IND vs AUS: ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର! ଫିଟ୍ ହେଲେ ଅଷ୍ଟ୍ରେଲିଆର ଏହି ଖତରନାକ୍ ଖେଳାଳି
Advertisement

IND vs AUS: ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର! ଫିଟ୍ ହେଲେ ଅଷ୍ଟ୍ରେଲିଆର ଏହି ଖତରନାକ୍ ଖେଳାଳି

IND vs AUS: ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି । ଯେଉଁଠାରେ ଭାରତୀୟ ଦଳ (Indian Cricket Team) ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜରେ ୨-୦ରେ ଆଗକୁ ରହିବାକୁ ଚାହୁଁଛି । ଅନ୍ୟପଟେ କଙ୍ଗାରୁ ଦଳ ପ୍ରଥମ ମ୍ୟାଚରେ ଅପମାନଜନକ ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଛି । 

IND vs AUS: ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର! ଫିଟ୍ ହେଲେ ଅଷ୍ଟ୍ରେଲିଆର ଏହି ଖତରନାକ୍ ଖେଳାଳି

IND vs AUS: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ  ବର୍ଡର-ଗାଭାସ୍କର ଟ୍ରଫ (Border-Gavaskar Trophy 2023)  ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ (India vs Australia 2nd Test) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି । ଯେଉଁଠାରେ ଭାରତୀୟ ଦଳ (Indian Cricket Team) ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜରେ ୨-୦ରେ ଆଗକୁ ରହିବାକୁ ଚାହୁଁଛି । ଅନ୍ୟପଟେ କଙ୍ଗାରୁ ଦଳ ପ୍ରଥମ ମ୍ୟାଚରେ ଅପମାନଜନକ ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଛି । 

ଏହି ସମୟରେ ଅଷ୍ଟ୍ରେଲିଆ ଦଳ ପାଇଁ ଏକ ଖୁସି ଖବର ଆସିଛି, ଯାହା ଭାରତ ବିପକ୍ଷ ଦିନିକିଆ ସିରିଜ୍ (India vs Australi ODI Series) ପୂର୍ବରୁ ପ୍ରଶଂସକଙ୍କ ଚେହେରାରେ ଖୁସି ଆଣିଦେଇଛି । ପ୍ରକୃତରେ ଅଷ୍ଟ୍ରେଲିଆ ଦଳର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ସଂପୂର୍ଣ୍ଣ ଭାବେ ଫିଟ୍ ହୋଇଯାଇଛନ୍ତି । ମ୍ୟାକ୍ସୱେଲ ଟି-୨୦ ବିଶ୍ୱକପ ୨୦୨୨ରେ ଆହତ ହେବା ପରେ କ୍ରମାଗତ ଭାବରେ ପଡ଼ିଆରୁ ବାହାର ରହିଆସିଛନ୍ତି । ବର୍ତ୍ତମାନ ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ତାଙ୍କ ଫିଟନେସ୍ ଆକଳନ କରିବା ପାଇଁ ଏକ କ୍ଲବ କ୍ରିକେଟ୍ ମ୍ୟାଚରେ ମଧ୍ୟ ଖେଳୁଥିବାର ନଜରକୁ ଆସିଛନ୍ତି । ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ସେ ଶେଫିଲ୍ଡ ସିଲ୍ଡ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳିପାରେ ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ଖେଳାଯାଇଥିବା ଆଇସିସି ଟି-20 ବିଶ୍ୱକପ ପରେ ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ତାଙ୍କ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଯାଇଥିଲେ, ଯେଉଁଠାରେ ତାଙ୍କ ବାମ ଗୋଡରେ ଫ୍ରେକ୍ଚର ହୋଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ଓ ପୁଣି ଥରେ ପ୍ରୋଫେଶନାଲ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ । ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ସେଫିଲ୍ଡ ସିଲ୍ଡ ମ୍ୟାଚରେ ଦକ୍ଷିଣ ଅଷ୍ଟ୍ରେଲିଆ ବିପକ୍ଷରେ ଭିକ୍ଟୋରିଆ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ ।

ଅଧିକ ପଢ଼ନ୍ତୁ:-୨୦୨୪ ନିର୍ବାଚନ ପୂର୍ବରୁ ​​ନୂଆ ସର୍ଭେ ବଢ଼ାଇଲା ମୋଦି-ଶାହଙ୍କ ଟେନସନ! ଆସନ ସଂଖ୍ୟାରେ ଜବରଦସ୍ତ ହ୍ରାସ

ଅଧିକ ପଢ଼ନ୍ତୁ:-ମହଙ୍ଗା ରିଚାର୍ଜରୁ ମିଳିବ ମୁକ୍ତି! TRAI ଖୋଜିଲା ନୂଆ ଫର୍ମୂଲା, Airtel Jio Vi ପ୍ଲାନର ଦାମ୍ ହୋଇଯିବ ଅଧା

ଅଧିକ ପଢ଼ନ୍ତୁ:-ମହାଶିବରାତ୍ରୀରେ ଗହଣା କିଣିବାର ସୁବଣ୍ଣ ସୁଯୋଗ; ରେକର୍ଡ ଦାମରୁ ୩୬୦୦ ଟଙ୍କା ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

କ୍ରିକେଟ୍ ଭିକ୍ଟୋରିଆର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଡେଭିଡ୍ ହୁସେ କ୍ରିକେଟ୍ ଡଟ୍ କମ୍.ଏୟୁକୁ କହିଛନ୍ତି ଯେ, ଦଳରେ କ୍ରିଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ଙ୍କ ପରି ଦକ୍ଷତାର ଖେଳାଳି ରହିବା ଉତ୍ସାହଜନକ ଅଟେ । ଶିଲ୍ଡ କ୍ରିକେଟ୍ ରେ ତାଙ୍କର ବହୁତ ଭଲ ରେକର୍ଡ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗ୍ଲେନ ମ୍ୟାକ୍ସୱେଲ ଶନିବାର ଦିନ କ୍ଲବ ଦଳ ଫିଜ୍ରୋଇ-ଡୋନ୍କାଷ୍ଟର ପାଇଁ ଖେଳିବେ, ଏହା ପରେ ସେ ଫିଟନେସ ପରୀକ୍ଷା କରିବେ । ଫିଟନେସ୍ ପରୀକ୍ଷାରେ ସଫଳ ହେବା ପରେ ସେ ସୋମବାର ଜଙ୍କସନ ଓଭାଲରେ ଦକ୍ଷିଣ ଅଷ୍ଟ୍ରେଲିଆ ବିପକ୍ଷ ଶିଲ୍ଡ ମ୍ୟାଚରେ ଭାଗ ନେବେ । ଏଭଳି ପରିସ୍ଥିତିରେ ଯଦି ସେ ନିଜର ଫିଟନେସ୍ ପ୍ରମାଣ କରିବାକୁ ସକ୍ଷମ ହୁଅନ୍ତି, ତେବେ ଭାରତ ବିପକ୍ଷ ODI ସିରିଜରେ ମଧ୍ୟ ସେ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳିବ ।