Hockey World Cup 2023: ଭାରତ ପାଇଁ ୪୮ ବର୍ଷର ଟ୍ରଫିର ମରୁଡିକୁ ଶେଷ କରିବେ ଏସବୁ ଖେଳାଳି, ଏହି ୫ ଷ୍ଟାର ପ୍ଲେୟାରଙ୍କ ଉପରେ ରହିବ ସମସ୍ତଙ୍କ ନଜର
Advertisement
Article Detail0/zeeodisha/odisha1521363

Hockey World Cup 2023: ଭାରତ ପାଇଁ ୪୮ ବର୍ଷର ଟ୍ରଫିର ମରୁଡିକୁ ଶେଷ କରିବେ ଏସବୁ ଖେଳାଳି, ଏହି ୫ ଷ୍ଟାର ପ୍ଲେୟାରଙ୍କ ଉପରେ ରହିବ ସମସ୍ତଙ୍କ ନଜର

Hockey World Cup 2023: ୨୦୧୮ ସଂସ୍କରଣ ମଧ୍ୟ ଭାରତ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ସମୟରେ ବିଶ୍ୱକପ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ନେଦରଲ୍ୟାଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲା ।​ ସେପଟେ ୧୯୭୫ ପରଠାରୁ ଭାରତ ଦ୍ୱିତୀୟ ଟାଇଟଲକୁ ଅପେକ୍ଷା କରିଛି । ଭାରତୀୟ ଦଳର ଏହି ଅପେକ୍ଷାକୁ ଶେଷ କରିବା ପାଇଁ ସମସ୍ତ ନଜର କିଛି ଖେଳାଳିଙ୍କ ଉପରେ ରହିବ ।

Hockey World Cup 2023: ଭାରତ ପାଇଁ ୪୮ ବର୍ଷର ଟ୍ରଫିର ମରୁଡିକୁ ଶେଷ କରିବେ ଏସବୁ ଖେଳାଳି, ଏହି ୫ ଷ୍ଟାର ପ୍ଲେୟାରଙ୍କ ଉପରେ ରହିବ ସମସ୍ତଙ୍କ ନଜର

FIH Odisha Hockey World Cup 2023: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକିର ମହାକୁମ୍ଭ (Hockey World Cup 2023) ଆୟୋଜିତ ହେବାକୁ ଯାଉଛି । ଓଡିଶାରେ ଖେଳାଯିବାକୁ ଥିବା ୧୫ତମ FIH ପୁରୁଷ ହକି ବିଶ୍ୱକପ ୨୦୨୩ (FIH Odisha Hockey Men's World Cup 202) ପାଇଁ ଅନେକ ତାରକାରେ ସଜ୍ଜିତ ଦଳ ରାଜ୍ୟରେ ପହଞ୍ଚିବା ଆରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ପୁରୁଷ ହକି ବିଶ୍ୱକପ (Men's World Cup 202)) କ୍ରମାଗତ ଦୁଇଥର ଗୋଟିଏ ଦେଶ ଦ୍ୱାରା ଆୟୋଜିତ ହେବ । ୨୦୧୮ ସଂସ୍କରଣ ମଧ୍ୟ ଭାରତ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ସମୟରେ ବିଶ୍ୱକପ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ନେଦରଲ୍ୟାଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲା ।​ ସେପଟେ ୧୯୭୫ ପରଠାରୁ ଭାରତ ଦ୍ୱିତୀୟ ଟାଇଟଲକୁ ଅପେକ୍ଷା କରିଛି । ଭାରତୀୟ ଦଳର ଏହି ଅପେକ୍ଷାକୁ ଶେଷ କରିବା ପାଇଁ ସମସ୍ତ ନଜର କିଛି ଖେଳାଳିଙ୍କ ଉପରେ ରହିବ ।

ବିଶ୍ୱର ୧୬ଟି ଶ୍ରେଷ୍ଠ ଦଳ ଏହି ମେଗା ଇଭେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆୟୋଜକ ଭାରତ ଟୋକିଓ ଅଲିମ୍ପିକ୍ସ, ବର୍ମିଂହାମ କମନୱେଲଥ ଗେମ୍ସର ପ୍ରଦର୍ଶନ ଜାରି ରଖିବ ଏବଂ ସେଠାରେ ସ୍ୱର୍ଣ୍ଣ ପଦକ ନ ଜିତିବାର ଦୁଃଖକୁ ଭୁଲି ଭାରତୀୟ ଦଳ (Team India) ବର୍ତ୍ତମାନ ଏହି ଟ୍ରଫି ଜିତି ନିଜ ସ୍ୱପ୍ନ ପୂରଣ କରିବାକୁ ଚାହିଁବ । କେବଳ ଭାରତୀୟ ହକି ଦଳ (Indian Hockey Team) ନୁହେଁ ସମଗ୍ର ଦେଶର ଏହି ଆଶା ପୂରଣ କରିବା ପାଇଁ କିଛି ଖେଳାଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ । ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ...

୧. ପିଆର ଶ୍ରୀଜେଶ (PR Sreejesh)

ଅଭିଜ୍ଞ ଭାରତୀୟ ଗୋଲକିପର ପି.ଆର ଶ୍ରୀଜେଶ (PR Sreejesh) ବର୍ଷ ବର୍ଷ ଧରି ଭାରତର ପ୍ରଦର୍ଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କୁ ୨୦୨୨ରେ FIH ଗୋଲକିପର ଅଫ୍ ଦି ଇୟର୍ ଭାବରେ ଚୟନ କରାଯାଇଥିଲା । ସେ ଦୁନିଆର ଶ୍ରେଷ୍ଠ ଗୋଲକିପରମାନଙ୍କ ମଧ୍ୟରେ ନିଜର ଖାସ୍ ସ୍ଥାନ କରିନେଇଛନ୍ତି । ପେନାଲ୍ଟି ସୁଟ୍ ଆଉଟ୍ ପରି ପରିସ୍ଥିତିରେ ସେ ଜଣେ ସ୍ପେଶାଲିଷ୍ଟ ଭାବରେ ମନେ କରାଯାଏ । ଟୋକିଓ ଅଲିମ୍ପିକ୍ସ ସମୟରେ ଶ୍ରୀଜେଶ ଜର୍ମାନୀ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚର ଶେଷ ସେକେଣ୍ଡରେ ଏକ ପେନାଲ୍ଟି କର୍ଣ୍ଣର ରକ୍ଷା କରି ଚାରି ଦଶନ୍ଧି ଧରି ଭାରତର ଅଲିମ୍ପିକ ପଦକ ମରୁଡ଼ିକୁ ସମାପ୍ତ କରିଥିଲେ । ୨୪୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚର ଅଭିଜ୍ଞତା ସହିତ ଏହା ଶ୍ରୀଜେଶଙ୍କର ଶେଷ ବିଶ୍ୱକପ୍ ହେବ । ସମଗ୍ର ଦେଶ ଆଶା କରିବ ଯେ ସେ ଏକ ଟାଇଟଲ୍ ସହିତ ଯାତ୍ରା ଶେଷ କରୁ ।

୨. ହରମନପ୍ରୀତ ସିଂ (Harmanpreet Singh)

ଭାରତୀୟ ହକି ଦଳର ଷ୍ଟାର୍ ଡ୍ରାଗ-ଫ୍ଲିକର ହରମନପ୍ରୀତ ସିଂ (Harmanpreet Singh) ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକିର ପରିବର୍ତ୍ତିତ ଚିତ୍ରର ପ୍ରମୁଖ ସୂତ୍ରଧର ଭାବରେ ପରିଗଣିତ ହୋଇଛନ୍ତି । ତାଙ୍କୁ ଏକ ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ଭାବରେ ଦେଖାଯାଏ । ତାଙ୍କର ଶକ୍ତିଶାଳୀ ଫ୍ଲିକ୍ସ ଓ ବିଶ୍ୱ ସ୍ତରୀୟ ଡିଫେନ୍ସ ତାଙ୍କୁ ପରିଚୟ ପ୍ରଦାନ କରିଛି । ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ବ୍ରୋଞ୍ଜ ପଦକ ଜିତିବାରେ ହରମନପ୍ରୀତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଟୋକିଓରେ ୬ଟି ଗୋଲ ଦେଇ ଦେଶର ସର୍ବୋଚ୍ଚ ସ୍କୋରର ଭାବରେ ଉଭା ହୋଇଥିଲେ । ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀ ସହ ଭାରତର ସ୍କୋରକୁ ହାରମନପ୍ରୀତ ବରାବର କରିଥିଲେ ।

୩. ଆକାଶଦୀପ ସିଂ (Akashdeep Singh)

୨୦୧୨ରେ ଡେବ୍ୟୁ କରିବା ପରଠାରୁ ଆକାଶଦୀପ ସିଂ (Akashdeep Singh) ଲଗାତର ଭାରତର ଗୋଲ୍ ସ୍କୋରିଂ ମେସିନ୍ ରହିଆସୁଛନ୍ତି । ଶ୍ରୀଜେଶ ଓ ହରମନପ୍ରୀତଙ୍କ ବ୍ୟତୀତ ସେ ହେଉଛନ୍ତି ଏକମାତ୍ର ଭାରତୀୟ ଖେଳାଳି ଯିଏକି ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ୮୦ରୁ ଅଧିକ ଅନ୍ତର୍ଜାତୀୟ ଗୋଲ୍ ମଧ୍ୟ ଅଛି । ସେ ଭାରତୀୟ ଲାଇନ୍ଅପର ସବୁଠାରୁ ଅଭିଜ୍ଞ ଫରୱାର୍ଡ ଖେଳାଳି ଓ ଭାରତୀୟ ଫରୱାର୍ଡ ଲାଇନ ତାଙ୍କ ଉପରେ ନିର୍ଭର କରିବ । ୨୦୧୪ ହେଗ ହକି ବିଶ୍ୱକପରେ ୫ଟି ଗୋଲ ଦେଇ ଆକାଶଦୀପ ଭାରତର ସର୍ବାଧିକ ସ୍କୋରର ହୋଇଥିଲେ । ଖରାପ ଫର୍ମ କାରଣରୁ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ:-୧୦ ଇନିଂସ ୮ ଶତକ, ୬ଟି ବଲରେ ୭ଟି ଛକା; ଶତକର ବାଦଶାହ ଏହି ଖେଳାଳଙ୍କୁ ଟିମ୍ ଇଣ୍ଡିଆରେ କେବେ ମିଳିବ ସୁଯୋଗ

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!

ଅଧିକ ପଢ଼ନ୍ତୁ:-ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର, ଶେଷରେ ବର୍ତ୍ତମାନ ଏକାଠି ଖେଳିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି

୪. ବିବେକ ସାଗର ପ୍ରସାଦ (Vivek Sagar Prasad)

ବିଭିନ୍ନ ଭୂମିକାରେ ଭାରତୀୟ ହକି ଦଳ ପାଇଁ ବିବେକ ସାଗର ପ୍ରସାଦ (Vivek Sagar Prasad) ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ମିଡଫିଲ୍ଡର ବିବେକ ବ୍ରୋଞ୍ଜ ପଦକ ବିଜେତା ଦଳର ଏକ ଅଂଶ ଥିଲେ । ସେହିପରି ମାଲେସିଆରେ ସୁଲତାନ ଅଫ୍ ଜୋହର କପର ସପ୍ତମ ସଂସ୍କରଣରେ U-21 ଦଳକୁ ତୃତୀୟ ସ୍ଥାନକୁ ପହଞ୍ଚାଇଥିଲେ । ଗୋଡ଼ରେ ଆଘାତ ଲାଗିଥିବା ଯୋଗୁଁ ଅଷ୍ଟ୍ରେଲିଆ ଗସ୍ତ ତଥା ଏଫଆଇଏଚ୍ ହକି ପ୍ରୋ ଲିଗରୁ ବଞ୍ଚିତ ହେବା ପରେ ସେ ବର୍ତ୍ତମାନ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛନ୍ତି । ବିବେକ ନିଜର ଡିଫେନ୍ସ-ସ୍ପିଲିଟିଂ ପାସ୍ ସହିତ ବିରୋଧୀଙ୍କ ପାଇଁ ଏକ ବଡ଼ ବିପଦ ବୋଲି ପ୍ରମାଣ ହୋଇପାରନ୍ତି ।

୫. ମନପ୍ରୀତ ସିଂ (Manpreet Singh)

ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକିର ପରିବର୍ତ୍ତିତ ଛବିର ସବୁଠାରୁ ବଡ଼ ଶ୍ରେୟ ଦଳର ଅଧିନାୟକ ମନପ୍ରୀତ ସିଂ (Manpreet Singh) ଙ୍କୁ ଯାଇଥାଏ । ତାଙ୍କ ନେତୃତ୍ୱରେ ଦଳ ଅଲିମ୍ପିକ୍ ପଦକ ପାଇଁ ଚାରି ଦଶନ୍ଧିର ଅପେକ୍ଷାକୁ ଶେଷ କରିଥିଲା । ତାଙ୍କ ଅଧିନାୟକତ୍ୱରେ ଦଳ କମନୱେଲଥ ଗେମ୍ସରେ ପଦକ ଜିତିଥିଲା । ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ କ୍ରମାଗତ ୧୨ ପରାଜୟ ପରେ କଙ୍ଗାରୁ ଦଳକୁ ପରାସ୍ତ କରିଥିଲା । ତାଙ୍କର ନେତୃତ୍ୱ ଦକ୍ଷତା ସହିତ ତାଙ୍କ ଖେଳ ଭାରତୀୟ ହକି ଦଳ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଛି । ଆଗାମୀ ବିଶ୍ୱକପରେ ଆପଣ ଉପରୋକ୍ତ ୪ଟି ନାମ ସହିତ ଏହି ପଞ୍ଚମ ନାମ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ । ଏହି ପାଞ୍ଚ ଖେଳାଳି ଭାରତରେ ହକିର ଛବିକୁ ପରିବର୍ତ୍ତନ କରିପାରନ୍ତି ।