IND vs AUS: ସିରିଜ୍ ପରାଜୟ ପରେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର, ICC ହଠାତ୍ କଲା ଏହି ବଡ଼ ଘୋଷଣା
Advertisement

IND vs AUS: ସିରିଜ୍ ପରାଜୟ ପରେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର, ICC ହଠାତ୍ କଲା ଏହି ବଡ଼ ଘୋଷଣା

India vs Australia 3rd ODI: ତୃତୀୟ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) କୁ ୨୧ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଏହି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ସିରିଜ୍ ହରାଇଛି । ଏହି ସମୟରେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସି (ICC) ହଠାତ୍ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଦେଇଛି । 

IND vs AUS: ସିରିଜ୍ ପରାଜୟ ପରେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର, ICC ହଠାତ୍ କଲା ଏହି ବଡ଼ ଘୋଷଣା

ICC ODI Ranking: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Australia ODI Series) ଖେଳାଯାଇଛି । ଏହି ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ (IND vs AUS 3rd ODI) ମାର୍ଚ୍ଚ ୨୨ରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚ (India vs Australia 3rd ODI Match) ରେ ଟିମ୍ ଇଣ୍ଡିଆ (Team India) କୁ ୨୧ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଏହି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ସିରିଜ୍ ହରାଇଛି । ଏହି ସମୟରେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସି (ICC) ହଠାତ୍ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଦେଇଛି । 

ଏହି ମ୍ୟାଚ୍ ପୂର୍ବରୁ ODI ର଼୍ୟାଙ୍କିଙ୍ଗ (ODI Rankings) ରେ ଟିମ୍ ଇଣ୍ଡିଆ (Team India) ୧ ନମ୍ବର ସ୍ଥାନରେ ଥିଲା । କିନ୍ତୁ ତୃତୀୟ ODI ହାରିବା ପରେ ଭାରତ ଦ୍ୱିତୀୟ ନମ୍ବରକୁ ଖସି ଆସିଛି । ଅଷ୍ଟ୍ରେଲିଆ ଭାରତ ଠାରୁ ଆଗକୁ ଯାଇଛି । ଅର୍ଥାତ କଙ୍ଗାରୁ ଦଳ ଏକ ନମ୍ୱର ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ସିରିଜକୁ ୨-୧ରେ ଜିତିବା ପରେ ଉଭୟ ଦଳର ୧୧୩ ପଏଣ୍ଟ ରହିଛି, କିନ୍ତୁ ଦଶମିକରେ ଅଷ୍ଟ୍ରେଲିଆ ଦଳ ଭାରତଠାରୁ ଆଗରେ ଅଛି । ଏଥି ସହିତ ସର୍ବଶେଷ ODI ର଼୍ୟାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡ ତିନି ନମ୍ବରରେ ଓ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି ।

ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩୪.୪ ଓଭରରେ ୧୮୮ ରନରେ ଅଲଆଉଟ୍ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ୩୯.୫ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରି ଲକ୍ଷ୍ୟ ହାସଲ କରିଥିଲା । ଏଥି ସହିତ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ୧୭୭ ରନରେ ଅଲଆଉଟ୍ ହୋଇଥିଲା । ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ୨୬୯ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଟିମ୍ ଇଣ୍ଡିଆ ୨୪୮ ରନ୍ ହିଁ କରିବାରେ ସକ୍ଷମ ହୋଇଥିଲା ।

ଅଧିକ ପଢ଼ନ୍ତୁ-ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ପରାଜୟର ଦୋଷୀ ହେଉଛନ୍ତି ଏହି ୫ ଖେଳାଳି, ଫ୍ୟାନ୍ସ କେବେବି କରିବେନି କ୍ଷମା!

ଅଧିକ ପଢ଼ନ୍ତୁ-ପଞ୍ଜାବ ଦଳକୁ ଲାଗିଲା ବଡ଼ ଝଟକା, ଆଇପିଏଲରୁ ବାହାର ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍!

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଭାବେ ମିଳିଲା ବଡ଼ ଉପହାର, ସରକାର କଲେ ଘୋଷଣା-ମିଳିବ OPS ର ଲାଭ!

ତୃତୀୟ ଦିନିକିଆରେ ୨୭୦ ରନର ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ (Team India) ୪୯.୧ ଓଭରରେ ୨୪୮ ରନ କରି ଅଲଆଉଟ୍ ହୋଇଯାଇଥିଲା । ଏହି ମ୍ୟାଚରେ ବିରାଟ କୋହଲି (Virat Kohli) ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ୫୪ ରନର ଏକ ଇନିଂସ ଖେଳିଥିଲେ । ଏହା ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ୫୦ ରନ୍ ସଂଖ୍ୟାରେ ପହଞ୍ଚି ପାରି ନଥିଲେ । ବିରାଟ କୋହଲିଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ୪୦ ରନର ଇନିଂସ ଖେଳିଥିଲେ ।