Ashwin Record: ଅଶ୍ୱିନ୍ ରଚିଲେ ଇତିହାସ! ଭାଙ୍ଗିଲେ ଭାରତର ସବୁ ବୋଲରଙ୍କ ରେକର୍ଡ, କଲେ ଏହି କୀର୍ତ୍ତିମାନ
Advertisement
Article Detail0/zeeodisha/odisha1604149

Ashwin Record: ଅଶ୍ୱିନ୍ ରଚିଲେ ଇତିହାସ! ଭାଙ୍ଗିଲେ ଭାରତର ସବୁ ବୋଲରଙ୍କ ରେକର୍ଡ, କଲେ ଏହି କୀର୍ତ୍ତିମାନ

Ashwin Record: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୬ଟି ୱିକେଟ୍ ନେଇଥିଲେ । ଏହା ସହିତ ସେ ଏକାକି ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଏହା ସହ ସେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Ravichandran Ashwin Goes Past Anil Kumble: ଭାରତ ଓ ଅଷ୍ଟ୍ରେଲିଆ (India Vs Australia) ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଇନିଂସରେ ଆର ଅଶ୍ୱିନ (R Ashwin) ୬ଟି ୱିକେଟ୍ ନେଇଛନ୍ତି । ସେ ପ୍ରଥମେ ଟ୍ରାଭିସ୍ ହେଡଙ୍କୁ ଆଉଟ୍ କରିଥିଲେ । ଏହା ପରେ କ୍ୟାମେରନ୍ ଗ୍ରୀନ୍ ଓ ଆଲେକ୍ସ କେରି ନିଜର ଶିକାର କରିଥିଲେ । କିଛି ସମୟ ପରେ ଷ୍ଟାର୍କ ମଧ୍ୟ ତାଙ୍କ ବଲରେ ଆଉଟ୍ ହୋଇଥିଲେ ଓ ଶେଷରେ ସେ ନାଥାନ ଲିୟନ ଓ ଟଡ ମର୍ଫିଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆର ଇନିଂସକୁ ଶେଷ କରି ଦେଇଥିଲେ ।

ଏହି ମ୍ୟାଚର ପ୍ରଥମ ଇନିଂସରେ ସେ ୪୭.୨ ଓଭରରେ ୯୧ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ । ଏହି ସମୟ ମଧ୍ୟରେ ତାଙ୍କର ୧୫ଟି ମେଡେନ୍ ଓଭର ଥିଲା । ଅଶ୍ୱିନ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଏକାଠି ଅନେକ ରେକର୍ଡ ବନାଇଥିଲେ ।

ଅଶ୍ୱିନ୍ ନିଜ ଟେଷ୍ଟ କ୍ୟାରିୟରରେ ୩୨ ତମ ଥର ପାଇଁ ଗୋଟିଏ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଛନ୍ତି । ଅଧିକାଂଶ ଥର ଇନିଂସରେ ପାଞ୍ଚଟି ୱିକେଟ୍ ନେବାରେ ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ କେବଳ ଅନିଲ କୁମ୍ବଲେ ତାଙ୍କଠାରୁ ଆଗରେ ଅଛନ୍ତି, ଯିଏ ୩୫ ଥର ଏହି କୀର୍ତ୍ତିମାନ କରିଛନ୍ତି । ଭାରତୀୟ ମାଟିରେ ୨୬ ତମ ଥର ପାଇଁ ଅଶ୍ୱିନ ଗୋଟିଏ ଇନିଂସରେ ପାଞ୍ଚ ୱିକେଟ୍ ନେଇଥିଲେ । ଏହା ସହ ସେ ଭାରତରେ ସର୍ବାଧିକ ଥର ପାଇଁ ଗୋଟିଏ ଇନିଂସରେ ପାଞ୍ଚ ୱିକେଟ୍ ନେଇଥିବା ଖେଳାଳି ହୋଇଛନ୍ତି । ଏହି ମାମଲାରେ ସେ ଅନିଲ କୁମ୍ବଲେଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି, ଯିଏ ଭାରତୀୟ ମାଟିରେ ୨୫ ଥର ଗୋଟିଏ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଥିଲେ ।

fallback

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଅଶ୍ୱିନ ୨୪ ୱିକେଟ୍ ନେଇଛ ନ୍ତି। ଏହି ସିରିଜରେ ସର୍ବାଧିକ ୱିକେଟ୍ ନେବାରେ ସେ ଆଗରେ ଅଛନ୍ତି । ତାଙ୍କ ପରେ ରବିନ୍ଦ୍ର ଜାଡେଜା ୨୨ ୱିକେଟ୍ ସହ ଦ୍ୱିତୀୟ ଓ ନାଥନ୍ ଲିଅନ୍ ୧୯ ୱିକେଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜରେ ଅଶ୍ୱିନ ଏପର୍ଯ୍ୟନ୍ତ ୧୧୩ ୱିକେଟ୍ ନେଇଛନ୍ତି । ଏହି ପ୍ରସଙ୍ଗରେ ସେ ବର୍ତ୍ତମାନ ନାଥାନ୍ ଲିଓନଙ୍କ ସହ ସମକକ୍ଷ ହୋଇଛନ୍ତି । ତେବେ ଅଶ୍ୱିନ ମାତ୍ର ୪୧ ଇନିଂସରେ ୧୧୩ ୱିକେଟ୍ ନେଇଥିବାବେଳେ, ନାଥନ୍ ଲିଅନ୍ ୪୬ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇ ଅଶ୍ୱିନ ମଧ୍ୟ ଅନିଲ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଛନ୍ତି । କୁମ୍ବଲେ ୨୦ ଟି ମ୍ୟାଚର ୩୮ ଇନିଂସରେ ୧୧୧ ୱିକେଟ୍ ନେଇଥିଲେ । ଏଥି ସହିତ ଅଶ୍ୱିନ ୨୨ ଟି ମ୍ୟାଚର ୪୧ ଇନିଂସରେ ୧୧୩ ୱିକେଟ୍ ନେଇଛନ୍ତି । 

ଏହା ବି ପଢନ୍ତୁ: IND vs AUS: ଚେତେଶ୍ୱର ପୂଜାରାଙ୍କ ଗୋଟିଏ ଇସାରାରେ ଭାଙ୍ଗିଗଲା ଉସମାନ ଖାୱାଜାଙ୍କ ପତ୍ନୀର ହୃଦୟ! ଏହା ରହିଛି ମାମଲା