IND vs AUS 2nd Test: ଟିମ୍ ଇଣ୍ଡିଆ ପାଇଁ ବଡ଼ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି
Advertisement
Article Detail0/zeeodisha/odisha1571060

IND vs AUS 2nd Test: ଟିମ୍ ଇଣ୍ଡିଆ ପାଇଁ ବଡ଼ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

IND vs AUS 2nd Test: ବର୍ତ୍ତମାନ ସିରିଜର ଦ୍ୱିତୀୟ ମ୍ୟାଚ ଫେବୃଆରୀ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଏହି ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବହୁତ ଖରାପ ଖବର ଆସିଛି । ଦଳର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳି ଆହତ କାରଣରୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରୁ ମଧ୍ୟ ବାଦ ପଡିଛନ୍ତି ।

IND vs AUS 2nd Test: ଟିମ୍ ଇଣ୍ଡିଆ ପାଇଁ ବଡ଼ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

India vs Australia 2nd Test Match: ଭାରତ ଓ ଅଷ୍ଟ୍ରେଲିଆ  ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (IND vs AUS Test Series 2023) ଫେବୃଆରୀ ୯ରୁ ଆରମ୍ଭ ହୋଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (World Test Championship Final) କୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ (Team India) ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଇନିଂସ ଓ ୧୩୨ ରନରେ ବିଜୟ ମିଳିଥିଲା । ଫଳରେ ଏହି ସିରିଜରେ ଭାରତୀୟ ଦଳ ୧-୦ରେ ଆଗୁଆ ରହିଛି । ବର୍ତ୍ତମାନ ସିରିଜର ଦ୍ୱିତୀୟ ମ୍ୟାଚ (IND VS AUS 2nd Test) ଫେବୃଆରୀ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଏହି ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ପାଇଁ ଏକ ବହୁତ ଖରାପ ଖବର ଆସିଛି । ଦଳର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳି ଆହତ କାରଣରୁ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy 2023) ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରୁ ମଧ୍ୟ ବାଦ ପଡିଛନ୍ତି ।

ପିଠିରେ ଆଘାତ ଲାଗିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ବାଦ୍ ଦିଆଯାଇଥିଲା । ପିଟିଆଇ ରିପୋର୍ଟ ଅନୁଯାୟୀ ତାଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳିବାକୁ ଦେଖିବାକୁ ମିଳିବ ନାହିଁ । ପିଠିରେ ଆଘାତ ଲାଗିଥିବାରୁ ଶ୍ରେୟସ୍ ଆୟର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ରେ ରିହ୍ୟାବ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛନ୍ତି, ଯେଉଁଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଟେଷ୍ଟ ମ୍ୟାଚ୍‌ରେ ଖେଳାଇବାର ରିସ୍କ ନ ନେଇପାରେ। ଏଭଳି ପରିସ୍ଥିତିରେ ଦେଖିବା ବାକି ରହିଗଲା ଶ୍ରେୟସ୍ ଆୟର (Shreyas Iyer) ଦଳରେ ଯୋଗ ଦେଉଛନ୍ତି କି ନାହିଁ ।

ନିକଟ ଅତୀତରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ୍ (India vs New Zealand ODI Series) ଖେଳିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଥିଲା । ପିଠିରେ ଆଘାତ ଯୋଗୁଁ ଶ୍ରେୟସ୍ ଆୟର ଏହି ସିରିଜରୁ ବାଦ ପଡିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରେୟାସ ଆୟର ଏହି ଆଘାତରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ନାହାଁନ୍ତି, ଯେଉଁ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ବାଦ ଦିଆଯାଇଥିଲା । 

ଏହି ସମୟରେ ଟେଷ୍ଟ କ୍ରିକେଟରେ ଭାରତର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର (Shreyas Iyer) । ୨୦୨୨ ବର୍ଷ ଶ୍ରେୟସ୍ ଆୟରଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା । ଗତ ବର୍ଷ ୧୭ଟି ODI ରେ ଶ୍ରେୟସ୍ ଆୟର ୭୨୪ ରନ୍ ସ୍କୋର କରିଥିଲେ । ସେ (Shreyas Iyer) ଚଳିତ ବର୍ଷ ଭାରତ ପାଇଁ ODI ରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଏଥି ସହିତ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ, ୪୨ଟି ODI ଏବଂ ୪୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଚଳିତ ବର୍ଷ ଆରମ୍ଭ ତାଙ୍କ ପାଇଁ ଭଲ ରହିନାହିଁ ।

ଅଧିକ ପଢ଼ନ୍ତୁ:-ଭଗବାନ ରାମ ଓ ମା ସୀତାଙ୍କ ବିବାହ ସମୟରେ କେତେ ଥିଲା ବୟସ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ଅଧିକ ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ଏୟାରଟେଲର ଦମଦାର୍ ପ୍ଲାନ୍: ମାତ୍ର ୨୫୦ ଟଙ୍କାରେ ପୂରା ୧୨ ମାସ ପାଇଁ ହୁଅନ୍ତୁ କଥା, ମିଳିବ ଇଣ୍ଟରନେଟ୍ ଡାଟା, SMS ଏବଂ ଅସୀମିତ କଲ୍

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏସ୍ ଭରତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ସର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।