IND vs AUS 3rd Test: ତୃତୀୟ ଟେଷ୍ଟରୁ ବାହାର ହେଲେ ଏହି ୪ ବଡ଼ ମ୍ୟାଚ୍ ୱିନର ଖେଳାଳି, ବର୍ତ୍ତମାନ ଟିମ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ବି ହେଲା କଷ୍ଟକର
Advertisement

IND vs AUS 3rd Test: ତୃତୀୟ ଟେଷ୍ଟରୁ ବାହାର ହେଲେ ଏହି ୪ ବଡ଼ ମ୍ୟାଚ୍ ୱିନର ଖେଳାଳି, ବର୍ତ୍ତମାନ ଟିମ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ବି ହେଲା କଷ୍ଟକର

IND vs AUS 3rd Test: ଦିଲ୍ଲୀ ଟେଷ୍ଟ ଜିତିବା ପରେ ଟିମ୍ ଇଣ୍ଡିଆକୁ ପ୍ରାୟ ଏକ ସପ୍ତାହର ବିଶ୍ରାମ ମିଳିଛି । ଭାରତୀୟ ଦଳ ଏବେ ତୃତୀୟ ଟେଷ୍ଟ ଜିତିବା ଓ ସିରିଜକୁ ନିଜ ନାମରେ କରିବା ଉପରେ ନଜର ରଖିଛି । ଏଥି ସହିତ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ବିଜୟ ଉପରେ ନଜର ରଖିଛି । କିନ୍ତୁ ଏହି ମ୍ୟାଚରେ ୪ଟି ବଡ଼ ମ୍ୟାଚ୍ ୱିନର ଖେଳାଳି ଖେଳୁଥିବାର ଦେଖାଯିବ ନାହିଁ ।

IND vs AUS 3rd Test: ତୃତୀୟ ଟେଷ୍ଟରୁ ବାହାର ହେଲେ ଏହି ୪ ବଡ଼ ମ୍ୟାଚ୍ ୱିନର ଖେଳାଳି, ବର୍ତ୍ତମାନ ଟିମ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ବି ହେଲା କଷ୍ଟକର

India vs Australia 3rd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ  ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy) ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜ (ndia vs Australia Test Series) ର ତୃତୀୟ ଟେଷ୍ଟ ମ୍ୟାଚ୍ (IND vs AUS 3rd Test Match)  ମାର୍ଚ୍ଚ ୧ରୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ । ଦିଲ୍ଲୀ ଟେଷ୍ଟ ଜିତିବା ପରେ ଟିମ୍ ଇଣ୍ଡିଆ (Team India) କୁ ପ୍ରାୟ ଏକ ସପ୍ତାହର ବିଶ୍ରାମ ମିଳିଛି । ଭାରତୀୟ ଦଳ ଏବେ ତୃତୀୟ ଟେଷ୍ଟ ଜିତିବା ଓ ସିରିଜକୁ ନିଜ ନାମରେ କରିବା ଉପରେ ନଜର ରଖିଛି । ଏଥି ସହିତ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ବିଜୟ ଉପରେ ନଜର ରଖିଛି । କିନ୍ତୁ ଏହି ମ୍ୟାଚରେ ୪ଟି ବଡ଼ ମ୍ୟାଚ୍ ୱିନର ଖେଳାଳି ଖେଳୁଥିବାର ଦେଖାଯିବ ନାହିଁ ।

ସିରିଜର ତୃତୀୟ ମ୍ୟାଚରୁ ଅଷ୍ଟ୍ରେଲିଆ ଅଧିନାୟକ (Australia Captain) ପାଟ କମିନ୍ସ (Pat Cummins) ବାହାର ହୋଇଯାଇଛି । ସିରିଜ୍ ମଝିରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ସ୍ୱଦେଶକୁ ଫେରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ୟାଟ୍ କମିନ୍ସଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ବର୍ତ୍ତମାନ ଷ୍ଟିଭ୍ ସ୍ମିଥ୍ (Steve Smith) ଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ୨୦୨୧ରେ ଉପ-ଅଧିନାୟକଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଷ୍ଟିଭ୍ ସ୍ମିଥ ଆଡିଲେଡରେ ଅନୁଷ୍ଠିତ ଦୁଇଟି ଟେଷ୍ଟ ମ୍ୟାଚରେ ଦଳର ଅଧିନାୟକତ୍ୱ କରିଛନ୍ତି ।

ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣର  (David Warner) ଙ୍କୁ ବାହାର ହୋଇଯାଇଥିଲେ । ପ୍ରଥମ ଇନିଂସରେ ମହମ୍ମଦ ସିରାଜ (Mohammed Siraj) ଙ୍କ ଏକ ବଲ୍ ଡେଭିଡ ୱାର୍ଣ୍ଣରଙ୍କ ହେଲମେଟକୁ ବାଜି ଥିଲା । ଆହତ କାରଣରୁ ଡେଭିଡ ୱାର୍ନର ପୂରା ସିରିଜରୁ ବାହାରେ ହୋଇଯାଇଛନ୍ତି । ଦିଲ୍ଲୀ ଟେଷ୍ଟରେ ତାଙ୍କ ସ୍ଥାନରେ ମ୍ୟାଟ ରେନ୍ସଶ' (Matt Renshaw) ଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ଓ ସେ ଆଗାମୀ ମ୍ୟାଚ୍‌ରେ ମଧ୍ୟ ଖେଳିବାର ସୁଯୋଗ ପାଇପାରନ୍ତି ।

ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହାଜଲେଉଡ୍ (Josh Hazlewood) ମଧ୍ୟ ଏହି ସିରିଜରୁ ବାହାରେ ଅଛନ୍ତି । ଜୋସ୍ ହାଜଲେଉଡ୍ ଅକିଲିସ୍ ଆଘାତରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇନାହାଁନ୍ତି । ଗତ ମାସରେ ବୋଲିଂ କରିବା ସମୟରେ ତାଙ୍କ ବାମ ଗୋଡରେ ଏହି ଆଘାତ ଲାଗିଥିଲା । ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ଦଳର ଚୂଡ଼ାନ୍ତ ଏକାଦଶର ଅଂଶ ହୋଇପାରିନଥିଲେ ।

ଅଧିକ ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ଦରରୁ ୩୯୦୦ ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

ଅଧିକ ପଢ଼ନ୍ତୁ:-LIC ପଲିସି ଉପରେ ଋଣ ନେବା ଅତି ସହଜ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନରେ ଅପ୍ଲାଇ କରିବାର ପ୍ରକ୍ରିୟା

ଅଧିକ ପଢ଼ନ୍ତୁ:-କେଉଁ ପକେଟରେ ରଖିବା ଉଚିତ୍ ଫୋନ୍, ୧୦୦ରୁ ୧୦୦ ଜଣ ଜାଣନ୍ତିନି ଏହାର ଉତ୍ତର; ଯଦି ଭୁଲ ପକେଟରେ ରଖୁଛନ୍ତି ତ ହୋଇଯିବେ ନପୁଂସକ!

ସିରିଜ୍ ମଝିରେ ସ୍ପିନ୍ ଅଲରାଉଣ୍ଡର ଅଷ୍ଟନ୍ ଅଗର (Ashton Agar) ଙ୍କୁ ମଧ୍ୟ ରିଲିଜ୍ କରାଯାଇଛି । ଏହି ଖେଳାଳି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ପାଇନଥିଲେ । ଘରୋଇ କ୍ରିକେଟ୍ ଖେଳିବା ପାଇଁ ଅଷ୍ଟ୍ରେଲୀୟ ଦଳରୁ ଅଷ୍ଟନ୍ ଅଗରଙ୍କୁ ରିଲିଜ କରାଯାଇଛି । ଘରୋଇ ସିଜନର ଅନ୍ତିମ ପର୍ଯ୍ୟାୟରେ ଅଷ୍ଟନ୍ ଅଗର 'ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ' ପାଇଁ ଖେଳିବେ ।