IND VS AUS World Cup Live: ଯଦି ବର୍ଷା ପାଇଁ ମ୍ୟାଚ ବାତିଲ ହୁଏ, ତେବେ କଣ ହେବ !
Advertisement

IND VS AUS World Cup Live: ଯଦି ବର୍ଷା ପାଇଁ ମ୍ୟାଚ ବାତିଲ ହୁଏ, ତେବେ କଣ ହେବ !

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଏକ ହାଇଭୋଲଟେଜ ମ୍ୟାଚ ଆଜି ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇର ଚେପକ ଷ୍ଟାଡ଼ିୟମରେ ବିଶ୍ୱକପର ପଞ୍ଚମ ମ୍ୟାଚ ଖେଳାଯିବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିସାରିଛନ୍ତି। ତେବେ ଠିକ ୧୦ ଦିନ ପୂର୍ବରୁ ଉଭୟ ଦଳ ମଧ୍ୟରେ ଏକ ୩ଟିକିଆ ଦିନିକିଆ ସିରିଜ ଖେଳି ସାରିଛନ୍ତି। ଆଉ ଏଥିରେ ଘରୋଇ

IND VS AUS World Cup Live: ଯଦି ବର୍ଷା ପାଇଁ ମ୍ୟାଚ ବାତିଲ ହୁଏ, ତେବେ କଣ ହେବ !

IND VS AUS World Cup Live: ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଏକ ହାଇଭୋଲଟେଜ ମ୍ୟାଚ ଆଜି ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇର ଚେପକ ଷ୍ଟାଡ଼ିୟମରେ ବିଶ୍ୱକପର ପଞ୍ଚମ ମ୍ୟାଚ ଖେଳାଯିବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିସାରିଛନ୍ତି। ତେବେ ଠିକ ୧୦ ଦିନ ପୂର୍ବରୁ ଉଭୟ ଦଳ ମଧ୍ୟରେ ଏକ ୩ଟିକିଆ ଦିନିକିଆ ସିରିଜ ଖେଳି ସାରିଛନ୍ତି। ଆଉ ଏଥିରେ ଘରୋଇ ଭାରତ ୨-୧ ବ୍ୟବଧାନରେ ସିରିଜରେ ବିଜୟ ହାସଲ କରିନେଇଥିଲା। 

ଚେନ୍ନାଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି। କିନ୍ତୁ ବର୍ଷା ଏହି ମ୍ୟାଚ ପାଇଁ କାଳ ସାଜିପାରେ। ଚେନ୍ନାଇରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏହି ଆଶଙ୍କା ବର୍ତ୍ତମାନ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ବିଗତ ଦୁଇ ଦିନ ଧରି ଚେନ୍ନାଇ ଉପରେ ଝଡ଼ ତୋଫାନ ସହିତ ବର୍ଷା ହୋଇଛି। ସେପଟେ ଏହି ମ୍ୟାଚ୍ ସମୟରେ ଚେନ୍ନାଇର ପାଗ ସ୍ପଷ୍ଟ ରହିବ ବୋଲି ଆଶା କରାଯାଉଛି। ଏଠାରେ ହାରାହାରି ତାପମାତ୍ରା ପ୍ରାୟ ୩୧ ଡିଗ୍ରୀ ସେଲସିୟସ ଥିବାବେଳେ ଆର୍ଦ୍ରତା ୭୧ ପ୍ରତିଶତ ପର୍ଯ୍ୟନ୍ତ ରହିବ | ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୪ କିଲୋମିଟର ଥିବାବେଳେ ବର୍ଷା ହେବାର ପୂର୍ବାନୁମାନ ୫୦ ପ୍ରତିଶତ ହେବ।

ସେପଟେ ଯଦି ଆଜିର ମ୍ୟାଚ ବାତିଲ ହୁଏ, ତେବେ ନିୟମ ଅନୁଯାୟୀ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିବେ। ଆଜି ଭାରତୀୟ ସମୟ ଅନୁଯାୟୀ ଅପରାହ୍ଣ ୨ଟାରେ ଖେଳାଯିବ। ଅପରାହ୍ଣ ୧.୩୦ ମିନିଟରେ ମ୍ୟାଚ ପାଇଁ ଟସ ପଡ଼ିବ। ଏହି ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯିବ। ତେବେ ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟଓ୍ୱାର୍କରେ ଦେଖିପାରିବେ। ଏହା ବ୍ୟତୀତ ଡିଜନୀ ହଟଷ୍ଟାର ଆପରେ ଓ ଓ୍ୱେବସାଇଟରେ ମଧ୍ୟ ଦେଖିପାରିବେ। 

ଅନ୍ୟ କେଉଁଠାରେ ଓ କିପରି ଲାଇଭ ଦେଖିପାରିବେ
ଭାରତ: ଡିଜନୀ+ହଟଷ୍ଟାର ଆପ ଓ ଓ୍ୱେବସାଇଟ
ପାକିସ୍ତାନ: ପିଟିଭି ସ୍ପୋର୍ଟସ
ଅଷ୍ଟ୍ରେଲିଆ: 9 ନାଓ ଓ ଫକ୍ସ ସ୍ପୋର୍ଟସ
ଆମେରିକା ଓ କାନାଡ଼ା: ESPN+
ୟୁକେ: ସ୍କାଇ ସ୍ପୋର୍ଟସ ଓ My5
ନ୍ୟୁଜିଲାଣ୍ଡ: ସ୍କାଇ ସ୍ପୋର୍ଟସ ଓ ସ୍କାଇ ଗୋ

ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ୱିନ, କୂଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମୀ, ସୂର୍ଯ୍ୟକୁମାର ଯାଦବ, ଶାର୍ଦୁଳ ଠାକୁର, ଶୁବମନ ଗିଲ

ଅଷ୍ଟ୍ରେଲିଆ ଦଳ
ଡେଭିଡ଼ ଓ୍ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭ ସ୍ମିଥ, ମାର୍ଣ୍ଣସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ୱେଲ, କ୍ୟାମେରୁନ ଗ୍ରୀନ, ଏଲେକ୍ସ କ୍ୟାରୀ (ଓ୍ୱିକେଟ କିପର), ପ୍ୟାଟ କମିନ୍ସ (ଅଧିନାୟକ), ମିଶେଲ ଷ୍ଟାର୍କ, ଆଡ଼ମ ଜାମ୍ପା, ଜୋସ ହେଜଲଉଡ଼, ସୀନ ଏବାଟ, ଟ୍ରାଭିସ ହେଡ଼, ମାର୍କସ ଷ୍ଟୋଇନିସ, ଜୋସ ଇଂଗ୍ଲିସ