IND vs AUS: ପ୍ରଥମ ଦିନିକିଆରୁ ବାଦ ପଡିବେ ରୋହିତ! ନୂଆ ଖେଳାଳି ହେବେ କ୍ୟାପଟେନ୍, ଟିମ୍ ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍
Advertisement

IND vs AUS: ପ୍ରଥମ ଦିନିକିଆରୁ ବାଦ ପଡିବେ ରୋହିତ! ନୂଆ ଖେଳାଳି ହେବେ କ୍ୟାପଟେନ୍, ଟିମ୍ ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍

India vs Australia: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟ ପରେ ୩ ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯିବ । ପ୍ରଥମ ମ୍ୟାଚ୍ ୧୭ ମାର୍ଚ୍ଚରେ ମୁମ୍ବାଇରେ ଖେଳାଯିବ । କିନ୍ତୁ, ଏହି ମ୍ୟାଚରେ ନୂତନ ଅଧିନାୟକ ଭାରତୀୟ ଦଳର ଦାୟିତ୍ୱ ଗ୍ରହଣ କରିବେ ।

ସୌ: ସୋସିଆଲ ମିଡିଆ

India vs Australia ODI Series: ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫି (Border Gavaskar Trophy) ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍ ଅହମ୍ମଦାବାଦରେ (Ahmedabad) ଖେଳାଯାଉଛି । ଏହା ପରେ ତୁରନ୍ତ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ (ODI Series) ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍ ୧୭ ମାର୍ଚ୍ଚରେ ମୁମ୍ବାଇରେ ଖେଳାଯିବ । ବର୍ତ୍ତମାନ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ (National Cricket Academy) ହ୍ୱାଇଟ୍ ବଲ୍ ଏକ୍ସପର୍ଟ ଖେଳାଳିଙ୍କ ପାଇଁ ଏକ ଶିବିର ଚାଲିଛି । ମାର୍ଚ୍ଚ ୧୪ ରେ ସମସ୍ତ ଖେଳାଳି ଏଠାରୁ ଆସି ମୁମ୍ବାଇରେ ଏକାଠି ହେବେ । ଅନ୍ୟପକ୍ଷରେ, ଟେଷ୍ଟ ଖେଳାଳିଙ୍କ ବିଷୟରେ, ଅହମ୍ମଦାବାଦ ଟେଷ୍ଟ ଶେଷ ପରେ ବାକୁ ଖେଳାଳି ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ମାର୍ଚ୍ଚ ୧୫ ରେ ମୁମ୍ବାଇରେ ଏକାଠି ହେବେ ।

ରୋହିତ ଶର୍ମା (Rohit Sharma) ପ୍ରଥମ ଦିନିକିଆରେ ଦଳର ଅଧିନାୟକ ହେବେ ନାହିଁ । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର (Hardik Pandya) ନେତୃତ୍ୱ ନେବେ । ପାରିବାରିକ ଛୁଟି କାରଣରୁ ରୋହିତ ମୁମ୍ବାଇରେ ପ୍ରଥମ ଦିନିକିଆ ଖେଳିବେ ନାହିଁ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି, “ଖେଳାଳିମାନେ ଫିଟନେସ୍ କ୍ୟାମ୍ପ ପାଇଁ ବେଙ୍ଗାଲୁରୁରେ ଅଛନ୍ତି । ମାର୍ଚ୍ଚ ୧୪ ମାର୍ଚ୍ଚରେ ସେମାନେ ମୁମ୍ବାଇ ଯିବେ । ଏଥି ସହିତ ଟେଷ୍ଟ ଦଳରେ ଅନ୍ତର୍ଭୁକ୍ତ ଖେଳାଳିମାନେ ୧୫ ମାର୍ଚ୍ଚରେ ଦଳରେ ଯୋଗଦେବେ । କୋଚ୍ ରାହୁଲ ଦ୍ରାବିଡ ଦଳ ସହ ରହିବେ । ସେ ବ୍ରେକ୍ ରେ ଯାଉନାହାଁନ୍ତି ।

୧୯ ମାର୍ଚ୍ଚରେ ବିଶାଖାପାଟନମରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଦଳରେ ଯୋଗଦେବେ ଓ ଅଧିନାୟକ ମଧ୍ୟ ରହିବେ । ଏଥି ସହିତ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପରେ ତୁରନ୍ତ ଖେଳାଳିମାନେ ନିଜ ନିଜ ଆଇପିଏଲ ଫ୍ରାଞ୍ଚାଇଜରେ ଯୋଗଦେବେ ଓ ଏନସିଏ ସେମାନଙ୍କ ଫିଟନେସ ଉପରେ ନଜର ରଖିବ । କହିରଖୁଛୁ ଯେ ୩୧ ମାର୍ଚ୍ଚରୁ IPL ୨୦୨୩ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

ଏ ସମ୍ପର୍କରେ ବିସିସିଆଇ ଅଧିକାରୀ କହିଛନ୍ତି, “ଏନସିଏ ଦଳ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଯୋଜନାରେ ଜଡିତ ଖେଳାଳିଙ୍କ ଉପରେ ନଜର ରଖିବ । ବର୍ତ୍ତମାନ ସମୟରେ ଲକ୍ଷ୍ୟ ହେଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ । ଅସ୍ତ୍ରୋପଚାର ଯୋଗୁଁ ଜସପ୍ରୀତ ବୁମ୍ରା ଏହାର ଅଂଶ ହେବେ ନାହିଁ । ଏଭଳି ପରିସ୍ଥିତିରେ ଆଇପିଏଲ୍ ସମୟରେ ଭାରତୀୟ ଦ୍ରୁତ ବୋଲରଙ୍କ କାର୍ଯ୍ୟଭାର ଉପରେ ବିଶେଷ ଧ୍ୟାନ ଦିଆଯିବ । ଏଥିରେ ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନଙ୍କର ଆଘାତ ଲାଗିବାର ଇତିହାସ ରହିଛି ।

ଏହା ବି ପଢ଼ନ୍ତୁ: India vs Australia: ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ ପିଚକୁ ନେଇ ଗମ୍ଭୀର ଆଣିଲେ ଗୁରୁତର ଅଭିଯୋଗ