World Cup 2023: ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଖେଳି ପାରିବେ ନାହିଁ ଟିମ୍ ଇଣ୍ଡିଆର ଏହି ଖେଳାଳି, ଗୌତମ ଗମ୍ଭୀର କହିଲେ ନାମ
Advertisement

World Cup 2023: ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଖେଳି ପାରିବେ ନାହିଁ ଟିମ୍ ଇଣ୍ଡିଆର ଏହି ଖେଳାଳି, ଗୌତମ ଗମ୍ଭୀର କହିଲେ ନାମ

Gautam Gambhir on Shreyas Iyer fitness: ଦିନିକିଆ ବିଶ୍ୱକପ୍ ୨୦୨୩ ପୂର୍ବରୁ ଗୌତମ ଗମ୍ଭୀର ଶ୍ରେୟସ୍ ଆୟରଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସୌ: ସୋସିଆଲ ମିଡିଆ

Gautam Gambhir on Shreyas Iyer: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଅନୁଭବ କରିଛନ୍ତି ଯେ ତାଙ୍କ ପିଠିରେ ଆଘାତ ଯୋଗୁଁ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ବିଶ୍ୱକପ୍ ୨୦୨୩ ଦଳରେ ଯୋଗ ଦେଇ ପାରିବେ ନାହିଁ । ଆହତ କାରଣରୁ ଦୀର୍ଘ ସମୟ ଧରି ଦଳ ବାହାରେ ରହିବା ପରେ ଆୟର ଏସିଆ କପରେ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଦୁଇଟି ମ୍ୟାଚ୍ ଖେଳିବା ପରେ ସେ ପୁଣି ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଦଳରୁ ବାଦ ପଡିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ବିଶ୍ୱକପ ଖେଳିବାକୁ ନେଇ ପ୍ରଶ୍ନ ଉଠିଛି ।

ଚଳିତ ବର୍ଷ ଆରମ୍ଭରେ ବୋର୍ଡର-ଗାଭାସ୍କର ଟ୍ରଫି ସମୟରେ ଆୟରଙ୍କ ପିଠିରେ ଆଘାତ ଲାଗିଥିଲା ଓ ଶେଷରେ ୨୦୨୩ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବାଦ୍ ସେ ବାଦ ପଡିଥିଲେ । ତେବେ ଭାରତ-ପାକିସ୍ତାନ ସୁପର-୪ ସଂଘର୍ଷ ଦିନ ତାଙ୍କ ପିଠିରେ ଆଘାତ ଲାଗିବା ପୂର୍ବରୁ ଏସିଆ କପ୍ ଆରମ୍ଭ ପାଇଁ ୨୮ ବର୍ଷୀୟା ଏହି ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରାଯାଇଥିଲା ।

ଫିଟନେସ ଉପରେ ପ୍ରଶ୍ନ ଉଠାଇଥିଲେ ଗମ୍ଭୀର 
ଗମ୍ଭୀର କହିଛନ୍ତି ଯେ ଆୟରଙ୍କ ଫିଟନେସ ସମସ୍ୟା ଯୋଗୁଁ ତାଙ୍କୁ ବିଶ୍ୱକପ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପାଇଁ ଚୟନ କରିବା ଅସମ୍ଭବ । ଷ୍ଟାର ସ୍ପୋର୍ଟସ ଉପରେ ଆଲୋଚନା ବେଳେ ପୂର୍ବତନ ବ୍ୟାଟ୍ସମ୍ୟାନ୍ କହିଛନ୍ତି, “ଏହା ଚିନ୍ତାର ବିଷୟ । ଆପଣ ଏତେ ଦିନ ବାହାରେ ଥିଲ ଓ ତା’ପରେ ଏସିଆ କପ୍ ପାଇଁ ଫେରିଲେ, ଗୋଟିଏ ମ୍ୟାଚ୍ ଖେଳିଲେ ଏବଂ ଅନଫିଟ୍ ହୋଇଗଲେ । ମୁଁ ଭାବୁନାହିଁ ଯେ ଏହା ପରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଏତେ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ କରିବ । ଆପଣ ଆଗାମୀ ଦିନରେ ଦେଖିବେ ଯେ ଆୟର୍ ବିଶ୍ୱକପ୍ ଦଳର ଅଂଶ ହେବେ ନାହିଁ ଓ ତାଙ୍କ ସ୍ଥାନ ଆଉ କେହି ନେବେ । ଆପଣ ସବୁବେଳେ ଫିଟ୍ ଖେଳାଳିଙ୍କ ସହିତ ବିଶ୍ୱକପକୁ ଯିବା ଉଚିତ୍ ।

ବିଶ୍ୱକପ ପୂର୍ବରୁ ପରିବର୍ତ୍ତନ ହୋଇପାରେ ଦଳ
ବିଶ୍ୱକପ୍ ପାଇଁ ଫାଇନାଲ ଦଳ ଘୋଷଣା କରିବାକୁ ମାତ୍ର ଦଶ ଦିନ ବାକି ଥିବାବେଳେ, ଆୟର ୧୫ ଜଣିଆ ଭାରତୀୟ ଦଳର ଅଂଶ ହେବା ପାଇଁ ସମୟ ବିରୁଦ୍ଧରେ ଦୌଡ଼ୁଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜରେ ଭାରତ ପାଇଁ ଶେଷ ଦିନିକିଆ ଖେଳିଥିଲେ । ମୋଟ ଉପରେ, ସେ ଗୁରୁତ୍ୱପୂର୍ଣ୍ଣ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବାବେଳେ ହାରାହାରି ୪୬.୬୦, ଦୁଇ ଶତକ ଓ ୧୪ଟି ଅର୍ଦ୍ଧ ଶତକ ସହିତ ODI ରେ ଚତ୍ମକାର ପ୍ରର୍ଦଶନ କରିଛନ୍ତି । ଆୟରଙ୍କ ଅନୁପସ୍ଥିତି ସତ୍ତ୍ୱେ ଟିମ ଇଣ୍ଡିଆକୁ ଅଷ୍ଟମ ଏସିଆ କପ୍ ଟାଇଟଲ୍ ଜିତିବାରେ କୌଣସି ଅସୁବିଧା ହୋଇନଥିଲେ । ଏହାର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ ଦଶ ୱିକେଟରେ ପରାସ୍ତ କରିଥିଲେ ।