T20 World Cup 2022: ରୋଚକ ସ୍ଥିତିରେ ପହଞ୍ଚିଲା ବିଶ୍ୱକପର ଗ୍ରୁପ୍-2, ଟୁର୍ଣ୍ଣାମେଣ୍ଟରୁ ବାଦ ପଡିପାରେ ପାକିସ୍ତାନ ଦଳ
Advertisement
Article Detail0/zeeodisha/odisha1410180

T20 World Cup 2022: ରୋଚକ ସ୍ଥିତିରେ ପହଞ୍ଚିଲା ବିଶ୍ୱକପର ଗ୍ରୁପ୍-2, ଟୁର୍ଣ୍ଣାମେଣ୍ଟରୁ ବାଦ ପଡିପାରେ ପାକିସ୍ତାନ ଦଳ

ICC T20 World Cup 2022 Points Table : ଟି-୨୦ ବିଶ୍ୱକପ ୨୦୨୨ ର ଗ୍ରୁପ୍-୨ ଅତି ରୋଚକ ସ୍ଥିତିରେ ଅଟକି ଯାଇଛି । ଏହାଦ୍ୱାରା ପାକିସ୍ତାନ ଦଳର ସମସ୍ୟା ବୃଦ୍ଧି ପାଇଛି । ଯଦି ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ନ ହରାଏ, ତେବେ ଦଳ ସେମିଫାଇନାଲ ରେସରୁ ବାଦ ପଡିପାରେ ।

ସୌ: ସୋସିଆଲ ମିଡିଆ

T20 World Cup 2022: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ସୁପର-୧୨ ର ଗ୍ରୁପ୍-୨ ର ପଏଣ୍ଟ ଟେବୁଲରେ ପାକିସ୍ତାନ ଦଳ (Pakistan Team) ଭାରତ ଠାରୁ ହାରିବା ପରେ ହୋଇଥିବା ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ (South Africa vs Zimbabwe) ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଛି । ଏହି ମ୍ୟାଚ୍ ପାକିସ୍ତାନ କ୍ରିକେଟ୍ ଦଳର ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି, କାରଣ ପାକିସ୍ତାନ ଦଳ ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ହାରିଯାଏ, ତେବେ ସେ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବାଦ ପଡିପାରେ । 

ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ ମ୍ୟାଚ୍ ବର୍ଷା ଯୋଗୁଁ ଉଭୟ ଦଳକୁ ଗୋଟିଏ ପଏଣ୍ଟ ଲେଖାଏଁ ସେୟାର କରିବାକୁ ପଡିଛି । ବର୍ତ୍ତମାନର ପରିସ୍ଥିତି ଏପରି ହୋଇଯାଇଛି ଯେ ଯଦି ଭାରତ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ନିଜର ଆଗାମୀ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତନ୍ତି ତେବେ ପାକିସ୍ତାନ ସଙ୍କଟରେ ପଡିବ । ଏହି କାରଣରୁ ଗ୍ରୁପ୍-୨ର ଦକ୍ଷିଣ ଆଫ୍ରିକା ବନାମ ପାକିସ୍ତାନ ମ୍ୟାଚ୍ ଏକ କ୍ଵାଟର ଫାଇନାଲ ମ୍ୟାଚ୍ ପରି ହେବ । କେଉଁ ଦଳ ସେମିଫାଇନାଲକୁ ଯିବ, ସେନେଇ ଏହି ମ୍ୟାଚର ଫଳାଫଳ ଉପରେ ଅନେକ କିଛି ନିର୍ଭର କରିବ ।

fallback

ଯଦି ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ ଓ ତା’ପରେ ତିନୋଟି ଦଳ (ଭାରତ, ପାକିସ୍ଥାନ ଓ ଦକ୍ଷିଣ ଆଫ୍ରିକା) ସେମାନଙ୍କର ସମସ୍ତ ଅବଶିଷ୍ଟ ମ୍ୟାଚ୍ ଜିତନ୍ତି, ତେବେ ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲରୁ ବାଦ ପଡିବ । ଯଦି ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ ପରାସ୍ତ କରି ଅନ୍ୟ ସମସ୍ତ ମ୍ୟାଚ୍ ଜିତେ, ତେବେ ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରିପାରିବ ନାହିଁ ।

ଯଦି ପାକିସ୍ତାନର ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ ଓ ଭାରତ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ, ତେବେ ବଭୁମାଙ୍କ ଦଳ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ପ୍ରାୟ ସମସ୍ତ ରାସ୍ତା ବନ୍ଦ ହୋଇଯିବ । ଏଥି ସହିତ ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନ୍ୟ କୌଣସି ଦଳକୁ ସୁପର-୧୨ ମ୍ୟାଚ୍ ହରାଇଲେ ଭାରତୀୟ ଦଳର ସମସ୍ୟା ବଢିପାରେ । ଗ୍ରୁପ୍-୨ ରେ ଭାରତ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲ୍ୟାଣ୍ଡ ଓ ଜିମ୍ବାୱେ ଦଳମାନେ ରହିଛନ୍ତି । ଭାରତ ନିଜର ଆଗାମୀ ମ୍ୟାଚ ନେଦରଲ୍ୟାଣ୍ଡ ସହିତ ଆସନ୍ତା ୨୭ ତାରିଖ ଦିନ ସିଡିନି ଗ୍ରାଉଣ୍ଡରେ ଖେଳିବ ।

ଏହା ବି ପଢ଼ନ୍ତୁ: Waqar Younis on Indian Captain: କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ, ପୂର୍ବତନ ଦିଗଜ ଖେଳାଳି କହିଲେ ନାମ

ଏହା ବି ପଢ଼ନ୍ତୁ: ପରାଜୟକୁ ହଜମ କରିପାରୁନି ପାକିସ୍ତାନ, ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଉଛନ୍ତି ପୂର୍ବତନ ଖେଳାଳି ତ PCB ଚିଫ୍ ରମିଜ ରାଜା ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ: 'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ