Hockey World Cup 2023: ଭୁବନେଶ୍ୱରରେ ସରିଲା ଦୁଇଟି ମ୍ୟାଚ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନାର ବଡ଼ ବିଜୟ
Advertisement

Hockey World Cup 2023: ଭୁବନେଶ୍ୱରରେ ସରିଲା ଦୁଇଟି ମ୍ୟାଚ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନାର ବଡ଼ ବିଜୟ

 ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଏକତରଫା ବିଜୟ ହାସଲ କରିଛି। ଫ୍ରାନ୍ସ ବିପକ୍ଷରେ ୮-୦ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପକ୍ଷରୁ କ୍ରେଗ ଟମ ଓ ହେଓ୍ୱାର୍ଡ ଜେରେମି ୩ଟି ଲେଖାଏଁ ଗୋଲ କରିଥିବା ବେଳେ ଓଗିଲିଭ ଫ୍ଲିନ ଓ ଓ୍ୱିକିହାମ ଟମ ଗୋଟିଏ ଲେଖାଏଁ ଗୋଲ କରିଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। 

Hockey World Cup 2023: ଭୁବନେଶ୍ୱରରେ ସରିଲା ଦୁଇଟି ମ୍ୟାଚ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନାର ବଡ଼ ବିଜୟ

Hockey World Cup 2023: ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପର ଲିଗ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଲିଗ ମ୍ୟାଚ। ଭୁବନେଶ୍ୱରରେ ଆଜି ଦୁଇଟି ମ୍ୟାଚ ଖେଳାଯାଇଛି। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିଥିଲା ଅଷ୍ଟ୍ରେଲିଆ। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ବିଜୟ ଲାଭ କରିଛି। ସେହିପରି ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରିଛି। 

ଉଦଘାଟନୀ ମ୍ୟାଚ ବେଶ ରୋମାଞ୍ଚକର ତଥା ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ପକ୍ଷରୁ ମାଇକୋ କାସେଲ୍ଲା ଏକମାତ୍ର ଗୋଲ କରିଥିଲେ। ତୃତୀୟ କ୍ୱାର୍ଟରର ଶେଷ ମିନିଟରେ ସେ ଦଳ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଶେଷ ମୂହୁର୍ତ୍ତରେ ଗୋଟିଏ ଗୋଲ ଦେଇ ଦଳ ପାଇଁ ବିଜୟ ଆଣିଦେଇଥିଲେ। ପ୍ରଥମ ଦୁଇଟି କ୍ୱାର୍ଟରରେ ଉଭୟ ଦଳ ବେଶ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ମାତ୍ର ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ତାର ରଣନୀତିରେ ପରିବର୍ତ୍ତନ କରି ବେଶ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଫଳରେ ଦଳ ପକ୍ଷରୁ ମାଇକୋ କାସେଲ୍ଲା ଏକମାତ୍ର ଗୋଲ କରିଥିଲେ। ଏହା ସହିତ ସେ ଦଳକୁ ବିଜୟ ଲକ୍ଷ୍ୟ ଅଭିମୁଖେ ନେଇଯାଇଥିଲେ। ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଗୋଲ ପରିଶୋଧ କରିବାକୁ ପ୍ରୟାସ କରି ଦକ୍ଷିଣ ଆଫ୍ରିକା ଦଳ ବିଫଳ ହୋଇଥିଲା। ଫଳରେ ପରାଜୟ ବରଣ କରିଥିଲା। 

ସେପଟେ ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଏକତରଫା ବିଜୟ ହାସଲ କରିଛି। ଫ୍ରାନ୍ସ ବିପକ୍ଷରେ ୮-୦ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପକ୍ଷରୁ କ୍ରେଗ ଟମ ଓ ହେଓ୍ୱାର୍ଡ ଜେରେମି ୩ଟି ଲେଖାଏଁ ଗୋଲ କରିଥିବା ବେଳେ ଓଗିଲିଭ ଫ୍ଲିନ ଓ ଓ୍ୱିକିହାମ ଟମ ଗୋଟିଏ ଲେଖାଏଁ ଗୋଲ କରିଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଫଳରେ ଫ୍ରାନ୍ସକୁ ଚାପରେ ରଖି ଖେଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିବା ଅଷ୍ଟ୍ରେଲିଆ। ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ପକ୍ଷରୁ କ୍ରେଗ ଟମ ଗୋଟିଏ ଗୋଲ କରି ଫ୍ରାନ୍ସ ଉପରେ ଚାପ ପକାଇଥିଲେ। ପ୍ରଥମାର୍ଦ୍ଧ ୧-୦ ଗୋଲରେ ଶେଷ ହୋଇଥିଲା। 

ପରେ ଦ୍ୱିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ଆହୁରି ୩ଟି ଗୋଲ ସ୍କୋର କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଓଗିଲିଭ ଫ୍ଲିନ ଗୋଟିଏ ଗୋଲ କରିଥିବା ବେଳେ ହେଓ୍ୱାର୍ଡ ଜେରେମି ଦୁଇଟି ଗୋଲ ସ୍କୋର କରିଥିଲେ। ଫଳରେ ଦ୍ୱିତୀୟାର୍ଦ୍ଧ ୪-୦ ଗୋଲରେ ଶେଷ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର କଡ଼ା ରଣନୀତିକୁ ଭେଦିବାରେ ବିଫଳ ହୋଇଥିଲା ଫ୍ରାନ୍ସ। ଫଳରେ ତୃତୀୟାର୍ଦ୍ଧରେ ମଧ୍ୟ ଗୋଟିଏ ବି ଗୋଲ ପରିଶୋଧ କରିପାରିନଥିଲା ଫ୍ରାନ୍ସ। ତୃତୀୟାର୍ଦ୍ଧରେ ଆହୁରି ତିନୋଟି ଗୋଲ କରିଥିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପକ୍ଷରୁ କ୍ରେଗ ଟମ ଦୁଇଟି ଗୋଲ କରିଥିବା ବେଳେ ହେଓ୍ୱାର୍ଡ ଜେରେମି ଗୋଟିଏ ଗୋଲ କରିଥିଲେ। ସେହିପରି ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆ ପକ୍ଷରୁ ଓ୍ୱିକିହାମ ଟମ ଆଉ ଗୋଟିଏ ଗୋଲ କରିଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ୮ଟି ଗୋଲ କରି ଫ୍ରାନ୍ସ ଉପରେ ଦମଦବା ଜାହିର କରିଥିଲା ଅଷ୍ଟ୍ରେଲିଆ। ଖେଳ ଶେଷ ପର୍ଯ୍ୟନ୍ତ ଗୋଟିଏ ବି ଗୋଲ ପରିଶୋଧ କରି ପାରିନଥିଲା ଫ୍ରାନ୍ସ ଦଳ।  ଫଳରେ ୮ଟି ଗୋଲ ବ୍ୟବଧାନରେ ବିଜୟ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ।