IND vs AUS 3rd ODI: ୧୦ ପରେ ବର୍ଷ ଟିମ୍ ଇଣ୍ଡିଆକୁ ଫେରିଲେ ଏମଏସ ଧୋନିଙ୍କ ସାଥୀ, ଶେଷ ଦିନିକିଆରେ ମିଳିବ ସୁଯୋଗ!
Advertisement

IND vs AUS 3rd ODI: ୧୦ ପରେ ବର୍ଷ ଟିମ୍ ଇଣ୍ଡିଆକୁ ଫେରିଲେ ଏମଏସ ଧୋନିଙ୍କ ସାଥୀ, ଶେଷ ଦିନିକିଆରେ ମିଳିବ ସୁଯୋଗ!

India vs Australia 3rd ODI: ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜର ଶେଷ ମ୍ୟାଚ ଖେଳିବାର ଅଛି । ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରିନେଇଛି । ବର୍ତ୍ତମାନ ଏହି ମ୍ୟାଚ ନିର୍ଣ୍ଣୟକ ହେବାକୁ ଯାଉଛି । ଯିଏ ମ୍ୟାଚ୍ ଜିତିବ, ସେହି ଦଳ ସିରିଜକୁ କବଜା କରିବ । ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଆଶା କରାଯାଏ । ଏଭଳି ପରିସ୍ଥିତିରେ ୧୦ ବର୍ଷ ପରେ ODI ଦଳରେ ସ୍ଥାନ ପାଇଥିବା ବୋଲର ଉପରେ ମଧ୍ୟ ନଜର ରହିଛି ।

IND vs AUS 3rd ODI: ୧୦ ପରେ ବର୍ଷ ଟିମ୍ ଇଣ୍ଡିଆକୁ ଫେରିଲେ ଏମଏସ ଧୋନିଙ୍କ ସାଥୀ, ଶେଷ ଦିନିକିଆରେ ମିଳିବ ସୁଯୋଗ!

India vs Australia 3rd ODI: ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ନିଜର ଶେଷ ମ୍ୟାଚ୍ (IND vs AUS 3rd ODI) ଚେନ୍ନାଇରେ ଖେଳିବାକୁ ପଡ଼ିଆରେ ଓହ୍ଲାଇବ । ଟେଷ୍ଟ ସିରିଜରେ ୨-୧ରେ ପରାସ୍ତ ହୋଇଥିବା କଙ୍ଗାରୁ ଦଳ ODI ସିରିଜ୍ (India vs Australia ODI Series) ଜିତି ବିଦାୟ ନେବାକୁ ଚାହୁଁଛି । ସେପଟେ ଭାରତୀୟ ଦଳ (Indian Cricket Team) କୌଣସି ପ୍ରକାରେ ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହିଁ । କ୍ରମାଗତ ଚତୁର୍ଥ ଥର ପାଇଁ ବର୍ଡର ଗାଭାସ୍କର ଟ୍ରଫି କବଜା କରିଥିବା ଟିମ୍ ଇଣ୍ଡିଆ (Team India) ମଧ୍ୟ ଏକଦିବସୀୟ ସିରିଜ୍ ଜିତିବାକୁ ଚାହୁଁଛି । ତୃତୀୟ ତଥା ଶେଷ ODIରେ ଭାରତ ଏକ ମଜବୁତ ପ୍ଲେଇଙ୍ଗ ଇଲେଭେନ୍ (Indian Playing 11) ଓହ୍ଲାଇବାକୁ ଚାହିଁବ ।

ଏହି ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ଚୟନକର୍ତ୍ତା ୧୦ ବର୍ଷ ପରେ ହଠାତ୍  ଏକ ଘାତକ ବୋଲରଙ୍କ ଏଣ୍ଟ୍ରି କରାଇଛନ୍ତି । ଏହି ଖେଳାଳି ନିଜେ ଭାରତ ପାଇଁ ମ୍ୟାଚ୍ ଜିତାଇପାରିବେ । ଏହାପୂର୍ବରୁ ବାଂଲାଦେଶ ଗସ୍ତରେ ସେ ୧୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରି ଚୂଡ଼ାନ୍ତ ଏକାଦଶରେ ଖେଳିବାରେ ସ୍ଥାନ ସୁଯୋଗ ପାଇଥିଲେ । ODI ସିରିଜରେ ପରିସ୍ଥିତି ଭିନ୍ନ ଓ ପ୍ଲେଇଙ୍ଗ-11ରେ ସୁଯୋଗ ପାଇବା ଅତ୍ୟନ୍ତ କଷ୍ଟକର ଦେଖାଯାଉଛି । ୨୦୧୩ ମସିହାରେ ଯେତେବେଳେ ଜୟଦେବ ଉନାଦକଟ (Jaydev Unadkat) ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ, ସେତେବେଳେ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଦଳର ଅଧିନାୟକ ଥିଲେ । ଏହି ଦଳରେ ଯୁବରାଜ ସିଂ ଓ ସୁରେଶ ରାଇନା ମଧ୍ୟ ସାମିଲ ଥିଲେ । ଏହି ମ୍ୟାଚରେ ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ତାଙ୍କର ବୋଲିଂ ପାର୍ଟନର ଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ମ୍ୟାଚ୍ ତାଙ୍କ ODI କ୍ୟାରିୟରର ଶେଷ ମ୍ୟାଚ୍ ବୋଲି ପ୍ରମାଣିତ ହୋଇଥିଲା । ୧୦ ବର୍ଷ ଧରି ଦଳ ବାହାରେ ରହିବା ପରେ ଚୟନକର୍ତ୍ତାମାନେ ତାଙ୍କୁ ଫେରିବାର ସୁଯୋଗ ଦେଇଛନ୍ତି ।

ରଣଜୀ ଟ୍ରଫି ୨୦୨୨-୨୩ (Ranji Trophy 2022-23) ର ବିଜେତା ଅଧିନାୟକ ଜୟଦେବ ଉନାଦକଟ (Jaydev Unadkat) ୧୦ ବର୍ଷ ପରେ ଭାରତୀୟ ଦିନିକିଆ କ୍ରିକେଟ୍ ଦଳକୁ ଫେରିଛନ୍ତି । ମାର୍ଚ୍ଚ ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ (India vs Australia ODI Series) ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଥିଲା । ଏହି ଦଳରେ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକାଟଙ୍କ ନାମ ମଧ୍ୟ ସାମିଲ କରାଯାଇଥିଲା । ତେଣୁ ତାଙ୍କୁ ପ୍ରାୟ ୧୦ ବର୍ଷ ପରେ ଭାରତର ODI ଦଳରେ ଖେଳୁଥିବା ଦେଖିବାକୁ ମିଳିବ ।

ଜୟଦେବ ଉନାଦକଟ (Jaydev Unadkat) ତାଙ୍କର ଶେଷ ODI ୨୧ ନଭେମ୍ବର ୨୦୧୩ରେ କୋଚିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୟଦେବ ଉନାଦକଟ (Jaydev Unadkat) ଆଉ ODI ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ । ତେବେ ଏହି ସମୟ ମଧ୍ୟରେ ଜୟଦେବ ଉନାଦକଟ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ, ଯେଉଁଥିପାଇଁ ତାଙ୍କୁ ବାଂଲାଦେଶ ଗସ୍ତରେ ୧୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରିବାର ସୁଯୋଗ ମିଳିଥିଲା ।

ରଣଜୀ ଟ୍ରଫିରେ ନିଜ ଟିମ ସୌରାଷ୍ଟ୍ର ପାଇଁ ଜୟଦେବ ଉନାଦକଟ (Jaydev Unadkat) ନା କେବଳ ଗୋଟିଏ ସିଜନରେ ବରଂ ଗତ ଅନେକ ସିଜନରେ ଚମତ୍କାର ବୋଲିଂ କରିଛନ୍ତି । ଏହି ସିଜନର ଫାଇନାଲ ମ୍ୟାଚରେ ଜୟଦେବ ଉନାଦକଟ (Jaydev Unadkat) ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଇନିଂସରେ ୩ ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ନେଇ ନିଜ ଦଳର ବିଜୟକୁ ସହଜ କରିଥିଲେ । ଏହି ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ବର୍ତ୍ତମାନ ବିସିସିଆଇ ODI ଦଳରେ ଜୟଦେବ ଉନାଦକଟ (Jaydev Unadkat) ଙ୍କ ନାମ ସାମିଲ କରି ପ୍ରକୃତ ପୁରସ୍କାର ପ୍ରଦାନ କରିଛି । ଏଠାରେ କହି ରଖୁଛୁ ଯେ, ୩୧ ବର୍ଷୀୟ ଜୟଦେବ ଉନାଦକଟ (Jaydev Unadkat) ଏପର୍ଯ୍ୟନ୍ତ ODI କ୍ୟାରିୟରରେ ମାତ୍ର ୭ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କୁ ୮  ୱିକେଟ୍ ମିଳିଛି । ସେହି ସମୟ ମଧ୍ୟରେ ତାଙ୍କର ଇକୋନୋମି ୪.୦୧ ଥିଲା । ଏବେ ଏହା ଦେଖିବାକୁ ପଡ଼ିବ ଯେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଚୂଡ଼ାନ୍ତ ଏକାଦଶରେ ଦଳରେ ସୁଯୋଗ ପାଉଛନ୍ତି କି ନାହିଁ ।

ଅଧିକ ପଢ଼ନ୍ତୁ-ଆଇପିଏଲ୍ ୨୦୨୩ ଆରମ୍ଭ ପୂର୍ବରୁ କୋଲକାତାକୁ ଲାଗିଲା ବହୁତ ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ-ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା, ବର୍ତ୍ତମାନ ରୋହିତ କଲେ ଅଣଦେଖା; ଜାଣନ୍ତୁ କିଏ ସେହି ଖେଳାଳି, ଯାହାଙ୍କୁ ମିଳୁନି ସୁଯୋଗ

ଅଧିକ ପଢ଼ନ୍ତୁ-ରେଲୱେ ଷ୍ଟେସନରେ ହଠାତ୍ ଚାଲିବାକୁ ଲାଗିଲା ପର୍ଣ୍ଣ ଭିଡିଓ, ଯାତ୍ରୀଙ୍କ ଅଭିଯୋଗ ପରେ ରେଳବାଇ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ODI ଦଳ 

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ , ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍