IND vs AUS: ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରିରୁ ଥରିବ କଙ୍ଗାରୁ ଦଳ, ନାମ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି ସ୍ମିଥ୍!
Advertisement

IND vs AUS: ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରିରୁ ଥରିବ କଙ୍ଗାରୁ ଦଳ, ନାମ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି ସ୍ମିଥ୍!

India vs Australia 2nd ODI: ବିଶାଖାପାଟନମରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଆଜି ଦିନ ୧.୩୦ ମିନିଟରୁ ଆରମ୍ଭ ହେବ । ପ୍ରଥମ ଦିନିକିଆରେ ରୋହିତ ଶର୍ମା ଖେଳି ନଥିଲେ । କିନ୍ତୁ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ଯାହା ଫଳରେ ଦଳର ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ ଦେଖାଯାଇପାରେ ।

IND vs AUS: ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରିରୁ ଥରିବ କଙ୍ଗାରୁ ଦଳ, ନାମ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି ସ୍ମିଥ୍!

India vs Australia 2nd ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ (India vs Australia ODI Series) ଚାଲିଛି । ଏହି ସିରିଜ ଦ୍ୱିତୀୟ ମ୍ୟାଚ୍ (IND vs AUS 2nd ODI) ଆଜି ଅର୍ଥାତ ରବିବାର ବିଶାଖାପାଟନମରେ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ୧-୦ରେ ଆଗୁଆ ରହିଛି । ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ (India vs Australia 1st ODI Match) କୁ ଭାରତୀୟ ଦଳ (India Cricket Team) ୫ ୱିକେଟରେ ଜିତିଥିଲା । ଟିମ୍ ଇଣ୍ଡିଆର ବର୍ତ୍ତମାନ ଦ୍ୱିତୀୟ ଦିନିକିଆ ଜିତି ଏହି ସିରିଜକୁ କବଜା କରିବାକୁ ଲକ୍ଷ୍ୟ ରହିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ପାଇଁ ଭଲ କଥା ହେଉଛି ନିୟମିତ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଦଳକୁ ଫେରିବେ । ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ଦିନିକିଆରେ ଖେଳି ନଥିଲେ ।

ରୋହିତ ଶର୍ମା (Rohit Sharma) ପ୍ଲେଇଙ୍ଗ ୧୧ରେ ଆସିବା ସହିତ ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ କିଶନଙ୍କୁ ଦଳରୁ ବାହାରକୁ ଯିବାକୁ ପଡିବ । ମୁମ୍ବାଇ ODI ରେ ଇଶାନ  ଫ୍ଲପ୍ ଥିଲେ । ଅନ୍ୟପକ୍ଷରେ ଯଦି ଆମେ ରୋହିତ ଶର୍ମାଙ୍କ ବିଷୟରେ ଆଲୋଚନା କରିବା, ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ରେକର୍ଡ ବହୁତ ଭଲ ଅଛି । ଅଷ୍ଟ୍ରେଲିଆ ବିପକ୍ଷରେ ୪୦ଟି ଦିନିକିଆରେ ରୋହିତ ଶର୍ମା ୧୬ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କର ଏଭେରେଜ ୬୧.୩୩ ଅଛି । ରୋହିତ ଶର୍ମାଙ୍କ ପୂରା ରେକର୍ଡ ବିଷୟରେ କହିବାକୁ ଗଲେ ସେ ୨୪୧ଟି ODIର ୨୩୪ ଇନିଂସରେ ୯,୭୮୨ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଏଭେରେଜ ହେଉଛି ୪୮.୯୧ । ତାଙ୍କ ବ୍ୟାଟରୁ ୩୦ ଶତକ ଓ ୪୮ ଅର୍ଦ୍ଧ ଶତକ ଆସିଛି । ରୋହିତ ଶର୍ମାଙ୍କ ଆଗମନ ନିଶ୍ଚିତ ଭାବେ ଟିମ୍ ଇଣ୍ଡିଆକୁ ମଜବୁତ କରିବ । ତାଙ୍କ ଅଧିନାୟକତ୍ୱରେ ଦଳ ମଧ୍ୟ ଲାଭ ପାଇବ ।

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଭଲ କଥା ହେଉଛି କେ.ଏଲ୍ ରାହୁଲ (KL Rahul) ମଧ୍ୟ ଫର୍ମକୁ ଫେରିଛନ୍ତି । ସେ ପ୍ରଥମ ODI ରେ ଅପରାଜିତ ୭୫ ରନ୍ କରିଥିଲେ । କେଏଲ ରାହୁଲଙ୍କ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ୧୮୯ ରନ୍ ଲକ୍ଷ୍ୟ ହାସଲ କରିପାରିଥିଲା । କେଏଲ ରାହୁଲଙ୍କ ଏହି ଇନିଂସ ଏପରି ଏକ ସମୟରେ ଆସିଥିଲା ​​ଯେତେବେଳେ ଟିମ୍ ଇଣ୍ଡିଆ ଏକ କଠିନ ପରିସ୍ଥିତିରେ ଥିଲା ।  ଭାରତ ୧୯.୨ ଓଭରରେ ୮୩ ରନରେ ୫ ୱିକେଟ ହରାଇଥିଲା, ସେହି ସ୍ଥିତିରୁ କେଏଲ ରାହୁଲ ଦଳକୁ ଉଦ୍ଧାର କରିଥିଲେ ଏବଂ ଷଷ୍ଠ ୱିକେଟ୍ ପାଇଁ ରବିନ୍ଦ୍ରା ଜାଡେଜାଙ୍କ ସହ ଅପରାଜିତ ୧୦୮ ରନର ପାର୍ଟନରଶିପ୍ କରିଥିଲେ । ଜାଡେଜା ଅପରାଜିତ ୪୫ ରନର ଇନିଂସ ଖେଳିଥିଲେ ।

ଅଧିକ ପଢ଼ନ୍ତୁ-ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

ଅଧିକ ପଢ଼ନ୍ତୁ-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ଼ କ୍ଷତି

ଅଧିକ ପଢ଼ନ୍ତୁ-ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ, ଏଠାରେ ଆପଣ ଦେଖିପାରିବେ ସଂପୂର୍ଣ୍ଣ ମାଗଣାରେ LIVE ମ୍ୟାଚ୍

ଭାରତୀୟ ଦଳର ସମ୍ଭାବ୍ୟ ପ୍ଲେଇଙ୍ଗ -୧୧

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଉମ୍ରାନ ମଲିକ, ମହମ୍ମଦ ଶାମି, କୁଲଦୀପ ଯାଦବ, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଦଳର ସମ୍ଭାବ୍ୟ ପ୍ଲେଇଙ୍ଗ -୧୧

ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ମାର୍ନସ୍ ଲାବୁସାଗ୍ନେ, ଜୋସ୍ ଇଂଲିସ୍ (ୱିକେଟ କିପର), ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ଷ୍ଟୋଇନିସ୍, ସଚନ୍ ଆବଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।