ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍
Advertisement

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

IND vs AUS 3rd ODI Playing 11: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଲଗାତାର ଦୁଇଥର ସୂର୍ଯ୍ୟକୁମାର ଯାଦବଙ୍କୁ ଗୋଲ୍ଡେନ ଡକ୍ ହୋଇ ଆଉଟ ହୋଇଛନ୍ତି । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ରହିଛି । ତେଣୁ ଆସନ୍ତାକାଲି ଚେନ୍ନାଇରେ ଯେଉଁ ଦଳ ତୃତୀୟ ଦିନିକିଆ ଜିତିବ ସେ ସିରିଜ୍ ନିଜ ନାମରେ କରିନେବ । ରୋହିତ ଶର୍ମା ନିଜ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଠାରୁ ଘରୋଇ ମାଟିରେ ସିରିଜ ପରାଜୟର ଦାଗ ଲଗାଇବାକୁ ଚାହୁଁନାହାଁନ୍ତି । 

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

India vs Australia 3rd ODI, Playing 11: ଟିମ୍ ଇଣ୍ଡିଆର ଏପରି ତିନିଜଣ ଖେଳାଳି ଅଛନ୍ତି, ଯାହାଙ୍କୁ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ରେ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ (IND vs AUS 3rd ODI) ରେ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଦଳର ଚୂଡ଼ାନ୍ତ ଏକାଦଶ (Team India Playing 11) ରୁ ଡ୍ରୋପ୍ କରିବେ । ଦ୍ୱିତୀୟ ଦିନିକିଆ (IND vs AUS 2nd ODI) ରେ ଏହି ତିନି ଖେଳାଳି ଟିମ୍ ଇଣ୍ଡିଆରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ (India vs Australia ODI Series) ବର୍ତ୍ତମାନ ୧-୧ରେ ବରାବର ରହିଛି । ତେଣୁ ଆସନ୍ତାକାଲି ଚେନ୍ନାଇରେ ଯେଉଁ ଦଳ ତୃତୀୟ ଦିନିକିଆ ଜିତିବ ସେ ସିରିଜ୍ ନିଜ ନାମରେ କରିନେବ । ରୋହିତ ଶର୍ମା ନିଜ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଠାରୁ ଘରୋଇ ମାଟିରେ ସିରିଜ ପରାଜୟର ଦାଗ ଲଗାଇବାକୁ ଚାହୁଁନାହାଁନ୍ତି । ତେଣୁ ରୋହିତ ଶର୍ମା ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ ଇଲେଭେନ (Indian Playing XI) ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆସନ୍ତାକାଲି ଚେନ୍ନାଇରେ ଦିନ ୧:୩୦ ମିନିଟରେ ଖେଳାଯିବ ।

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ତିନି ଖେଳାଳିଙ୍କୁ ବାହାର ବାଟ ଦେଖାଇବେ । ରୋହିତ ଶର୍ମା  ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ପ୍ରଥମେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଡ୍ରପ କରିବେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଆହତ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବଙ୍କୁ ଦଳର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦିଆଯାଇଥିଲା । କିନ୍ତୁ ସୂର୍ଯ୍ୟକୁମାର ଯାଦବ ୪ ନମ୍ବର ବ୍ୟାଟିଂ ପୋଜିଶନରେ ଫ୍ଲୋପ୍ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଲଗାତାର ଦୁଇଥର ସୂର୍ଯ୍ୟକୁମାର ଯାଦବଙ୍କୁ ଗୋଲ୍ଡେନ ଡକ୍ ହୋଇ ଆଉଟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ସୂର୍ଯ୍ୟକୁମାର ଯାଦବଙ୍କୁ ବାହାରର ରାସ୍ତା ଦେଖାଇ ତୃତୀୟ ଦିନିକିଆରେ ୪ ନମ୍ବର ବ୍ୟାଟିଂ ପୋଜିଶନରେ ଇଶାନ କିଶନ (Ishan Kishan) ଙ୍କୁ ସୁଯୋଗ ଦେବେ ।

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ପାଇଁ ଅଧିନାୟକ ରୋହିତ ଶର୍ମା ଦଳର ଚୂଡ଼ାନ୍ତ  ଏକାଦଶରେ ଆଉ ଏକ ବଡ଼ ପରିବର୍ତ୍ତନ କରି ଚାଇନା ମ୍ୟାନ ସ୍ପିନ୍ ବୋଲର କୁଲଦୀପ ଯାଦବ (Kuldeep Yadav) ଙ୍କୁ ଖେଳୁଥିବା ବାହାରର ରାସ୍ତା ଦେଖାଇବେ । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଉମ୍ରାନ ମଲିକ (Umran Malik) ଙ୍କୁ ସୁଯୋଗ ଦେବେ । ଉମ୍ରାନ ମଲିକଙ୍କ ବିଷୟରେ କଥା ହେବା ତ ସେ କ୍ରମାଗତ ଭାବରେ ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ପାଇଁ ଅଧିନାୟକ ରୋହିତ ଶର୍ମା (Rohit Sharma) ଚୂଡ଼ାନ୍ତ ଏକାଦଶରେ ତୃତୀୟ ପ୍ରମୁଖ ପରିବର୍ତ୍ତନ କରି ବାମହାତୀ ସ୍ପିନର ଅକ୍ସର ପଟେଲ (Axar Patel) ଙ୍କୁ  ବାହାର କରିବେ । କାରଣ ରବିନ୍ଦ୍ର ଜାଡେଜାଙ୍କ ରୂପରେ ଟିମ୍ ଇଣ୍ଡିଆରେ ବାମହାତୀ ସ୍ପିନର ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ପାଇଁ ପ୍ଲେଇଂ 11 (Indian Playing 11) ରେ ଅକ୍ସର ପଟେଲଙ୍କ ପରିବର୍ତ୍ତେ ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ଦିଆଯିବ । ମାରାତ୍ମକ ଅଫ୍ ସ୍ପିନ୍ ବୋଲିଂ ସହିତ ତଳ କ୍ରମରେ ବିସ୍ଫୋରକ ବ୍ୟାଟିଂ ପାଇଁ ୱାଶିଂଟନ୍ ସୁନ୍ଦର (Washington Sundar) ମଧ୍ୟ ଜଣାଶୁଣା ।

ତୃତୀୟ ODIରେ ଏପରି ହୋଇପାରେ ଭାରତର ସମ୍ଭାବ୍ୟ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ, କେ.ଏଲ୍ ରାହୁଲ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଉମରନ୍ ମଲିକ୍, ମହମ୍ମଦ ଶାମି, ମହମ୍ମଦ ସିରାଜ

ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷାର ପଟେଲ, ଜୟଦେବ ଉନାଦକଟ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ଏପରି ଖବର, ଶୁଣି ଖୁସ୍ ହୋଇଯିବେ ଲକ୍ଷ ଲକ୍ଷ କର୍ମଚାରୀ; ବର୍ତ୍ତମାନ ଏଠାରେ ମଧ୍ୟ ହେବ ଲାଗୁ!

ଅଧିକ ପଢ଼ନ୍ତୁ-ଆଇପିଏଲ୍ ୨୦୨୩ରେ ଋଷଭ ପନ୍ତଙ୍କ ସ୍ଥାନରେ ଖେଳିବେ ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ-ଲଢ଼େଇ ଯୋଗୁଁ ଟିମ୍ ଇଣ୍ଡିଆ ହାରିଛି ଦ୍ୱିତୀୟ ଦିନିକିଆ! ବିରେନ୍ଦର ସେହୱାଗ କହିଲେ ପୂରା କାହାଣୀ

ODI ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ

ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସଚନ୍ ଆବଟ୍ଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, ନାଥାନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, ଜୋସ୍ ହିଂଲିଶ୍, ମାର୍ନସ୍ ଲାବୁସାଗ୍ନେ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର, ଆଡାମ ଜାମ୍ପା ।