IND vs AUS: ରବିନ୍ଦ୍ର ଜାଡେଜା ରଚିଲେ ଇତିହାସ, କପିଲ ଦେବଙ୍କ ପରେ ଏହା କରିବାରେ ହେଲେ ଦ୍ୱିତୀୟ ଭାରତୀୟ
Advertisement

IND vs AUS: ରବିନ୍ଦ୍ର ଜାଡେଜା ରଚିଲେ ଇତିହାସ, କପିଲ ଦେବଙ୍କ ପରେ ଏହା କରିବାରେ ହେଲେ ଦ୍ୱିତୀୟ ଭାରତୀୟ

India vs Australia: ଇନ୍ଦୋରରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା (Ravindra Jadeja) ଏକ ବଡ଼ ରେକର୍ଡ କରିଛନ୍ତି । ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ୱିକେଟ୍ ସମେତ ୫୦୦୦ ରନ୍ ପୂରଣ କରିବାରେ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇପାରିଛନ୍ତି ।

ସାଙ୍କେତିକ ଛବି

India vs Australia, Ravindra Jadeja: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଇନ୍ଦୋରର ହୋଲକର ଷ୍ଟାଡିୟମରେ (Holkar Stadium) ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର (Team India) ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ଏହି ମ୍ୟାଚରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି । ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ କ୍ରିକେଟର ଯିଏ ପାଞ୍ଚ ଶହ ୱିକେଟ୍ ପୂରଣ କରିଛନ୍ତି ଓ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୫୦୦୦ ହଜାର ରନ୍ ସ୍କୋର କରିଛନ୍ତି । ଏହି ପ୍ରସଙ୍ଗରେ ସେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବଙ୍କ (Kapil Dev) ସ୍ପେଶାଲ କ୍ଲବରେ ଯୋଗ ଦେଇଛନ୍ତି ।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ଦ୍ୱିତୀୟ ଓଭର ବୋଲିଂ କରିବାକୁ ରବିନ୍ଦ୍ର ଜାଡେଜା କ୍ରିଜକୁ ଆସିଥିଲେ । ଏହି ସମୟରେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ତାଙ୍କ ସାମ୍ନାରେ ଥିଲେ । ଜାଡେଜାଙ୍କ ଓଭରର ଚତୁର୍ଥ ବଲ ଖେଳିବାକୁ ଯାଇ ଏଲବିଡ଼ବ୍ଲିୟୁ ଆଉଟ୍ ହୋଇଥିଲା । ଏହିପରି ଭାବରେ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ନିଜର ୫୦୦ ତମ ୱିକେଟ୍ ପୂରା କରିଥିଲେ ।

ଜାଡେଜା ଏପର୍ଯ୍ୟନ୍ତ ଭାରତ ପାଇଁ ୧୭୧ ଟି ODI ଓ ୬୪ ଟି-୨୦ ମ୍ୟାଚ ଖେଳିଛନ୍ତି । ନାଗପୁରରେ ସେ ନିଜ କ୍ୟାରିୟରର ୬୩ ତମ ଟେଷ୍ଟ ଖେଳୁଛନ୍ତି । ଅନ୍ୟପକ୍ଷରେ, ଯଦି ଆମେ ଜାଡେଜାଙ୍କ ଅନ୍ତର୍ଜାତୀୟ ୱିକେଟ୍ ବିଷୟରେ କଥା ହେଉ, ସେ ଟେଷ୍ଟରେ ୨୬୧ ୱିକେଟ୍ ନେଇଛନ୍ତି (ଖବର ଲେଖିବା ପର୍ଯ୍ୟନ୍ତ) । ଏଥି ସହିତ ସେ ODI କ୍ରିକେଟ୍ ରେ ୧୮୯ ୱିକେଟ୍ ଓ ଟି-୨୦ ଇଣ୍ଟରନ୍ୟାସନାଲରେ ୫୧ ୱିକେଟ୍ ନେଇଛନ୍ତି । ଏହାପୂର୍ବରୁ ଭାରତରୁ କପିଲ ଦେବ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦ ୱିକେଟ୍ ଓ 5000 ରନ୍ ପୂରଣ କରିଥିଲେ ।

ଭାରତୀୟ କ୍ରିକେଟ୍ ଦଳରେ ଜାଡୁ ନାମରେ ଜଣାଶୁଣା ରବିନ୍ଦ୍ର ଜାଡେଜା ବର୍ତ୍ତମାନ ଚମତ୍କାର ବୋଲିଂ କରୁଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ୭ ୱିକେଟ୍ ନେଇଥିଲେ । ଏଥି ସହ ଜାଡେଜା ଦିଲ୍ଲୀରେ ୧୦ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏହି ସମୟରେ ସେ ଉଭୟ ମ୍ୟାଚ୍‌ରେ ଭଲ ବୋଲିଂ କରିଥିଲେ । ଏହି ଦୁଇଟି ମ୍ୟାଚ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ବର୍ତ୍ତମାନର ଏହି ଟେଷ୍ଟ ସିରିଜରେ ଜାଡେଜା ଏପର୍ଯ୍ୟନ୍ତ ୧୯ଟି ୱିକେଟ୍ ନେଇଛନ୍ତି ।

ଏହା ବି ପଢ଼ନ୍ତୁ: IND VS AUS: ଆଉଟ୍ ପରେ ଶୁଭମନ ଗିଲଙ୍କ ସହ କେ.ଏଲ୍ ରାହୁଲ ମିଳାଇଲେ ହାତ, ଆରମ୍ଭ ହେଲା ବୋବାଲ୍, ଜାଣନ୍ତୁ ମାମଲା?

ଏହା ବି ପଢ଼ନ୍ତୁ: Jasprit Bumrah: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା!