Ahmedabad Test: ଶାମିଙ୍କ ପ୍ରତ୍ୟାବର୍ତ୍ତନ, ଇଶାନଙ୍କୁ ମିଳିବ ସୁଯୋଗ? ଅହମ୍ମଦାବାଦରେ ଏପରି ହେବ ଭାରତର ପ୍ଲେଇଂ ଇଲେଭେନ!
Advertisement
Article Detail0/zeeodisha/odisha1601110

Ahmedabad Test: ଶାମିଙ୍କ ପ୍ରତ୍ୟାବର୍ତ୍ତନ, ଇଶାନଙ୍କୁ ମିଳିବ ସୁଯୋଗ? ଅହମ୍ମଦାବାଦରେ ଏପରି ହେବ ଭାରତର ପ୍ଲେଇଂ ଇଲେଭେନ!

Team India Playing 11: ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ପାଇଁ ଗୁତୁତ୍ତ୍ୱପୂର୍ଣ୍ଣ । ଏଥି ପାଇଁ ପ୍ଲେଇଂ ଇଲେଭେନ୍ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ଭାରତର ପ୍ଲେଇଂ ଇଲେଭେନ ।

ସୌ: ସୋସିଆଲ ମିଡିଆ

India vs Australia 4th Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍ ଗୁରୁବାର, ଅର୍ଥାତ ୯ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ଆରମ୍ଭ ହେବାକୁ ଯାଉଛି । ଭାରତ ଏହି ସିରିଜ ଜିତିବାର ସୁଯୋଗ ପାଇଥିବାବେଳେ, ଇନ୍ଦୋର ଟେଷ୍ଟ (Indore Test) ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ (Australia Team) ସିରିଜକୁ ଡ୍ର’ କରିବାକୁ ଚାହୁଁଛି । ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଉଭୟ ଦଳ ପାଇଁ ଗୁତୁତ୍ତ୍ୱପୂର୍ଣ୍ଣ । ଏଥି ପାଇଁ ପ୍ଲେଇଂ ଇଲେଭେନ୍ କିପରି ହେବ ତା'ଉପରେ ନେଇ ସମସ୍ତଙ୍କ ନଜର ରହିଛି ।

ଇନ୍ଦୋରରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ​। ଭାରତୀୟ ଦଳ ସେହି ମ୍ୟାଚରେ କେ.ଏଲ୍ ରାହୁଲଙ୍କୁ ଡ୍ରପ କରିଥିବାବେଳେ ମହମ୍ମଦ ଶାମି ବିଶ୍ରାମ ଦେଇଥିଲା । ଦଳରେ ଶୁଭମାନ ଗିଲ ଓ ଉମେଶ ଯାଦବଙ୍କୁ ସୁଯୋଗ ମିଳିଥିଲା । ଗିଲ କିଛି ବିଶେଷ ପ୍ରଦର୍ଶନ କରିପାରି ନଥିଲେ କିନ୍ତୁ ଉମେଶ ନିଶ୍ଚିତ ଭାବେ ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିଲେ । ଅହମ୍ମଦାବାଦ ଟେଷ୍ଟରେ ଉଭୟ ଖେଳୁଥିବା ଦେଖିବାକୁ ମିଳିବ, ଏହାର ସମ୍ଭାବନା ଅଧିକ ରହିଛି ।

ବୋଲିଂରେ ଯଦିଓ ଏକ ପରିବର୍ତ୍ତନ ହୋଇପାରେ । ଶେଷ ଟେଷ୍ଟରେ ବିଶ୍ରାମ ପରେ ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ଓ ମହମ୍ମଦ ସିରାଜ ତାଙ୍କ ପାଇଁ ରାସ୍ତା ଛାଡ଼ିବେ । ଏହାର କାରଣଟି ସରଳ - ପୁରୁଣା ବଲ ସହିତ ରିଭର୍ସ ସ୍ୱିଙ୍ଗ କରିବା ପାଇଁ ଶାମି ଓ ଉମେଶଙ୍କର ଅପାର କ୍ଷମତା ଅଛି । ସେ ଯାହାହେଉ, ସମସ୍ତ ତିନୋଟି ସ୍ପିନରଙ୍କ ଉପସ୍ଥିତି ଯୋଗୁଁ ପେସ୍ ବୋଲର ମାନେ ବୋଲିଂ କରିବାର କମ୍ ସୁଯୋଗ ପାଇଛନ୍ତି, ଯାହା ଅହମ୍ମଦାବାଦରେ ଜାରି ରହିବ । ଏଭଳି ପରିସ୍ଥିତିରେ, ଦିନିକିଆ ସିରିଜକୁ ଧ୍ୟାନରେ ରଖି ସିରାଜଙ୍କୁ ବିଶ୍ରାମ ଦେବାର ସୁଯୋଗ ମଧ୍ୟ ମିଳିପାରିବ ।

ବ୍ୟାଟିଂରେ ଗିଲ, ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି । ଗିଲ କେବଳ ସିରିଜର ଗୋଟିଏ ଟେଷ୍ଟ ଖେଳିଛନ୍ତି ଓ ଏଭଳି ପରିସ୍ଥିତିରେ ସେ ନିଶ୍ଚିତ ଯେ ପରବର୍ତ୍ତୀ ଟେଷ୍ଟ ମଧ୍ୟ ସୁଯୋଗ ପାଇବେ । କୋହଲିଙ୍କ ଫର୍ମ ହେଉଛି ସବୁଠାରୁ ବଡ ଟେନସନ, ଯିଏ ବ୍ୟାଟିଂ କରିବା ସମୟରେ ଅଧିକ ଅସୁବିଧାରେ ସମ୍ମୁଖୀନ ହୋଇନଥିଲେ କିନ୍ତୁ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଶ୍ରେୟାସଙ୍କ ଅବସ୍ଥା ମଧ୍ୟ ସମାନ ଓ ଏପରି ପରିସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଭଳି ବିକଳ୍ପ ମଧ୍ୟ ଅଛି । ତଥାପି, ଶେଷ ଟେଷ୍ଟ ପାଇଁ କୌଣସି ପରିବର୍ତ୍ତନ ହେବାର ମନେହୁଏ ନାହିଁ ।

ୱିକେଟ୍ କିପର କେ.ଏସ୍ ଭରତଙ୍କ ସ୍ଥାନରେ ଇଶାନଙ୍କୁ ଖେଳାଯାଇପାରେ ବୋଲି ମଧ୍ୟ ଖବର ରହିଛି ଓ ଏହାର କାରଣ ଭାରତର ବ୍ୟାଟିଂ ବୋଲି ବିଶ୍ୱାସ କରାଯାଏ, ଯାହା ଏପର୍ଯ୍ୟନ୍ତ ଖେଳାଯାଇଥିବା ଇନିଂସରେ ବିଶେଷ ପ୍ରଭାବଶାଳୀ ହୋଇପାରି ନାହିଁ । କିନ୍ତୁ ପ୍ରଶ୍ନ ହେଉଛି, ଇଶାନ ସ୍ପିନରଙ୍କ ସାମ୍ନାରେ ଭରତଙ୍କ ଭଳି ସଫଳ ହେବେ କି? ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ ଓ ଏଭଳି ପରିସ୍ଥିତିରେ ଭରତ ସର୍ବୋତ୍ତମ ବିକଳ୍ପ ଅଟେ ।

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, ରବିନ୍ଦ୍ର ଜାଡେଜା, କେ.ଏସ୍ ଭାରତ (ୱିକେଟ୍ କିପର), ଆର ଅଶ୍ୱିନ୍, ଅକ୍ଷାର ପଟେଲ, ଉମେଶ ଯାଦବ ଓ ମହମ୍ମଦ ଶାମି ।

ଏହା ବି ପଢ଼ନ୍ତୁ: IND vs AUS: ଟେଷ୍ଟ ସିରିଜ୍ ମଝିରେ ଏହି ଖେଳାଳିଙ୍କ ପାଇଁ ଆସିଲା ଖୁସି ଖବର, ଦ୍ୱିତୀୟ ଥର ପାଇଁ ହେଲେ ବାପା