IND vs AUS 2nd Test: ନା ଚୟନକର୍ତ୍ତା କଲେ ବାହାର, ନା ନେଲେ ଅବସର; ତଥାପି ସୁପରଷ୍ଟାର ଖେଳିବେନି ଦିଲ୍ଲୀ ଟେଷ୍ଟ, ଫ୍ୟାନ୍ସ ନିରାଶ
Advertisement
Article Detail0/zeeodisha/odisha1575053

IND vs AUS 2nd Test: ନା ଚୟନକର୍ତ୍ତା କଲେ ବାହାର, ନା ନେଲେ ଅବସର; ତଥାପି ସୁପରଷ୍ଟାର ଖେଳିବେନି ଦିଲ୍ଲୀ ଟେଷ୍ଟ, ଫ୍ୟାନ୍ସ ନିରାଶ

IND vs AUS 2nd Test: ନାଗପୁର ଟେଷ୍ଟରେ ଭାରତ ହାତରେ କଙ୍ଗାରୁ ଦଳ ଇନିଂସ ଓ ୧୩୨ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା । ଭାରତୀୟ ଦଳର ଉଦ୍ଦେଶ୍ୟ ଦିଲ୍ଲୀର ଐତିହାସିକ ପଡ଼ିଆରେ ମ୍ୟାଚ ଜିତି ୨-୦ରେ ଆଗୁଆ ହେବା । ଏଠାରେ ପ୍ରଶଂସକମାନେ ଏହି ମ୍ୟାଚରେ ଗୋଟିଏ ଜିନିଷର କମି ଅନୁଭବ କରିବାକୁ ଯାଉଛନ୍ତି...

IND vs AUS 2nd Test: ନା ଚୟନକର୍ତ୍ତା କଲେ ବାହାର, ନା ନେଲେ ଅବସର; ତଥାପି ସୁପରଷ୍ଟାର ଖେଳିବେନି ଦିଲ୍ଲୀ ଟେଷ୍ଟ, ଫ୍ୟାନ୍ସ ନିରାଶ

India vs Australia 2nd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ର ଦ୍ୱିତୀୟ ମ୍ୟାଚ୍ (IND vs AUS 2nd Test) ଦିଲ୍ଲୀରେ (Delhi Test Match) ଖେଳାଯାଉଛି । ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ (Border Gavaskar Trophy 2023) ର ପ୍ରଥମ ମ୍ୟାଚ୍ (IND vs AUS 1st Test) ଜିତି ଟିମ୍ ଇଣ୍ଡିଆ (Team India) ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଏହି ଅଗ୍ରଣୀକୁ ଡବଲ କରିବାକୁ ଚାହିଁବ, କିନ୍ତୁ ପ୍ରଶଂସକମାନେ ଗୋଟିଏ କଥାକୁ ନେଇ ନିରାଶ ହୋଇଛନ୍ତି । ଦିଲ୍ଲୀର ଲୋକାଲ୍ ବୟ୍ ତଥା ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ (Rishabh Pant) ଏହି ମ୍ୟାଚ୍‌ରେ ଖେଳିବେ ନାହିଁ ।

ଯେତେବେଳେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ, ସେତେବେଳେ ପ୍ରଶଂସକମାନେ ସେମାନଙ୍କର ଲୋକାଲ୍ ହିରୋ ଋଷଭ ପନ୍ତ  (Rishabh Pant) ଙ୍କୁ ମିସ୍ କରିବେ । ଗତ ବର୍ଷ ଡିସେମ୍ବର ଶେଷରେ ଋଷଭ ପନ୍ତ  (Rishabh Pant) ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣା (Rishabh Pant Car Accident) ଏତେ ଭୟଙ୍କର ଥିଲା ଯେଉଁଥିରେ ଋଷଭ ପନ୍ତ (Rishabh Pant) ଙ୍କ କାର ଖରାପ ଜଳି ଯାଇଥିଲା ଓ ସେ ବଞ୍ଚିବାରେ ସଫଳ ହୋଇଥିଲେ ।

କାର ଦୁର୍ଘଟଣା (Rishabh Pant Car Accident) ସମୟରେ ଋଷଭ ପନ୍ତ ସାହସିକତା ଦେଖାଇ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଜକୁ ରକ୍ଷା କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସାହାଯ୍ୟ କରି ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ । ଏହା ପରେ ବିସିସିଆଇ ତାଙ୍କୁ ମୁମ୍ବାଇକୁ ଆଣି ଆଣ୍ଠୁ ଅସ୍ତ୍ରୋପଚାର କରାଇଥିଲା । କିଛି ଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । କିନ୍ତୁ ତାଙ୍କୁ ଅଷ୍ଟ୍ରେଲିଆ ସିରିଜରୁ ବାଦ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ:-ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକଟରୁ ନେଲେ ଅବସର

ଅଧିକ ପଢ଼ନ୍ତୁ:-କିଏ ସେ ସପ୍ନା ଗିଲ, ଯାହାଙ୍କ ସହ ହୋଇଛି ପୃଥ୍ୱୀ ଶ'ଙ୍କ ମାରପିଟ

ଅଧିକ ପଢ଼ନ୍ତୁ:-ପୃଥ୍ୱୀ ଶ'ଙ୍କ ପୂର୍ବରୁ ଇଶାନ କିଶନ ବି ଖାଇସାରିଛନ୍ତି ମାଡ଼, ଜେଲରେ ଏବେବି ଅଛନ୍ତି ଜଣେ ଭାରତୀୟ କ୍ରିକେଟର

ଋଷଭ ପନ୍ତ ଜଣେ ଫାଇଟର ଓ ବିଗତ ଦିନରେ ସେ ନିଜ ରିକଭରୀର ଫଟୋ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ଶର୍ଯ୍ୟାରୁ ଉଠି ଚାଲିବା ଆରମ୍ଭ କରିଦେଇଛନ୍ତି । ସେ ଯଥାଶୀଘ୍ର ପଡ଼ିଆରେ ଫିଟ୍ ଫେରିବାକୁ ଚାହୁଁଛନ୍ତି । ଗତ ଅଷ୍ଟ୍ରେଲିଆ ଗସ୍ତରେ ଋଷଭ ପନ୍ତ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗାବାରେ ଭାରତ ଅଷ୍ଟ୍ରେଲିଆ ଟିମକୁ ମାତ୍ ଦେଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ବର୍ଡର ଗାଭାସ୍କର ଟ୍ରଫି ଜିତିଥିଲା । ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଋଷଭ ପନ୍ତ ଅପରାଜିତ ୮୯ ରନର ଇନିଂସ ଖେଳି ଭାରତକୁ ୩୨୯ ରନର କଷ୍ଟସାଧ୍ୟ ଲକ୍ଷ୍ୟ ଯାଏ ପହଞ୍ଚାଇଥିଲା ।