Hockey World Cup 2023: ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍, ଜାଣନ୍ତୁ ଏହା ସହ ଜଡିତ ୧୦ ଟି ଖାସ୍ କଥା
Advertisement
Article Detail0/zeeodisha/odisha1521317

Hockey World Cup 2023: ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍, ଜାଣନ୍ତୁ ଏହା ସହ ଜଡିତ ୧୦ ଟି ଖାସ୍ କଥା

Hockey World Cup 2023 Ten Facts: ୧୫ ତମ ପୁରୁଷ ହକି ବିଶ୍ୱକପ ୧୩ ଜାନୁଆରୀ ୨୦୨୩ ଠାରୁ ଓଡି଼ଶାର ଦୁଇଟି ସହରରେ ଅର୍ଥାତ ଭୁବନେଶ୍ୱର ଓ କଟକରେ ଆରମ୍ଭ ହେବାକୁ ଯାଉଛି । ଆସନ୍ତୁ ଜାଣିବା ଏହା ସହିତ ଜଡିତ ୧୦ ଟି ମଜାଦାର ଖାସ୍ କଥା ।

ସୌ: ସୋସିଆଲ ମିଡିଆ

Hockey World Cup 2023 Ten Facts: ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ୧୩ ଜାନୁଆରୀରୁ ବିଶ୍ୱକପ ଚାମ୍ପିୟନ ହେବା ପାଇଁ ୧୬ଟି ଦଳ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହେବ । ବିଶ୍ୱକପର ସମସ୍ତ ମ୍ୟାଚ୍ ଓଡି଼ଶାର ଦୁଇଟି ସହର ଅର୍ଥାତ ଭୁବନେଶ୍ୱର ଓ ରାଉରକେଲାର ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୨୯ ଜାନୁଆରୀରେ ଖେଳାଯିବ | ବିଶ୍ୱର ସବୁଠୁ ବଡ ହକି ଇଭେଣ୍ଟ ଆରମ୍ଭ ପୂର୍ବରୁ, ଆସନ୍ତୁ ଜାଣିବା ଏହା ସହିତ ଜଡିତ ୧୦ ଟି ମଜାଦାର ଖାସ୍ କଥା ...

> ହକି ବିଶ୍ୱକପ୍ ୨୦୨୩ ର ଆୟୋଜନ ଭାରତ ହାତରେ ରହିଛି । ଏହାର ଅର୍ଥ ହେଉଛି ଚତୁର୍ଥ ଥର ପାଇଁ ଭାରତରେ ହକି ବିଶ୍ୱକପ ଆୟୋଜନ କରାଯାଉଛି । ଭାରତ ସର୍ବାଧିକ ଥର ହକି ବିଶ୍ୱକପ ଆୟୋଜନ କରିବାର ରେକର୍ଡ ରଖିଛି । ଏହାପୂର୍ବରୁ ୧୯୮୨, ୨୦୧୦ ଓ ୨୦୧୮ ରେ ଭାରତରେ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।

> ହକି ବିଶ୍ୱକପ୍‌ରେ ସବୁଠାରୁ ସଫଳ ଦଳ ପାକିସ୍ତାନ ରହିଛି । ଚାରିଥର ବିଶ୍ୱ ଚାମ୍ପିୟନ ହୋଇଥିବା ପାକିସ୍ତାନ ଦଳ ଏଥର ବିଶ୍ୱକପରୁ ଅନୁପସ୍ଥିତ ରହିବ । ବଡ଼ କଥା ହେଉଛି ୨୦୧୪ ପରଠାରୁ ପାକିସ୍ତାନ ଦଳ ବିଶ୍ୱକପ୍‌ରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି ।

> ୧୯୭୧ ରେ ହକି ବିଶ୍ୱକପ ଆରମ୍ଭ ହୋଇଥିଲା । ଏଥର ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ୫୦ ବର୍ଷର ପୂର୍ତ୍ତି ମଧ୍ୟ ପାଳନ କରାଯିବ ।

> ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଥର ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଶେଷ ବିଶ୍ୱକପ ଟାଇଟଲ୍ ବେଲଜିୟମ ଜିତିଥିଲା ।

> ୧୯୮୨ ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଅଲିମ୍ପିକ୍ ପଦକ ବିଜେତା ଭାବରେ ହକି ବିଶ୍ୱକପ୍ରେ ପ୍ରବେଶ କରିବ । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି ଯୋଗ୍ୟତା ହାସଲ କରିଥିଲା ।

> ଭାରତ ଏପର୍ଯ୍ୟନ୍ତ କେବଳ ଥରେ ହକି ବିଶ୍ୱକପ ଟାଇଟଲ ଜିତିଛି । ୧୯୭୫ ମସିହାରେ ଭାରତୀୟ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟ୍ରଫି ଉଠାଇଥିଲା ।

> ହକି ବିଶ୍ୱକପ୍ ଆୟୋଜନ କରିବା ପାଇଁ ରାଉରକେଲାରେ ନିର୍ମିତ ଷ୍ଟାଡିୟମ୍ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ହକି ଷ୍ଟାଡିୟମ୍ । ଏହି ଷ୍ଟାଡିୟମ୍ ୨୦ ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଅଟେ । ୩୦,୦୦୦ ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଦେଶର ସର୍ବବୃହତ ହକି ଷ୍ଟାଡିୟମ ଚଣ୍ଡିଗଡ଼ରେ ନିର୍ମାଣ କରାଯାଇଛି ।

> ୱେଲ୍ସ ଓ ଚିଲି ଟିମ୍ ପାଇଁ ଏହା ହେଉଛି ପ୍ରଥମ ହକି ବିଶ୍ୱକପ୍ ।

>  ଭାରତୀୟ ଖେଳାଳି ହକି ବିଶ୍ୱକପରେ ଏପର୍ଯ୍ୟନ୍ତ କେବଳ ଥରୁଟିଏ ସର୍ବାଧିକ ସ୍କୋର କରିଛି । ୧୯୮୨ ବିଶ୍ୱକପରେ ରଜିନ୍ଦର ସିଂ ୧୨ ଟି ଗୋଲ ସ୍କୋର କରିଥିଲେ ।
 
> ୨୦୧୪ ଓ ୨୦୧୮ ରେ ଆର୍ଜେଣ୍ଟିନା ପାଇଁ ହକି ବିଶ୍ୱକପ୍ ଖେଳିଥିବା ଦୁଇ ଖେଳାଳିଙ୍କୁ ଏଥର ଅନ୍ୟ ଦେଶର ଜର୍ସିରେ ଖେଳୁଥିବା ଦେଖିବାକୁ ମିଳିବ । ଗୋଞ୍ଜାଲୋ ପାଇଲେଟ୍ ଜର୍ମାନୀ ପାଇଁ ଖେଳିବେ ଓ ଜୋକୁନ୍ ମେନିନି ସ୍ପେନ୍ ଦଳର ଅଂଶ ହେବେ ।

ଏହା ବି ପଢ଼ନ୍ତୁ: Jasprit Bumrah​: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା