IND vs BAN: ବର୍ଷା ବିଗାଡ଼ିବ ଟିମ୍ ଇଣ୍ଡିଆର ଖେଳ! ଜାଣନ୍ତୁ ନଭେମ୍ୱର ୨ରେ କେମିତି ରହିବ ଆଡିଲେଡରେ ପାଣିପାଗ
Advertisement
Article Detail0/zeeodisha/odisha1419778

IND vs BAN: ବର୍ଷା ବିଗାଡ଼ିବ ଟିମ୍ ଇଣ୍ଡିଆର ଖେଳ! ଜାଣନ୍ତୁ ନଭେମ୍ୱର ୨ରେ କେମିତି ରହିବ ଆଡିଲେଡରେ ପାଣିପାଗ

IND vs BAN Adelaide Weather Forecast Update: ଗତ କିଛି ଦିନ ହେବ ଆଡିଲେଡରେ ଲଗାତାର ବର୍ଷା ଜାରି ରହିଛି । ମଙ୍ଗଳବାର ମଧ୍ୟ ବର୍ଷା ଜାରି ରହିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି । ତେଣୁ ବର୍ଷା ଯୋଗୁଁ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍ ବାତିଲ ହୋଇପାରେ ।

IND vs BAN: ବର୍ଷା ବିଗାଡ଼ିବ ଟିମ୍ ଇଣ୍ଡିଆର ଖେଳ! ଜାଣନ୍ତୁ ନଭେମ୍ୱର ୨ରେ କେମିତି ରହିବ ଆଡିଲେଡରେ ପାଣିପାଗ

IND vs BAN Adelaide Weather Forecast Update: ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସୁପର-12 ରାଉଣ୍ଡର ଏକ ମ୍ୟାଚରେ ଭାରତ ଓ ବାଂଲାଦେଶ (India vs Bangladesh) ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ମଙ୍ଗଳବାର ଅର୍ଥାତ ନଭେମ୍ୱର ୨ ହେବାକୁ ଯାଉଛି । ଆଡିଲେଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କ ପାଇଁ ବହୁତ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି । ବାସ୍ତବରେ, ଗତ କିଛି ଦିନ ହେବ ଆଡିଲେଡରେ ଲଗାତାର ବର୍ଷା ଜାରି ରହିଛି । ମଙ୍ଗଳବାର ମଧ୍ୟ ବର୍ଷା ଜାରି ରହିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି । ତେଣୁ ବର୍ଷା ଯୋଗୁଁ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍ (IND vs BAN) ବାତିଲ ହୋଇପାରେ । ଯଦି ଏହା ଏପରି ଘଟେ, ତେବେ ଟିମ୍ ଇଣ୍ଡିଆ (Team India) ର ସେମିଫାଇନାଲ (T20 World Cup 2022 Semi Final) ରେ ପହଞ୍ଚିବାର ସମୀକରଣ ବିଗାଡ଼ି ଯାଇପାରେ ।

ଏଠାରେ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ୪ ପଏଣ୍ଟ ସହ ଗ୍ରୁପ-୨ର ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଆରାମରେ ସେମିଫାଇନାଲରେ ପ୍ରବେଶ କରିବାକୁ ଟିମ୍ ଇଣ୍ଡିଆକୁ ନିଜର ଶେଷ ଦୁଇଟି ମ୍ୟାଚ୍ ଜିତିବା ଜରୁରୀ । ଏହି ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଥିବାରୁ ଟିମ୍ ଇଣ୍ଡିଆ ସହଜରେ ୨ଟି ପଏଣ୍ଟ ହାସଲ କରିବ ବୋଲି ଆଶା କରାଯାଉଛି । କିନ୍ତୁ ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୁଏ ତେବେ ଭାରତ କେବଳ ଗୋଟିଏ ପଏଣ୍ଟ ପାଇବ । ମଙ୍ଗଳବାର ଆଡିଲେଡରେ ବର୍ଷା ଜାରି ରହିଛି । ଏହା ପୂର୍ବାନୁମାନ ପାଣିପାଗ ବିଭାଗ ତରଫରୁ କରାଯାଇଥିଲା ।

ଏହି ସମୟ ମଧ୍ୟରେ ଆଡିଲେଡର ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ଅଛି । ତେବେ ଯେତେବେଳେ ଭାରତ ଓ ବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ, ବର୍ଷା ଟିକେ କମ୍ ହୋଇପାରେ । ବର୍ଷା ଯୋଗୁଁ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚରେ ଖେଳ କେତେ ଖରାପ ହେବ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ । ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୁଏ ତେବେ ଭାରତକୁ ଗୋଟିଏ ପଏଣ୍ଟ ମିଳିବ । 

ଏହା ସହିତ ଭାରତକୁ ଜିମ୍ବାୱେ ବିପକ୍ଷରେ କର ବା ମର ମ୍ୟାଚ୍ ଖେଳିବାକୁ ପଡ଼ିବ । ଯଦି ଭାରତ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ କରିବାରେ ସଫଳ ହୁଏ, ତା’ହେଲେ ଦଳ ପାଖରେ ୭ ପଏଣ୍ଟ ରହିବ ଓ ସେମିଫାଇନାଲରେ ପ୍ରବେଶ କରିବ । କିନ୍ତୁ ଯଦି ଜିମ୍ବାୱେ ବିପକ୍ଷ ମ୍ୟାଚ୍ ହାରିଯାଏ ତେବେ ପାକିସ୍ତାନର ଟୁର୍ଣ୍ଣାମେଣ୍ଟରେ ରହିବାର ସମ୍ଭାବନା ବଢ଼ିଯିବ । ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ, ତେବେ ସେ ୬ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିପାରିବ ।

ଅଧିକ ପଢ଼ନ୍ତୁ:-କ'ଣ ରୋହିତ ଶର୍ମା ଓ ବିରାଟ କୋହଲି ପରବର୍ତ୍ତୀ ଟି-20 ବିଶ୍ୱକପ ଦଳର ଅଂଶ ହେବେ କି, ମୁଖ୍ୟ ଚୟନକର୍ତ୍ତା ଦେଲେ ଏହି ଜବାବ

ଅଧିକ ପଢ଼ନ୍ତୁ:-କେତେ ବର୍ଷ ବଞ୍ଚିବେ ଆପଣ? ହାତ ରେଖାରୁ ଜାଣିବା ପାଇଁ ଏହା ହେଉଛି ଅତି ସହଜ ଉପାୟ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ମଝିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର, ଆଘାତରୁ ସୁସ୍ଥ ହୋଇ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।