟନ ଦାସ ପାଳି ଆରମ୍ଭ କରିଥିଲେ। କିନ୍ତୁ ଭାରତ ଶୂନରେ ପ୍ରଥମ ଶୀକାର କରିବାରେ ସଫଳ ହୋଇଥିଲା। ସାଣ୍ଟୋଙ୍କୁ ଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପରେ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ ଲିଟନ ଦାସ ଓ ଆନାମୋଲ ହକ। କିନ୍ତୁ ଭାରତୀୟ ଦଳର ଶାଣିତ ବୋଲିଂ ଆଗରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟନ୍ତ ହୋଇପଡିଥିଲା। ନିୟମିତ ବ୍ୟବଧାନରେ ଦଳ ଓ୍ୱିକେଟ ହରାଇ ଚାଲିଥିଲା। କିନ୍ତୁ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଦଳ ଗୋଟିଏ ଓ୍ୱିକେଟରେ ବିଜୟ ହାସଲ କରିଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ବାଂଲାଦେଶ ପକ୍ଷରୁ ହାସନ ମିରାଜ ଓ ମୁସ୍ତାଫିଜୁର ରେହମାନ ବେଶ ରକ୍ଷଣଶୀଳ ପ୍ରଦର୍ଶନ କରିଥିଲେ। ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ଦଳର ଏହି ଶେଷ ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ପାଣି ପିଆଇ ଦେଇଥିଲେ। ଦୁଇ ଦୁଇ ଥର କ୍ୟାଚ ମିସ କରିଥିବା ଭାରତ ପାଇଁ ଏହି ଦୁଇ ଖେଳାଳି ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଫଳରେ ୪୬ ଓଭରରେ ଘରୋଇ ଦଳ ବିଜୟ ହାସଲ କରିନେଇଥିଲା। 

ଲିଟନ ଦାସ ୪୧ ରନ କରିଥିବା ବେଳେ ଆନାମୋଲ ହକ ୧୪, ସାକିବ ଅଲ ହାସନ ୨୯, ମୁସଫିକର ରହିମ ୧୮, ମହମ୍ମଦୁଲ୍ଲାହ ୧୪ ଓ ହାସନ ମିରାଜ ୩୧ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟସମ୍ୟାନ ସେଭଳି ଆଖିଦୃଶିଆ ସ୍କୋର କରିପାରିନଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧି ୩ଟି, କୁଳଦୀପ ସେନ ଓ ଓ୍ୱାସିଂଟନ ସୁନ୍ଦର ୨ଟି ଲେଖାଏଁ, ଶାର୍ଦ୍ଦୁଳ ଠାକୁର ଓ ଦୀପକ ଚହର ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।