IND-W vs AUS-W: ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ହସ୍ପିଟାଲରେ ପହଞ୍ଚିଲେ ଦଳର ଅଧିନାୟକ
Advertisement

IND-W vs AUS-W: ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ହସ୍ପିଟାଲରେ ପହଞ୍ଚିଲେ ଦଳର ଅଧିନାୟକ

IND vs AUS: ମହିଳା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ଏକ ବଡ଼ ଝଟକା ଲାଗିଛି । ଭାରତୀୟ ଦଳର କ୍ୟାପଟେନ ହରମାନପ୍ରୀତ କୌର (Harmanpreet Kaur) ଓ ପୂଜା ବସ୍ତ୍ରକାର (Pooja Vastrakar) ଅସୁସ୍ଥତା ଯୋଗୁଁ ମ୍ୟାଚରୁ ବାଦ ପଡିପାରନ୍ତି ।

ସୌ: ସୋସିଆଲ ମିଡିଆ

Women’s T20 World Cup 2023 Semifinal: ଭାରତୀୟ ଦଳ (Team India) ଆଜି ଅର୍ଥାତ୍ ଗୁରୁବାର ଦିନ ଅଷ୍ଟ୍ରେଲିଆ (Australia Team) ବିପକ୍ଷରେ ମହିଳା ଟି-୨୦ ବିଶ୍ୱକପର (T20 World Cup) ସେମିଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୬:୩୦ ରେ ଆରମ୍ଭ ହେବ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଦଳର ଅଧିନାୟକ ହରମାନପ୍ରୀତ କୌର (Harmanpreet Kaur) ଓ ଅଲରାଉଣ୍ଡର ପୂଜା ବସ୍ତ୍ରକାର (Pooja Vastrakar) ଅସୁସ୍ଥତା ଯୋଗୁଁ ଏହି ବଡ ମ୍ୟାଚରୁ ବାଦ ପଡିପାରନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଓ ଅଲରାଉଣ୍ଡର ପୂଜା ବସ୍ତ୍ରକାର ଅସୁସ୍ଥ ଅଛନ୍ତି ଓ ସେମାନେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ (Semifinal) ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ । ରିପୋର୍ଟ ଅନୁଯାୟୀ, ଯଦି ହରମାନପ୍ରୀତ କୌର ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି, ତେବେ ସ୍ମୃତି ମନ୍ଦନା (Smriti Mandhana) ତାଙ୍କ ସ୍ଥାନରେ ଦଳର  ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେମିଫାଇନାଲ ଭଳି ଏକ ବଡ଼ ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ ଝଟକା । କ୍ୟାପଟେନ୍ ହରମାନପ୍ରୀତ କୌର ହେଉଛନ୍ତି ଭାରତୀୟ ମହିଳା ଅଧିନାୟକ ତଥା ଦଳର ସବୁଠାରୁ ଅଭିଜ୍ଞ ଖେଳାଳି । ଏଭଳି ପରିସ୍ଥିତିରେ ଦଳ ନିଶ୍ଚିତ ଭାବେ ମିସ୍ କରିବ । ଅନ୍ୟପକ୍ଷରେ ପୂଜା ବସ୍ତ୍ରକାର ଅଲରାଉଣ୍ଡର ଭାବରେ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

fallback

ମହିଳା ଟି-୨୦ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଭଲ ରହିଛି । ଦଳ ୪ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ୩ଟି ଜିତିଛି । ଏଥିରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୭ ୱିକେଟ୍, ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍ ଓ ଆୟର୍ଲାଣ୍ଡକୁ ୫ରନରେ (ଡକ୍ୱର୍ଥ ଲୁଇସ୍ ଶାସନ ଅଧୀନରେ) ପରାସ୍ତ କରିଛି । ଲିଗ୍‌ ମ୍ୟାଚରେ କେବଳ ଇଂଲଣ୍ଡ ବିପକ୍ଷରେ ଦଳକୁ ୧୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଫର୍ମରେ ରହିଛି । ଦଳ ଚାରିଟି ଲିଗ୍ ମ୍ୟାଚ୍ ଜିତିଛି ଓ ନିଜ ଗ୍ରୁପ୍ ଶୀର୍ଷରେ ଅଛି । ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆ ବଡ଼ ବିଜୟ ପଞ୍ଜିକରଣ କରିଛି । ସେ ନ୍ୟୁଜିଲ୍ୟାଣ୍ଡ ଦଳକୁ ୯୭ ରନ, ବାଂଲାଦେଶକୁ ୮ ୱିକେଟ୍, ଶ୍ରୀଲଙ୍କାକୁ ୧୦ ୱିକେଟ୍ ଓ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି ।

ଏହା ବି ପଢ଼ନ୍ତୁ: Varun Aaron: ଟିମ୍ ଇଣ୍ଡିଆରେ ଏଣିକି କେବେବି ନଜରକୁ ଆସିବେ ନାହିଁ ଏହି ଘାତକ ଖେଳାଳି! ଶେଷ ହୋଇଗଲା କ୍ୟାରିୟର୍

ଏହା ବି ପଢ଼ନ୍ତୁ: Umesh Yadav Father Death: ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ଉପରେ ହଠାତ୍ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼, ବାପାଙ୍କ ନିଧନ