IND vs AUS: ODI ସିରିଜ୍ ପାଇଁ କିପରି ରହିଛି ଭାରତ ଓ ଅଷ୍ଟ୍ରେଲିଆର ସ୍କ୍ୱାଡ୍? ଜାଣନ୍ତୁ ପୂରା ସିଡ୍ୟୁଲ ଓ ମ୍ୟାଚ୍ ଟାଇମିଂ
Advertisement

IND vs AUS: ODI ସିରିଜ୍ ପାଇଁ କିପରି ରହିଛି ଭାରତ ଓ ଅଷ୍ଟ୍ରେଲିଆର ସ୍କ୍ୱାଡ୍? ଜାଣନ୍ତୁ ପୂରା ସିଡ୍ୟୁଲ ଓ ମ୍ୟାଚ୍ ଟାଇମିଂ

IND vs AUS 1st ODI: ଟିମ୍ ଇଣ୍ଡିଆ (Team India) ର ସମସ୍ତ ଖେଳାଳି ମାର୍ଚ୍ଚ ୧୫ରେ ମୁମ୍ବାଇରେ ପହଞ୍ଚିବେ । ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । କଙ୍ଗାରୁ ଦଳର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ (Pat Cummins) ଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି । ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ଷ୍ଟିଭ ସ୍ମିଥ (Steve Smith) ଙ୍କୁ ଦଳର କମାଣ ଦିଆଯାଇଛି । କେତେବେଳେ, କେଉଁଠାରେ ଏବଂ କେଉଁ ସ୍ଥାନରେ ତିନୋଟି ODI ସିରିଜ୍ ଖେଳାଯିବ, ଏଠାରେ ସମସ୍ତ ବିବରଣୀ ଜାଣନ୍ତୁ....

IND vs AUS: ODI ସିରିଜ୍ ପାଇଁ କିପରି ରହିଛି ଭାରତ ଓ ଅଷ୍ଟ୍ରେଲିଆର ସ୍କ୍ୱାଡ୍? ଜାଣନ୍ତୁ ପୂରା ସିଡ୍ୟୁଲ ଓ ମ୍ୟାଚ୍ ଟାଇମିଂ

India vs Australia 1st ODI: ଟେଷ୍ଟ ସିରିଜ ଶେଷ ହେବା ପରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (India vs Australia ODI Series) ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs AUS 1st ODI) ମାର୍ଚ୍ଚ ୧୭ରେ ମୁମ୍ବାଇରେ ଖେଳାଯିବ । ଟିମ୍ ଇଣ୍ଡିଆ (Team India) ର ସମସ୍ତ ଖେଳାଳି ମାର୍ଚ୍ଚ ୧୫ରେ ମୁମ୍ବାଇରେ ପହଞ୍ଚିବେ । ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । କଙ୍ଗାରୁ ଦଳର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ (Pat Cummins) ଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି । ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ଷ୍ଟିଭ ସ୍ମିଥ (Steve Smith) ଙ୍କୁ ଦଳର କମାଣ ଦିଆଯାଇଛି । କେତେବେଳେ, କେଉଁଠାରେ ଏବଂ କେଉଁ ସ୍ଥାନରେ ତିନୋଟି ODI ସିରିଜ୍ ଖେଳାଯିବ, ଏଠାରେ ସମସ୍ତ ବିବରଣୀ ଜାଣନ୍ତୁ....

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ପ୍ରଥମ ଦିନିକିଆ ରୋହିତ ଶର୍ମା (Rohit Sharma) ଖେଳିବେ ନାହିଁ । ପାରିବାରିକ କାରଣରୁ ଟିମ୍ ଇଣ୍ଡିଆର ଅଧିନାୟକ ପ୍ରଥମ ମ୍ୟାଚ୍ ଖେଳୁ ନାହାଁନ୍ତି ଓ ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଅଧିନାୟକ ହେବେ । ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା । ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଓ ସ୍ପିନର ୟୁଜଭେନ୍ଦ୍ର ଚହଲ ମଧ୍ୟ ଏକଦିବସୀୟ ସିରିଜରେ ଫେରୁଛନ୍ତି ।

ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ସିରିଜର କାର୍ଯ୍ୟସୂଚୀ

ପ୍ରଥମ ODI: ମାର୍ଚ୍ଚ ୧୭ (ଶୁକ୍ରବାର) - ୱାନକେଡେ କ୍ରିକେଟ୍ ଷ୍ଟାଡିୟମ୍ ମୁମ୍ବାଇ 

ଦ୍ୱିତୀୟ ODI: ମାର୍ଚ୍ଚ ୧୯ (ରବିବାର) - YS ରାଜଶେଖର ରେଡ୍ଡୀ ବିଶାଖାପାଟନମ୍ 

ତୃତୀୟ ODI: ମାର୍ଚ୍ଚ ୨୨ (ବୁଧବାର) - MA ଚିଦାମ୍ବରମ୍ ଷ୍ଟାଡିୟମ୍, ଚେନ୍ନାଇ 

ସମସ୍ତ ODI ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧.୩୦ ମିନିଟରେ ଆରମ୍ଭ ହେବ । ଅପରାହ୍ନ ୧ଟାରେ ମ୍ୟାଚ୍ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଟସ୍ ହେବ ।

ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ , ମହମ୍ମଦ ଶାମି, ମୋହଦ୍ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମହଙ୍ଗା ଭତ୍ତା ଦେବାକୁ ମନା କଲେ ମୋଦି ସରକାର

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରେ ହଠାତ୍ ଏହି ଘାତକ ଖେଳାଳିଙ୍କ ହେଲା ଏଣ୍ଟ୍ରି, ଭୟରେ ଥରିବ ଅଷ୍ଟ୍ରେଲିଆ ଦଳ!

ଅଧିକ ପଢ଼ନ୍ତୁ-ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପୂର୍ବରୁ ଦଳରେ ହେଲା ବଡ଼ ପରିବର୍ତ୍ତନ, ହଠାତ୍ ବଦଳିଲା ଅଧିନାୟକ

 

ODI ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ

 ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସିନ୍ ଆବଟ୍ଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, ନାଥାନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ମାର୍ନସ୍ ଲାବୁସାଗ୍ନେ, ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର , ଆଦାମ ଜାମ୍ପା