World Cup 2023: ଓ୍ବାର୍ଲଡ଼ କପର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ , ବିନା ଖର୍ଚ୍ଚରେ ଦେଖିପାରିବେ ଲାଇଭ୍ ଷ୍ଟ୍ରିମିଂ
Advertisement

World Cup 2023: ଓ୍ବାର୍ଲଡ଼ କପର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ , ବିନା ଖର୍ଚ୍ଚରେ ଦେଖିପାରିବେ ଲାଇଭ୍ ଷ୍ଟ୍ରିମିଂ

World Cup 2023: ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଘରୋଇ ଟିମ୍ ଭାରତ । ଅପରାହ୍ନ ଦୁଇଟାରେ ଖେଳ ଆରମ୍ଭ ହେବ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓଲ୍ହାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ । 

ସୌଜନ୍ୟ- ସୋସିଆଲ ମିଡି଼ଆ

World Cup 2023: ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଘରୋଇ ଟିମ୍ ଭାରତ । ଅପରାହ୍ନ ଦୁଇଟାରେ ଖେଳ ଆରମ୍ଭ ହେବ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓଲ୍ହାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଭାରତୀୟ କ୍ରିକେଟ ଦଳ ନିଜର ବିଜୟ ସହିତ ଏହି ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ । ସମସ୍ତଙ୍କର ନଜର ଖେଳ ଉପରେ ରହିବ । ଆସନ୍ତୁ ଜାଣିବା କେତେବେଳେ ଆଉ କେମିତି ଆପଣ ଫ୍ରିରେ ଖେଳର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ । କାରଣ ଦୁଇଟି ଟିମ ପାଇଁ ବିଶ୍ବକପ୍ ୨୦୨୩ର ଏହା ପ୍ରଥମ ମୁକାବିଲା ରହିବ । କ୍ୟାପ୍ଟେନ୍ ରୋହିତ ଶର୍ମା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ବିଜୟ ସ୍ବାଦ ଚଖାଇ ଆଜି ସୁପର ସନ୍ଡ଼େର ସେଲିବ୍ରେସନ କରିବେ ।  

କେମିତି ଦେଖିବେ ଲାଇଭ୍ ମ୍ୟାଚ୍ 

ସିଧାପ୍ରସାରଣର ମିଡ଼ିଆ ରାଇଟ୍ସ କେବଳ ଷ୍ଟାର ସ୍ପୋର୍ଟସ ପାଖରେ ଅଛି । ପ୍ରତ୍ୟେକ ଦର୍ଶକ ଷ୍ଟାର ସ୍ପୋର୍ଟସର ବିଭିନ୍ନ ଭାଷାର ଚ୍ୟାନେଲକୁ ଯାଇ ଦେଖିପାରିବେ । ଭାରତୀୟ ସମୟ ଅନୁସାରେ ଖେଳ ଅପରାହ୍ନ ୨ଟାରେ ଆରମ୍ଭ ହେବ । ସେହି ହିସାବରେ ୧ଟା ୩୦ ମିନିଟ୍ ମସୟରେ ଟସ୍ ପଡ଼ିବ । ପ୍ରଶ୍ନ ବର୍ତ୍ତମାନ ଏଇଆ ଯେ କ୍ରିକେଟପ୍ରେମୀ ମାନେ ଫୋନରେ କେମିତି ଲାଇଭ୍ ଷ୍ଟ୍ରିମିଂ ଦେଖିବେ । ତାହା ପୁଣି ବିନା ମୂଲ୍ୟରେ । ଆସନ୍ତୁ ଜାଣିବା ପୁରା ଡ଼ିଟେଲ୍ସ ।   

କେମିତି ଦେଖିବେ ଫ୍ରିରେ ଲାଇଭ୍ ଷ୍ଟ୍ରିମିଂ 

ଖାଲି ଏହି ମ୍ୟାଚ ନୁହେଁ ପୁରା ବିଶ୍ବକପ ପାଇଁ ଷ୍ଟାରର ଓଟିଟି ପ୍ଲାଟଫର୍ମ ଡ଼ିଜନୀ ପ୍ଲସ ହଟଷ୍ଟାର ମୋବାଇଲ୍ ବ୍ୟବହାରକାରୀଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ସେହି ଅନୁସାରେ କ୍ରିକେଟପ୍ରେମୀ ମାନେ ମୋବାଇଲରେ ହଟଷ୍ଟାର ମାଧ୍ୟମରେ ଫ୍ରିରେ ଖେଳ ଦେଖିବାର ଲାଭ ଉଠାଇ ପାରିବେ । ମାନେ ବିନା ମୂଲ୍ୟରେ ଘରେ ବସି ବିଶ୍ବକପ ୨୦୨୩ର ସିଧାପ୍ରସାରଣର ମଜା ନେଇପାରିବେ ।