T-20 World Cup 2022: Pak vs Eng ଫାଇନାଲ ମ୍ୟାଚରେ ବର୍ଷା ହେଲେ କ'ଣ ହେବ? ଜାଣନ୍ତୁ ICCର ପୂରା ନିୟମ
Advertisement

T-20 World Cup 2022: Pak vs Eng ଫାଇନାଲ ମ୍ୟାଚରେ ବର୍ଷା ହେଲେ କ'ଣ ହେବ? ଜାଣନ୍ତୁ ICCର ପୂରା ନିୟମ

T-20 World Cup 2022 Final rules: ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ। ସନ୍ଧ୍ୟା ସାତଟାରେ ଟାଇଟଲ ପାଇଁ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଲଢେଇ ହେବ। ଦି ବିଶ୍ୱକପର ଫାଇନାଲ ବେଳେ ବର୍ଷା ହୁଏ ଓ ମ୍ୟାଚ ଅକଟି ଯାଏ ତେବେ କଣ ହେବ? 

T-20 World Cup 2022: Pak vs Eng ଫାଇନାଲ ମ୍ୟାଚରେ ବର୍ଷା ହେଲେ କ'ଣ ହେବ? ଜାଣନ୍ତୁ ICCର ପୂରା ନିୟମ

T-20 World Cup 2022 Final, ନୂଆଦିଲ୍ଲୀ: ରବିବାର ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ସନ୍ଧ୍ୟା ସାତଟାରେ ଟାଇଟଲ ପାଇଁ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଲଢେଇ ହେବ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ। ଅଷ୍ଟେଲିଆରେ ଏବେ ବର୍ଷା ଲାଗି ରହିଛି। ଯେକୌଣସି ସମୟରେ ମେଲବର୍ଣ୍ଣରେ ବର୍ଷା ହୋଇପାରେ। ଯଦି ବିଶ୍ୱକପର ଫାଇନାଲ ବେଳେ ବର୍ଷା ହୁଏ ଓ ମ୍ୟାଚ ଅକଟି ଯାଏ ତେବେ କଣ ହେବ? ଆସନ୍ତୁ ଜାଣିବା ଆଇସିସିର ପୂରା ଗଣିତ...

କ୍ରିକେଟରେ ସାଧାରଣତଃ ଯେଉଁ ଟିମ ଅଧିକ ସ୍କୋର କରେ ସେହି ଟିମ ବିଜୟ ହୁଏ। କିନ୍ତୁ ବେଳେ ବେଳେ ପ୍ରକୃତି କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ ଖେଳିବା ସମ୍ଭବ ହୁଏ ନାହିଁ। ବିଶେଷ କରି ଫାଇନାଲ ମ୍ୟାଚରେ ଏହା ଅଧିକ ଅସୁବିଧା ସୃଷ୍ଟି କରେ। ଏହାକୁ ଦୃଷ୍ଟିରେ ରଖି ଆଇସିସି କିଛି ନିୟମ ପ୍ରସ୍ତୁତ କରିଛି। ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ପାଇଁ ମଧ୍ୟ ଆଇସିସି କିଛି ସ୍ୱତନ୍ତ୍ର ନିୟମ ତିଆରି କରିଛି। ଏହି ନିୟମ ଅନୁସାରେ ଚମ୍ପିଆନ ଟିମ୍ ଚୟନ ହେବ। ତେବେ କଣ ରହିଛି ସେହି ସ୍ୱତନ୍ତ୍ର ନିୟମ?

Also Read: ଟିମ୍ ଇଣ୍ଡିଆରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ କ୍ୟାରିୟରରେ ଲାଗିବ ଗ୍ରହଣ!

ନିୟମ:

  • ଅନୁନ୍ୟ ଓଭର ଖେଳ ହୋଇଥିବ ଓ କୌଣସି କାରଣରୁ ଯଦି ଫଳାଫଳ ହାସଲ ନ ହୁଏ କିମ୍ବା ଖେଳ ନ ସରେ ତେବେ ପରବର୍ତ୍ତୀ ଦିନ ଅବଶିଷ୍ଠ ଖେଳ ହେବ। ଏଥିପାଇଁ ସୋମବାର ଅପରାହ୍ନ ତିନିଟା ସମୟ ସ୍ଥିର କରାଯାଇଛି।
  • ରବିବାର ଫାଇନାଲ ମ୍ୟାଚ୍ ସମାପ୍ତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ। ଆବଶ୍ୟକ ପଡିଲେ ଓଭର ହ୍ରାସ କରାଯାଇପାରେ। କିନ୍ତୁ ଉଭୟ ଟିମକୁ ସର୍ବନିମ୍ନ ଓଭର ଖେଳିବାର ସୁଯୋଗ ଦିଆଯିବ।
  • ଯଦି ରବିବାର କୌଣସି କାରଣରୁ ମ୍ୟାଚ ଶେଷ ନ ହୁଏ ତେବେ ସୋମବାର ମ୍ୟାଚ୍ ସମାପ୍ତ କରାଯିବ। ଶେଷ ବଲ୍ ଖେଳାଯାଇଥିବା ସ୍ଥାନରୁ ମ୍ୟାଚ୍ ପୁନଃ ଆରମ୍ଭ ହେବ।
  • ରବିବାର ମ୍ୟାଚ୍ ଶେଷ ହେବା ପାଇଁ ୩୦ ମିନିଟ୍ ଅତିରିକ୍ତ ସମୟ ଥିବାବେଳେ ସୋମବାର ପାଇଁ ଅତିରିକ୍ତ ଚାରି ଘଣ୍ଟା ଦିଆଯାଇଛି।
  • ଯଦି ସୁପର ଓଭର ହୁଏ ଓ ଖରାପ ପାଗ ଯୋଗୁଁ ସୁପର ଓଭର ସମ୍ପୂର୍ଣ୍ଣ ନ ହୁଏ ତେବେ ପାକିସ୍ତାନ ଏବଂ ଇଂଲଣ୍ଡକୁ ମିଳିତ ବିଜେତା ଘୋଷିତ କରାଯିବ।
  • ଯଦି କୌଣସି ସମୟରେ ଅମ୍ପାୟାରମାନେ ଏକମତ ହୁଅନ୍ତି ଯେ, ଗ୍ରାଉଣ୍ଡ, ପାଣିପାଗ କିମ୍ବା ଆଲୋକ, କିମ୍ବା ଅନ୍ୟ କୌଣସି ପରିସ୍ଥିତି ବିପଜ୍ଜନକ କିମ୍ବା ଖେଳିବା ପାଇଁ ଉପଯୁକ୍ତ ନାହିଁ, ତେବେ ସେମାନେ ତୁରନ୍ତ ଖେଳ ସ୍ଥଗିତ ରଖିବେ, କିମ୍ବା ଖେଳ ଆରମ୍ଭ କରିବାକୁ ଅନୁମତି ଦେବେ ନାହିଁ। ଆଇସିସି ମ୍ୟାଚ୍ ରେଫରି ରଂଜନ ମାଡୁଗାଲେଙ୍କ ପରାମର୍ଶ ପରେ ଅମ୍ପାୟାର ଏହି ନିଷ୍ପତ୍ତି ନେଇପାରିବେ।

Also Read: ଇଂଲଣ୍ଡ ବିପକ୍ଷ ଫାଇନାଲ ପୂର୍ବରୁ ବାବର ଆଜମଙ୍କ ହୁଙ୍କାର, କହିଲେ କ'ଣ ରହିବ 'ଗେମ୍ ପ୍ଲାନ'