IND vs AUS 3rd Test​: ଭାରତ-ଅଷ୍ଟ୍ରେଲିଆ ସିରିଜକୁ ନେଇ BCCI ନେଲା ବଡ଼ ନିଷ୍ପତ୍ତି, ବର୍ତ୍ତମାନ ଏଠାରେ ଖେଳାଯିବନି ତୃତୀୟ ଟେଷ୍ଟ
Advertisement
Article Detail0/zeeodisha/odisha1568121

IND vs AUS 3rd Test​: ଭାରତ-ଅଷ୍ଟ୍ରେଲିଆ ସିରିଜକୁ ନେଇ BCCI ନେଲା ବଡ଼ ନିଷ୍ପତ୍ତି, ବର୍ତ୍ତମାନ ଏଠାରେ ଖେଳାଯିବନି ତୃତୀୟ ଟେଷ୍ଟ

IND vs AUS 3rd Test​: ଏହି ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରିହିଛି । ଏସବୁ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍ ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ଭେନ୍ୟୁରେ ପରିବର୍ତ୍ତନ ହୋଇପାରେ । ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । 

IND vs AUS 3rd Test​: ଭାରତ-ଅଷ୍ଟ୍ରେଲିଆ ସିରିଜକୁ ନେଇ BCCI ନେଲା ବଡ଼ ନିଷ୍ପତ୍ତି, ବର୍ତ୍ତମାନ ଏଠାରେ ଖେଳାଯିବନି ତୃତୀୟ ଟେଷ୍ଟ

India vs Australia Test Series: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (IND vs AUS Test Series) ଫେବୃଆରୀ ୯ରୁ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (India vs Australia 1st Test Match) ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ  ଖେଳାଯାଇଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର କଙ୍ଗାରୁ ଦଳକୁ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି । ଯାହା ପରେ ଏହି ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରିହିଛି । ଏସବୁ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ସିରିଜ୍ ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ଭେନ୍ୟୁରେ ପରିବର୍ତ୍ତନ ହୋଇପାରେ । ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । 

ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍ (IND vs AUS 3rd Test) ଫେବୃଆରୀ ୧୭ରୁ ଖେଳାଯିବ । ଅନ୍ୟପକ୍ଷରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାସ୍ଥିତ  HPCA (Himachal Pradesh Cricket Association) ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ର ତୃତୀୟ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚର ସ୍ଥାନ ପରିବର୍ତ୍ତନ କରାଯାଇପାରେ । ଏହି ଗ୍ରାଉଣ୍ଡରେ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ନିକଟ ଅତୀତରେ HPCA ଷ୍ଟାଡିୟମରେ ମରାମତି କାର୍ଯ୍ୟ କରାଯାଇଥିଲା, ଏହା ପରେ ଏହି ଷ୍ଟାଡିୟମ୍ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ ପାଇଁ ଫିଟ୍ ହୋଇପାରିଲା ନାହିଁ ।

ESPNcricinfo ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ବିଶେଷଜ୍ଞ ଦଳ ଦ୍ୱାରା ଗ୍ରାଉଣ୍ଡ ଯାଞ୍ଚ ଫଳାଫଳକୁ ଆଧାର କରି ବିସିସିଆଇ ଆସନ୍ତା କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଏହା ଜାଣିବାକୁ ମିଳିଛି ଯେ ବିସିସିଆଇ ଏକ ବ୍ୟାକ୍ ଅପ୍ ଭେନ୍ୟୁକୁ ସର୍ଟଲିଷ୍ଟ କରିସାରିଛି, କିନ୍ତୁ ଧର୍ମଶାଳାକୁ ବାଦ ଦେବା ପରେ ହିଁ ଏହାର ଘୋଷଣା କରାଯିବ । 

ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମି ଭାଙ୍ଗିଲେ ଏହି ବଡ଼ ରେକର୍ଡ, ବିରାଟ କୋହଲି ଓ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ପଛକୁ ପକାଇଲେ

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ଜିତିବା ପରେ ରୋହିତ ଶର୍ମା ହେଲେ ଭାବୁକ, ଏସବୁ ଖେଳାଳିଙ୍କୁ ବିଜୟ ପାଇଁ ଦେଲେ ଶ୍ରେୟ

ଅଧିକ ପଢ଼ନ୍ତୁ:-ପରାଜୟ ପରେ ଅଷ୍ଟ୍ରେଲିଆର ଅଧିନାୟକ ଅତ୍ୟନ୍ତ ନିରାଶ, ମ୍ୟାଚ୍ ପରେ କହିଲେ କେଉଁଠାରେ ହୋଇଛି ଭୁଲ୍

ଏଠାରେ କହି ରଖୁଛୁ ଯେ, ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୭୭ ରନରେ ଅଲଆଉଟ ହୋଇଯାଇଥିଲା । ରବିନ୍ଦ୍ର ଜାଡେଜା ୫ଟି ୱିକେଟ୍ ନେଇଥିଲେ । ଏହାର ଜବାବରେ ରୋହିତ ଶର୍ମା ଅଧିନାୟକ ଇନିଂସରେ ୧୨୦ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଅକ୍ସର ପଟେଲ ଓ ଜାଡେଜା  ଟିମ୍ ଇଣ୍ଡିଆର ସ୍କୋରକୁ ୪୦୦କୁ ପହଞ୍ଚାଇଥିଲା । ଅର୍ଥାତ୍ ଭାରତର ଖାତାରେ ୨୨୩ ରନର ଅଗ୍ରଣୀ ରହିଥିଲା ​। କଙ୍ଗାରୁ ଦଳ ଦ୍ୱିତୀୟ ଇନିଂସରେ ୯୧ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତୀୟ ଦଳ ତୃତୀୟ ଦିନରେ ଏହି ମ୍ୟାଚକୁ ଇନିଂସ ଓ ୧୩୨ ରନରେ ଜିତିଛି ।