Hardik Pandya: ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ! ଖୁବ୍ ଶୀଘ୍ର ମିଳିବ ଟି-20 ଦଳର କମାଣ; ଜାଣନ୍ତୁ BCCIର ସିକ୍ରେଟ ପ୍ଲାନ୍
Advertisement

Hardik Pandya: ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ! ଖୁବ୍ ଶୀଘ୍ର ମିଳିବ ଟି-20 ଦଳର କମାଣ; ଜାଣନ୍ତୁ BCCIର ସିକ୍ରେଟ ପ୍ଲାନ୍

Hardik Pandya: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବର୍ତ୍ତମାନ ଅଧିନାୟକ ଭୂମିକାରେ ଦେଖିବାକୁ ମିଳିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) ଆନୁଷ୍ଠାନିକ ଭାବରେ ଏହି ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ଶୀଘ୍ର ହସ୍ତାନ୍ତର କରିପାରେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଧଳା ବଲ୍ ଫର୍ମାଟ୍ ଅର୍ଥାତ୍ ODI ଓ T20 ରେ ଅଧିନାୟକତ୍ୱ ପ୍ରଦାନ କରାଯାଇପାରେ ।

Hardik Pandya: ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ! ଖୁବ୍ ଶୀଘ୍ର ମିଳିବ ଟି-20 ଦଳର କମାଣ; ଜାଣନ୍ତୁ BCCIର ସିକ୍ରେଟ ପ୍ଲାନ୍

BCCI Apex Council Meeting 2022: ଭାରତୀୟ କ୍ରିକେଟ ଦଳ (Indian Cricket Team) ର ଧୁରନ୍ଧର ଓପନର୍ ରୋହିତ ଶର୍ମା (Rohit Sharma) ଉପରେ ଆକ୍ସନ ନିଆଯାଇଛି ।  ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) ର ଆପେକ୍ସ କାଉନସିଲର ବୈଠକ (BCCI Apex Council Meeting 2022) ରେ ଟିମ୍ ଇଣ୍ଡିଆ (Team India) ର ନେତୃତ୍ୱ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଛି । ବୈଠକ ପରେ ବୁଧବାର ରାତିରେ ସୂତ୍ର ଏହି ସୂଚନା ମିଳିଛି । ସୂଚନାନୁସାରେ, ରୋହିତ ଶର୍ମାଙ୍କୁ କେବଳ ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ (Test Captain) କରୁଥିବାର ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ବର୍ତ୍ତମାନ ଅଧିନାୟକ ଭୂମିକାରେ ଦେଖିବାକୁ ମିଳିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) ଆନୁଷ୍ଠାନିକ ଭାବରେ ଏହି ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ଶୀଘ୍ର ହସ୍ତାନ୍ତର କରିପାରେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଧଳା ବଲ୍ ଫର୍ମାଟ୍ ଅର୍ଥାତ୍ ODI ଓ T20 ରେ ଅଧିନାୟକତ୍ୱ ପ୍ରଦାନ କରାଯାଇପାରେ । ଏଭଳି ପରିସ୍ଥିତିରେ ରୋହିତ ଶର୍ମା (Rohit Sharma) କେବଳ ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବାର ନଜର ଆସିବେ । 

ବିସିସିଆଇ (BCCI) ସହିତ ଜଡିତ ସୂତ୍ରଗୁଡିକ ଏହି ସୂଚନା ଦେଇଛନ୍ତି । ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ଟି-20 ବିଶ୍ୱକପ (T-20 World Cup 2022) ରେ ଭାରତର ପ୍ରଦର୍ଶନ ଆଶା ଅନୁରୂପ ନଥିଲା । ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟି-20 ବିଶ୍ୱ ଚାମ୍ପିୟନ ହୋଇଥିଲା । ଖବର ସରବରାହ ସଂସ୍ଥା ANI ସୂତ୍ରରୁ ପ୍ରକାଶ ଯେ ବିସିଆଇର ଜଣେ ଅଧିକାର କହିଛନ୍ତି କି, "ଆମର ଏହି ଯୋଜନା ଅଛି । ଆମେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଆଲୋଚନା କରିଛୁ । ସେ କିଛି ଦିନ ସମୟ ମାଗିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଶୀଘ୍ର ଉତ୍ତର ଦେବେ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଆମେ ବର୍ତ୍ତମାନ ତାଙ୍କୁ ହ୍ୱାଇଟ-ବଲ୍ ଅଧିନାୟକତ୍ୱ ଦେବା ପ୍ରକ୍ରିୟାରେ ଅଛୁ । ଦେଖାଯାଉ ଜିନିଷଗୁଡିକ କିପରି ଅଗ୍ରଗତି କରୁଛି ।"

ଅଧିକ ପଢ଼ନ୍ତୁ:-ଯାହା ପାଇଁ ସାରା ଦୁନିଆ ୩୦୦ ଦିନ ଧରି କରୁଥିଲା ଅପେକ୍ଷା, ପୁଟିନ କଲେ ସେହି ବଡ଼ ଘୋଷଣା

ଅଧିକ ପଢ଼ନ୍ତୁ:-ଛୋଟ ଅଳେଇଚ ପୁରୁଷଙ୍କ ଯୌନ ସମସ୍ୟା ସମେତ ଅନେକ ରୋଗ ପାଇଁ ରାମବାଣ ଚିକିତ୍ସା, ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ DA ବକେୟା ଉପରେ ଆସିଲା ବଡ଼ ଅପଡେଟ, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ବୟାନ

ସୂଚନାଯୋଗ୍ୟ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ନିଜ ଅଧିନାୟକତ୍ୱରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ମଧ୍ୟ ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିଅନ୍ କରାଇଥିଲେ । ବିଶେଷ କଥା ହେଉଛି ଗୁଜୁରାଟ ଦଳ ପ୍ରଥମ ଥର ପାଇଁ ଆଇପିଏଲରେ ପ୍ରବେଶ କରି ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି । ହାର୍ଦ୍ଦିକ ଆଇପିଏଲ ୨୦୨୨ରେ ୧୫ଟି ମ୍ୟାଚରେ ଏଭେରେଜ୍ ୪୪.୨୭ ସହ ୪୮୭ ରନ୍ ସଂଗ୍ରହ କରିଥିଲେ ଓ ଚାରିଟି ଅର୍ଦ୍ଧଶତକ ଇଂନିସ ମଧ୍ୟ ଖେଳି ଥିଲେ । ସେ ସିଜନରେ ୮ଟି ୱିକେଟ୍ ନେଇଥିଲେ ।