FIFA World Cup 2022: ଫିଫା ବିଶ୍ୱକପ ୨୦୨୨ ପାଇଁ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ, କାତାର ଅଧିକାରୀ କଲେ ଖୁଲାସା
Advertisement

FIFA World Cup 2022: ଫିଫା ବିଶ୍ୱକପ ୨୦୨୨ ପାଇଁ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ, କାତାର ଅଧିକାରୀ କଲେ ଖୁଲାସା

FIFA World Cup 2022: ଫିଫା ବିଶ୍ୱକପ ୨୦୨୨ ପୁଣି ଥରେ ବିବାଦରେ ଛନ୍ଦି ହୋଇପଡିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବହୁ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା ।​ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୨୦୦ ବିଲିୟନ ଡଲାରରୁ ଅଧିକର ଷ୍ଟାଡିୟମ, ମେଟ୍ରୋ ଲାଇନ ଏବଂ ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଇଥିଲା ।

FIFA World Cup 2022: ଫିଫା ବିଶ୍ୱକପ ୨୦୨୨ ପାଇଁ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ, କାତାର ଅଧିକାରୀ କଲେ ଖୁଲାସା

FIFA World Cup Qatar 2022: ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ଆରମ୍ଭରୁ ହିଁ ବିବାଦରେ ରହିଆସିଛି । ଚଳିତ ଥର ଫୁଟବଲ ବିଶ୍ୱକପ କାତାର ( Qatar) ରେ ଅନୁଷ୍ଠିତ ହୋଇଛି । କିନ୍ତୁ ଖେଳ ଅପେକ୍ଷା ଏଥରେ ଦେଖାଦେଇଥିବା ବିବାଦ ଅଧିକ ଚର୍ଚ୍ଚାରେ ରହିଆସିଛି । ଏହି କ୍ରମରେ ଫିଫା ବିଶ୍ୱକପ ୨୦୨୨ (Football World Cup 2022) ପୁଣି ଥରେ ବିବାଦରେ ଛନ୍ଦି ହୋଇପଡିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବହୁ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା ।​ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୨୦୦ ବିଲିୟନ ଡଲାରରୁ ଅଧିକର ଷ୍ଟାଡିୟମ, ମେଟ୍ରୋ ଲାଇନ ଏବଂ ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଇଥିଲା । ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଏହି କାର୍ଯ୍ୟ ସମୟରେ ନିର୍ମାଣ ମଧ୍ୟରେ ଶହ ଶହ ଶ୍ରମିକ ମଧ୍ୟ ମୃତ୍ୟୁ (Workers Death) ଘଟିଛି ।

ଗଣମାଧ୍ୟମ ରିପୋର୍ଟରେ ଫିଫା ବିଶ୍ୱକପ ପ୍ରସ୍ତୁତି ସମୟରେ ମୃତ୍ୟୁ ସଂଖ୍ୟା ହଜାରରୁ ଉର୍ଦ୍ଧ୍ୱ ରହିଛି ବୋଲି କୁହାଯାଇଛି । ଏହି ରିପୋର୍ଟଗୁଡିକ ପରେ ମାନବିକ ଅଧିକାର କାତାରକୁ କଡ଼ା ସମାଲୋଚନା କରିଛି । ସାରା ଦୁନିଆରେ କାତାରକୁ ମଧ୍ୟ ସମାଲୋଚନା କରାଯାଉଛି । କିନ୍ତୁ ବର୍ତ୍ତମାନ ଏକ ନୂତନ ଖୁଲାସା ହୋଇଛି । ଫିଫା ବିଶ୍ୱକପ ୨୦୨୨ର ପ୍ରସ୍ତୁତି ଯୋଗୁଁ କେତେ ଶ୍ରମିକ ପ୍ରାଣ ହରାଇଛନ୍ତି ତାହାର ଆନୁମାନିକ ଆକଳନ ମିଳି ଯାଇଛି । ଫିଫା ବିଶ୍ୱକପ ଆୟୋଜନ ସହ ଜଡିତ କାତାରର ବରିଷ୍ଠ ଅଧିକାରୀ ହାସନ ଅଲ-ଥାୱାଡି ଏହି ସୂଚନା ଦେଇଛନ୍ତି ।

ହାସନ ଅଲ-ଥାୱାଡ଼ି ହେଉଛନ୍ତି କାତାର ଡିଲିଭରୀ ଆଣ୍ଡ ଲିଗେସି ସହ ଜଡ଼ିତ ଶୀର୍ଷ କମିଟିର ମହାସଚିବ । ବ୍ରିଟିଶ ସାମ୍ବାଦିକ ପିଅର୍ସ ମୋର୍ଗାନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ, କହିଛନ୍ତି ଯେ ଫିଫା ବିଶ୍ୱକପ ପ୍ରସ୍ତୁତିରେ ୪୦୦ରୁ ୫୦୦ ଜଣଙ୍କର ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ପିଆରସ୍ ଏହି ସାକ୍ଷାତକାରର ଏକ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି । ଏଥି ସହିତ ସର୍ବୋଚ୍ଚ କମିଟି ଓ କାତାର ସରକାର ଏହି ପ୍ରସଙ୍ଗରେ ନୀରବ ଅଛନ୍ତି । ବ୍ରିଟିଶ ସାମ୍ବାଦିକ ମୋର୍ଗାନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ହାସନଙ୍କୁ ପଚରାଯାଇଥିଲା ଯେ, "ବିଶ୍ୱକପ ପାଇଁ କାମ କରିବା କାରଣରୁ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସଚ୍ଚୋଟ, ବାସ୍ତବବାଦୀ ତଥ୍ୟ କ’ଣ ରହିଛି?" ଏହାର ଉତ୍ତରରେ ହାସନ କହିଛନ୍ତି ଯେ, "ଆନୁମାନିକ ୪୦୦ ଆଖପାଖ ହେବ, ୪୦୦ ଓ ୫୦୦ ମଝିରେ । ମୋ ପାଖରେ ସଠିକ୍ ନମ୍ୱର ନାହିଁ । କିନ୍ତୁ ଏହି ଆକଳନ ପୂର୍ବରୁ ସର୍ବସାଧାରଣରେ ଆଲୋଚନା ହୋଇନଥିଲା ।"

ଅଧିକ ପଢ଼ନ୍ତୁ:-ସଞ୍ଜୁ ସାମସନଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ରାଗିଗଲେ ଶଶି ଥରୁର, ଏହି ଖେଳାଳିଙ୍କୁ କଲେ ଟାର୍ଗେଟ

ଅଧିକ ପଢ଼ନ୍ତୁ:-BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ମିଳିଲା ନୋଟିସ୍, ବୋହୂ ମୟନ୍ତୀ ଲେଙ୍ଗରଙ୍କ ସହ ଜଡ଼ିତ ମାମଲା

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଷ୍ଟାମିନା ବଢ଼ାଇଥାଏ ଏହି ୫ଟି ଜିନିଷ, ଆଜିଠୁ ହିଁ ଆରମ୍ଭ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

 

ସେପଟେ କାତାର ସରକାରଙ୍କ ଅନୁଯାୟୀ, ୨୦୧୦ରୁ ୨୦୧୯ ମଧ୍ୟରେ ଦେଶରେ ମୋଟ ୧୫,୦୨୧ ବିଦେଶୀଙ୍କର ମୃତ୍ୟୁ ଘଟିଛି । ଦି ଗାର୍ଜିଆନ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କାତାର ଫିଫା ବିଶ୍ୱକପ୍ ଆୟୋଜନ କରିବା ଦିନଠାରୁ ୨୦୨୧ ପର୍ଯ୍ୟନ୍ତ ୬,୫୦୦ରୁ ଅଧିକ ବିଦେଶୀଙ୍କର ମୃତ୍ୟୁ ଘଟିଛି । ସମସ୍ତେ ଭାରତ, ପାକିସ୍ଥାନ, ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ବାସିନ୍ଦା ଥିଲେ । ଅବଶ୍ୟ, ସରକାର ଏହି ମୃତ୍ୟୁର ସ୍ଥାନ, କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ବିଷୟକୁ ସାର୍ବଜନୀନ କରିନାହାଁନ୍ତି ।