ICC Rankings: ବିଶ୍ୱ ନମ୍ବର ୱାନ୍ ବୋଲର୍ ହେଲେ ଶାହିନ୍, ବିପଦରେ ପଡ଼ିଲା ବାବରଙ୍କ ନମ୍ବର ୱାନ ମୁକୁଟ; ରୋହିତ-ବିରାଟଙ୍କ ଚମତ୍କାରିତା ଜାରି
Advertisement

ICC Rankings: ବିଶ୍ୱ ନମ୍ବର ୱାନ୍ ବୋଲର୍ ହେଲେ ଶାହିନ୍, ବିପଦରେ ପଡ଼ିଲା ବାବରଙ୍କ ନମ୍ବର ୱାନ ମୁକୁଟ; ରୋହିତ-ବିରାଟଙ୍କ ଚମତ୍କାରିତା ଜାରି

ICC Rankings: ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପାକିସ୍ତାନୀ ପେସର ଶାହିନ୍ ଶାହା ଆଫ୍ରିଦି ନମ୍ବର ୱାନ ସ୍ଥାନରେ ପହଞ୍ଚିଛନ୍ତି । ନମ୍ବରୱାନ ବ୍ୟାଟ୍ସମ୍ୟାନ୍ ହେବାକୁ ଶବମନ ଗିଲ୍ ବାବରଙ୍କ ଅତି ନିକଟତର ହୋଇଛନ୍ତି ।

 

ICC Latest ODI Rankings

ICC Latest ODI Rankings: ଆଇସିସି ଦିନିକଆ ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି । ଦିନିକିଆ ବିଶ୍ୱକପ ୨୦୨୩ ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ର଼୍ୟାଙ୍କିଙ୍ଗରେ ଅନେକ ଲାଭ ପାଇଛନ୍ତି । ପାକିସ୍ତାନୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଏକ ବଡ଼ ଝଟକା ସହ ର଼୍ୟାଙ୍କିଙ୍ଗରେ ନିଜକୁ ନମ୍ବର ୱାନ କରିପାରିଛନ୍ତି । ଏଥିସହିତ ବ୍ୟାଟିଂରେ ଏକ ନମ୍ବରରେ ଥିବା ବାବର ଆଜାମଙ୍କ ରାଜତ୍ୱକୁ ଶେଷ କରିବାରେ ଶୁବମନ ଗିଲ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି । ଏହା ବ୍ୟତୀତ ରୋହିତ ଶର୍ମା ଏବଂ ବିରାଟ କୋହଲି ଟପ୍ -୧୦ ରେ ରହିଛନ୍ତି ।

ଶାହିନ୍ ଶାହା ଆଫ୍ରିଦି ୬୭୩ ରେଟିଂ ସହ ଅଷ୍ଟ୍ରେଲୀୟ ପେସର୍ ଜୋସ୍ ହାଜଲେଉଡଙ୍କୁ ପଛରେ ପକାଇ ନମ୍ବର ୱାନ ହୋଇଥିଲେ । ଏହି ସମୟରେ ଭାରତର ମହମ୍ମଦ ସିରାଜ ୬୫୬ ରେଟିଂ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହା ପରେ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ଚତୁର୍ଥ ସ୍ଥାନରେ ଓ ନ୍ୟୁଜିଲ୍ୟାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ପଞ୍ଚମ ସ୍ଥାନରେ ଅଛନ୍ତି । ମହାରାଜଙ୍କ ରେଟିଂ ୬୫୧ ଓ ବୋଲ୍ଟର ରେଟିଂ ୬୪୯ ରହିଛି ।

ନମ୍ବର ୱାନ ହେବାକୁ ଅତି ନିକଟତର ହେଲେ ଶୁବମାନ ଗିଲ 
ଭାରତୀୟ ଷ୍ଟାର ଓପନର୍ ଶୁବମନ ଗିଲ କିଛି ସମୟ ଧରି ODI ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଯେତେବେଳେ କି ପାକିସ୍ତାନ ଅଧିନାୟକ ବାବର ଆଜମ ନମ୍ବର ନମ୍ବର ସ୍ଥାନରେ ରହିଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ବାବରଙ୍କ ରାଜୁତି ଶେଷ ହେବାକୁ ଯାଉଛି, କାରଣ ଶୁବମନ୍ ଗିଲ୍ ନମ୍ବର ୱାନ ହେବା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ବାବର ଆଜମଙ୍କ ରେଟିଂ ୮୧୮, ଶୁବମନ ଗିଲଙ୍କ ରେଟିଂ ୮୧୬ ରହିଛି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଉଭୟଙ୍କ ରେଟିଂରେ କେବଳ ୨ ପଏଣ୍ଟର ପାର୍ଥକ୍ୟ ରହିଛି । ବିଶ୍ୱକପ୍‌ର ଆଗାମୀ କିଛି ମ୍ୟାଚ୍‌ରେ ଗିଲ ସହଜରେ ନମ୍ବର ୱାନ ସ୍ଥାନ ହାସଲ କରିପାରିବେ ।

୨୦୨୩ ବିଶ୍ୱକପ୍‌ରେ ଭଲ ଫର୍ମରେ ଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୭୪୩ ପଏଣ୍ଟ ସହ ର଼୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ୭୩୫ ରେଟିଂ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ହେନ୍ରିଚ୍ କ୍ଲାସେନ୍ ଷଷ୍ଠ ସ୍ଥାନରେ କୋହଲିଙ୍କଠାରୁ ଗୋଟିଏ ସ୍ଥାନରେ ଅଛନ୍ତି । ଟପ୍-୫ ରେ ବାବର ଓ ଶୁବମନ ଗିଲଙ୍କ ପରେ ଦକ୍ଷିଣ ଆଫ୍ରିକାର ଓପନର୍ କ୍ୱିଣ୍ଟନ୍ ଡି କକ୍ ୭୬୫ ରେଟିଂ ସହ ତୃତୀୟ ସ୍ଥାନରେ ଓ ଅଷ୍ଟ୍ରେଲୀୟ ଓପନର୍ ଡେଭିଡ ୱାର୍ଣ୍ଣର ୭୬୧ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି ।