ICC T20 Rankings: ଅର୍ଶଦୀପ ସିଂ ଦେଖାଇଲେ ଚମକ
Advertisement

ICC T20 Rankings: ଅର୍ଶଦୀପ ସିଂ ଦେଖାଇଲେ ଚମକ

Latest ICC Rankings: ଟି-୨୦ ବିଶ୍ୱକପ ୨୦୨୨ ରେ ଅର୍ଶଦୀପ ସିଂ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ଏହି ଭାରତୀୟ ଦ୍ରୁତ ବୋଲରଙ୍କ ଆଇସିସି ମାନ୍ୟତାରେ ଏକ ବଡ଼ ଲାଭ ମିଳିଛି ।

ସୌ: ସୋସିଆଲ ମିଡିଆ

Latest ICC Rankings: ଟି-୨୦ ବିଶ୍ୱକପ୍ ୨୦୨୨ ରେ (T20 World Cup 2022) ଭାରତୀୟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂ (Arshdeep Singh) ବହୁତ ପ୍ରଭାବିତ କରିଥିଲେ । ଏହି ଖେଳାଳି ପୁରା ଟୁର୍ଣ୍ଣାମେଣ୍ଟରେ ୧୦ ୱିକେଟ୍ ନେଇଥିଲେ । ତେବେ ଟି-୨୦ ବିଶ୍ୱକପ୍ ୨୦୨୨ ରେ ଅର୍ଶଦୀପ ସିଂ ଉତ୍କୃଷ୍ଟ ବୋଲିଂର ପୁରସ୍କାର ପାଇଛନ୍ତି । ବର୍ତ୍ତମାନ ଏହି ଭାରତୀୟ ଦ୍ରୁତ ବୋଲର ଆଇସିସି ର଼୍ୟାଙ୍କିଙ୍ଗରେ (ICC Rankings) ୨୨ ତମ ସ୍ଥାନରେ ଅଛନ୍ତି । ଏଥି ସହିତ, ଏହାର ସାମ କରନଙ୍କ ((Sam Curran) ସମେତ ଅନ୍ୟ ଅନେକ ଖେଳାଳି ଆଇସିସି ର଼୍ୟାଙ୍କିଙ୍ଗରେ ବଡ଼ ଲାଭ ପାଇଛନ୍ତି ।

ଇଂଲଣ୍ଡ ଅଲରାଉଣ୍ଡର ସାମ କରନ୍ ଟି-୨୦ ବିଶ୍ୱକପ୍ ୨୦୨୨ ରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଥିଲେ । ଏହା ବ୍ୟତୀତ ଏହି ଅଲରାଉଣ୍ଡରଙ୍କୁ ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଥିଲା । ତାଙ୍କର ଶ୍ରେଷ୍ଠ ବୋଲିଂ ଯୋଗୁଁ ସାମ୍ କରନ୍ ୧୧ ଟି ସ୍ଥାନ ଲାଭ ମିଳିଛି । ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ମଧ୍ୟ ଆଇସିସି ର଼୍ୟାଙ୍କିଙ୍ଗରେ ଏକ ଲମ୍ବା ଲମ୍ଫ ଦେଇଛନ୍ତି । ଆଇସିସି ର଼୍ୟାଙ୍କିଙ୍ଗରେ ଶାହିନ୍ ଆଫ୍ରିଦି ୧୮ ତମ ସ୍ଥାନରେ ପହଞ୍ଚିଛନ୍ତି, ଏହା ପୂର୍ବରୁ ସେ ୩୯ ନମ୍ବରରେ ଥିଲେ । ଏଥି ସହିତ ଧନଞ୍ଜୟ ଡି ସିଲଭା ଓ ବେନ ଷ୍ଟୋକ୍ସ ଅଲରାଉଣ୍ଡର ମାନ୍ୟତାରେ ଉପକୃତ ହୋଇଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଅଲରାଉଣ୍ଡର ଧନଞ୍ଜୟ ଡ଼ି ସିଲଭା ୧୭୭ ରନ୍ ସଂଗ୍ରହ କରିଥିଲେ । ଏଥିସହ ସେ ଏହା ବ୍ୟତୀତ ତାଙ୍କ ନାମରେ ୬ ଟି ୱିକେଟ୍ ପାଇଥିଲେ । ଏହି ଉଜ୍ଜ୍ୱଳ ପ୍ରଦର୍ଶନ ପରେ ଶ୍ରୀଲଙ୍କା ଅଲରାଉଣ୍ଡର ମାନ୍ୟତାରେ ୩୦ ନମ୍ବରରେ ପହଞ୍ଚିଛନ୍ତି । ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚରେ ଇଂଲଣ୍ଡର ବିଜୟର ହିରୋ ହୋଇଥିବା ବେନ ଷ୍ଟୋକ୍ସ ୪୧ ତମ ସ୍ଥାନରେ ପହଞ୍ଚିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଟି-୨୦ ବିଶ୍ୱକପ ୨୦୨୨ ଫାଇନାଲରେ ବେନ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷରେ ଅପରାଜିତ ୫୨ ରନ୍ କରିଥିଲେ । ଏହା ବ୍ୟତୀତ ତାଙ୍କ ନାମରେ ଏକ ୱିକେଟ୍ ମଧ୍ୟ ଥିଲା ।

ଏହା ବି ପଢ଼ନ୍ତୁ: Team India: ରୋହିତ ଶର୍ମାଙ୍କୁ ରବି ଶାସ୍ତ୍ରୀଙ୍କ ବୟାନରୁ ଲାଗିପାରେ ଝଟକା, ଟିମ୍ ଇଣ୍ଡିଆର ଅଧିନାୟକତ୍ୱକୁ ନେଇ କହିଲେ ଏପରି କିଛି

ଏହା ବି ପଢ଼ନ୍ତୁ: Shahid Afridi: ୪୫ ବର୍ଷୀୟ ଆଫ୍ରିଦି ପୁଣି ଥରେ ଫେରାଇ ନେବେ ନିଜ ରିଟାୟରମେଣ୍ଟ! ଏହି ଦଳ ପାଇଁ ମୈଦାନକୁ ଫେରିବେ

ଏହା ବି ପଢ଼ନ୍ତୁ: IND vs NZ: ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି! ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର