IND vs AUS 3rd Test: ଇନ୍ଦୋର ଟେଷ୍ଟ ଶେଷ ହେବା ମାତ୍ରେ ଅଧିନାୟକତ୍ୱ ଛାଡିବାକୁ କଲେ ଘୋଷଣା, ବର୍ତ୍ତମାନ ଏହି ଭେଟେରାନଙ୍କୁ ମିଳିବ ଦଳର କମାଣ!
Advertisement

IND vs AUS 3rd Test: ଇନ୍ଦୋର ଟେଷ୍ଟ ଶେଷ ହେବା ମାତ୍ରେ ଅଧିନାୟକତ୍ୱ ଛାଡିବାକୁ କଲେ ଘୋଷଣା, ବର୍ତ୍ତମାନ ଏହି ଭେଟେରାନଙ୍କୁ ମିଳିବ ଦଳର କମାଣ!

IND vs AUS 3rd Test: ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ଭାବେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏପର୍ଯ୍ୟନ୍ତ ଖେଳାଯାଇଥିବା ତିନୋଟି ମ୍ୟାଚରୁ ୨ଟି ଜିତି ଭାରତୀୟ ଦଳ ସିରିଜରେ ୨-୧ରେ ଆଗୁଆ ରହିଛି । ନାଗପୁର ଓ ଦିଲ୍ଲୀରେ ଖେଳାଯାଇଥିବା ସିରିଜର ଟେଷ୍ଟ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଥିଲା । ​​କିନ୍ତୁ ଇନ୍ଦୋରରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

IND vs AUS 3rd Test: ଇନ୍ଦୋର ଟେଷ୍ଟ ଶେଷ ହେବା ମାତ୍ରେ ଅଧିନାୟକତ୍ୱ ଛାଡିବାକୁ କଲେ ଘୋଷଣା, ବର୍ତ୍ତମାନ ଏହି ଭେଟେରାନଙ୍କୁ ମିଳିବ ଦଳର କମାଣ!

India vs Australia 3rd Test, Steve Smith On Aussie Test Captaincy: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy 2023) ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଇନ୍ଦୋର (Indore Test Match) ର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ (IND vs AUS 3rd Test) ରେ ଟିମ୍ ଇଣ୍ଡିଆ (Team India) କୁ ଶୋଚନୀୟ ଭାବେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏପର୍ଯ୍ୟନ୍ତ ଖେଳାଯାଇଥିବା ତିନୋଟି ମ୍ୟାଚରୁ ୨ଟି ଜିତି ଭାରତୀୟ ଦଳ ସିରିଜରେ ୨-୧ରେ ଆଗୁଆ ରହିଛି । ନାଗପୁର ଓ ଦିଲ୍ଲୀରେ ଖେଳାଯାଇଥିବା ସିରିଜର ଟେଷ୍ଟ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଥିଲା । ​​କିନ୍ତୁ ଇନ୍ଦୋରରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସିରିଜରେ ଅଷ୍ଟ୍ରେଲିଆ (Australia Team) ପ୍ରଥମ ବିଜୟ ହାସଲ କରିଥିଲା । ବର୍ତ୍ତମାନ ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ (India vs Australia 4th Test Match) ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି ।

ଶୁକ୍ରବାର ବର୍ଡର ଗାଭାସ୍କର ଟ୍ରଫି ସିରିଜ (Border-Gavaskar Trophy 2023) ର ତୃତୀୟ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳ ଭାରତୀୟ ଦଳକୁ ୯ ୱିକେଟରେ ପରାସ୍ତ କରିଛି । ଏହିପରି ଅଷ୍ଟ୍ରେଲିଆ ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରଥମ ବିଜୟ ହାସଲ କରିଥିଲା । ଭାରତୀୟ ବ୍ୟାଟିଂ ସମ୍ପୂର୍ଣ୍ଣ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା ଓ ଦଳ ପ୍ରଥମ ଇନିଂସରେ ୧୦୯ ସ୍କୋର କରି ଅଲଆଉଟ୍ ହୋଇଥିଲା । ଏହା ପରେ କଙ୍ଗାରୁ ଦଳ ୧୯୭ ରନ କରି ଅଲଆଉଟ୍ ହୋଇଯାଇଥିଲା । ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୬୩ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଯାହା ଫଳରେ ଅତିଥି ଦଳକୁ ୭୬ ରନର ସହଜ ଲକ୍ଷ୍ୟ ମିଳିଥିଲା । ତୃତୀୟ ଦିନରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା ।

ଷ୍ଟିଭ ସ୍ମିଥ (Steve Smith) ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆର ଅଧିନାୟକତ୍ୱ ଗ୍ରହଣ କରିଥିଲେ । ମ୍ୟାଚ୍ ଜିତିବା ପରେ ସ୍ମିଥ୍ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ହେଉଛି ପ୍ୟାଟ୍ କମିନ୍ସ (Pat Cummins) ଙ୍କ ଦଳ ଓ ଏହି ପେସର୍ ଦଳକୁ ସିରିଜରେ ଆଗକୁ ସମ୍ଭାଳିବେ । ଏହାର ଅର୍ଥ ହେଉଛି ଯେ ଷ୍ଟିଭ୍ ସ୍ମିଥ୍ ଅଧିନାୟକତ୍ୱ ଛାଡିଛନ୍ତି ଓ ପ୍ୟାଟ୍ କମିନ୍ସ ମାର୍ଚ୍ଚ ୯ରୁ ଅହମ୍ମଦାବାଦରେ ଆରମ୍ଭ ହେବାକୁ ଥିବା ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ । ଏହି ଭେଟେରାନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ କହିଛନ୍ତି, ମୋର ସମୟ ସରିଯାଇଛି । ବର୍ତ୍ତମାନ ଏହା ହେଉଛି ପ୍ୟାଟ୍ କମିନ୍ସଙ୍କ ଦଳ ।

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ୍ ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବାପାଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପିଏମ ମୋଦି

ଅଧିକ ପଢ଼ନ୍ତୁ:-ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର; ବଦଳିଯିବ ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ; ଜାଣନ୍ତୁ କାହିଁକି

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିଲା ହୋଲିର ସବୁଠାରୁ ବଡ଼ ଉପହାର; ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଅର୍ଥମନ୍ତ୍ରୀ କଲେ ଘୋଷଣା

 

୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଭାରତ ୨-୧ରେ ଆଗୁଆ ରହିଛି । ମାତ୍ର ୩ ଦିନ ମଧ୍ୟରେ ଇନ୍ଦୋର ଟେଷ୍ଟରେ ବିଜୟ ନିଶ୍ଚିତ ଭାବରେ ଭ୍ରମଣକାରୀ ଦଳର ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ାଇଥିବ । ବର୍ତ୍ତମାନ ପ୍ୟାଟ୍ କମିନ୍ସ ଦଳକୁ ଫେରିବେ । ଦଳର ଏହି ଭେଟେରାନ୍ ପେସର୍ ଅସୁସ୍ଥ ମା’ଙ୍କ ଚିକିତ୍ସା ଯୋଗୁଁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପରେ ସ୍ୱଦେଶକୁ ଫେରିଥିଲେ । ଏହି କାରଣରୁ ସେ ତୃତୀୟ ଟେଷ୍ଟ ମ୍ୟାଚର ଅଂଶ ହୋଇପାରିନଥିଲେ । ସ୍ମିଥଙ୍କ ବୟାନରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଚତୁର୍ଥ ମ୍ୟାଚରେ କମିନ୍ସ ଦଳର ଅଧିନାୟକତ୍ୱ ଗ୍ରହଣ କରିବେ ।