ICC Ranking: ଶୁବମନ ଗିଲଙ୍କଠାରୁ ନମ୍ବର-ୱାନ ମୁକୁଟ ଛଡ଼ାଇ ନେଲେ ବାବର ଆଜାମ, ରବି ବିଷ୍ଣୋଇଙ୍କୁ ମଧ୍ୟ ଝଟକା
Advertisement
Article Detail0/zeeodisha/odisha2020270

ICC Ranking: ଶୁବମନ ଗିଲଙ୍କଠାରୁ ନମ୍ବର-ୱାନ ମୁକୁଟ ଛଡ଼ାଇ ନେଲେ ବାବର ଆଜାମ, ରବି ବିଷ୍ଣୋଇଙ୍କୁ ମଧ୍ୟ ଝଟକା

ICC ODI Ranking: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ପୁଣି ଥରେ ODI ର ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବାବର ଭାରତର ଶୁବମନ ଗିଲଙ୍କୁ ପଛରେ ପକାଇ ଦେଇଛନ୍ତି ।

 

ICC ODI And T20I Ranking

ICC ODI And T20I Ranking: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ (Babar Azam) ପୁଣି ଥରେ ଦିନିକିଆରେ ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହୋଇଯାଇଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ (Shubman Gill) ପଛରେ ପକାଇ ବାବର ପୁଣି ଥରେ ନମ୍ବର-1 ମୁକୁଟ ହାତେଇଛନ୍ତି । ଏହା ବ୍ୟତୀତ ଟି-୨୦ ଇଣ୍ଟରନ୍ୟାସନାଲରେ ନମ୍ବରରେ-ୱାନ ଥିବା ଭାରତୀୟ ସ୍ପିନର ରବି ବିଷ୍ଣୋଇଙ୍କଠାରୁ (Ravi Bishnoi) ମଧ୍ୟ ନମ୍ବର ୱାନ ମୁକୁଟ ଚାଲିଯାଇଛି । ଇଂଲଣ୍ଡର ସ୍ପିନର ଆଦିଲ ରସିଦ ଟି-୨୦ ବୋଲିଂ ର଼୍ୟାଙ୍କିଙ୍ଗରେ ନମ୍ବର ସ୍ଥାନରେ ହାସଲ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୁଧବାର ଦିନ ନିଜର ସର୍ବଶେଷ ର଼୍ୟାଙ୍କିଙ୍ଗ ଜାରି କରିଛି, ଯେଉଁଥିରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି ।

ବାବର ୮୨୪ ରେଟିଂ ସହ ODI ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ୮୧୦ ରେଟିଂ ସହିତ ଗିଲ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଏଥି ସହ ରବି ବିଷ୍ଣୋଇଙ୍କୁ ପଛରେ ପକାଇ ଆଦିଲ ରସିଦ ଟି-୨୦ ଇଣ୍ଟରନ୍ୟାସନାଲ୍ ବୋଲିଂ ର଼୍ୟାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରି ନେଇଛନ୍ତି । ଇଂଲଣ୍ଡ ସ୍ପିନର ରସିଦ ୭୧୫ ରେଟିଂ ସହ ନମ୍ବର ୱାନ ସ୍ଥାନ ଅଧିକାର କରିଛନ୍ତି । ୬୯୨ ରେଟିଂ ସହ ଆଫଗାନିସ୍ତାନର ରସିଦ ଖାନ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ପୂର୍ବରୁ ନମ୍ବର ୱାନ ସ୍ଥାନରେ ଥିବା ରବି ବିଷ୍ଣୋଇ ୬୮୫ ରେଟିଂ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଯଦି ଆମେ ଏହି ତାଲିକାର ଶୀର୍ଷ -୫ କୁ ଦେଖିବା, ତେବେ ଶ୍ରୀଲଙ୍କାର ୱାନିନ୍ଦୁ ହାସରାଙ୍ଗା ୬୭୯ ରେଟିଂ ସହିତ ଚତୁର୍ଥ ସ୍ଥାନରେ ଓ ମହୀଶ ତିକ୍ଷ୍ସଣା ୬୭୭ ରେଟିଂ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି ।  

ODI ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳର ସୁପରଷ୍ଟାର ବିରାଟ କୋହଲି ୭୭୫ ରେଟିଂ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ବ୍ୟତୀତ ଭାରତୀୟ ଅଧିନାୟକ ରୋହିତ ଶର୍ମା ୭୫୪ ରେଟିଂ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ନିକଟରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍‌ରେ ରୋହିତ ଓ କୋହଲି ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ୭୪୫ ରେଟିଂ ସହିତ ର଼୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଅଛନ୍ତି ।