FIFA World Cup 2022: ଆଜିଠୁ କାତାରରେ ଫୁଟବଲ ମହାକୁମ୍ଭ, ଏଠାରେ ଦେଖିପାରିବେ opening ceremony ଓ ଉଦଘାଟନୀ ମ୍ୟାଚ୍
Advertisement
Article Detail0/zeeodisha/odisha1449158

FIFA World Cup 2022: ଆଜିଠୁ କାତାରରେ ଫୁଟବଲ ମହାକୁମ୍ଭ, ଏଠାରେ ଦେଖିପାରିବେ opening ceremony ଓ ଉଦଘାଟନୀ ମ୍ୟାଚ୍

FIFA World Cup 2022: ରବିବାର ଠାରୁ ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ୩୦ ଦିନରେ ୩୨ଟି ଦେଶ ମୋଟ ୬୪ଟି ମ୍ୟାଚ ଖେଳିବେ। କାତାରର ୮ଟି ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଜୁନ୍-ଜୁଲାଇ ୱିଣ୍ଡୋ ବାହାରେ ବିଶ୍ୱକପର ସଂସ୍କରଣ ଆୟୋଜନ ହେଉଛି।

FIFA World Cup 2022: ଆଜିଠୁ କାତାରରେ ଫୁଟବଲ ମହାକୁମ୍ଭ, ଏଠାରେ ଦେଖିପାରିବେ opening ceremony ଓ ଉଦଘାଟନୀ ମ୍ୟାଚ୍

FIFA World Cup 2022, ଦୋହା: ପ୍ରତୀକ୍ଷାର ଅନ୍ତ ହୋଇଛି। ଆଜି ଅର୍ଥାତ ୨୦ ଡିସେମ୍ବର ୨୦୨୨ ଠାରୁ କାତାରରେ ଫିଫା ବିଶ୍ୱକପ ୨୦୨୨ ଆରମ୍ଭ ହେଉଛି। ମାସେ ପର୍ଯ୍ୟନ୍ତ ବିଶ୍ୱର ସର୍ବଶ୍ରେଷ୍ଠ ୩୨ଟି ଦେଶର ଫୁଟବଲ ଟିମ୍ ମଧ୍ୟରେ ଲଢେଇ ହେବ। ଡିସେମ୍ବର ୧୮ରେ ଫାଇନାଲ ମ୍ୟାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ କାତାର, ପ୍ରଥମ ମଧ୍ୟ ପୂର୍ବ ଦେଶ ହେବ। ଏହାସହ ପ୍ରଥମ ଥର ପାଇଁ ଜୁନ୍-ଜୁଲାଇ ୱିଣ୍ଡୋ ବାହାରେ ବିଶ୍ୱକପର ସଂସ୍କରଣ ଆୟୋଜନ ହେଉଛି।

ରବିବାର ଠାରୁ ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ୩୦ ଦିନରେ ୩୨ଟି ଦେଶ ମୋଟ ୬୪ଟି ମ୍ୟାଚ ଖେଳିବେ। କାତାରର ୮ଟି ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ। ଅଲ ଖୋରର Al Bayt Stadiumରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହା ପରେ ଫୁଟବଲ ମହାକୁମ୍ଭର ପ୍ରଥମ ମ୍ୟାଚ ଖେଳାଯିବ। ତେବେ ଆସନ୍ତୁ ଜାଣିବେ କେତେବେଳେ ଏହି ଉଦଘଟନୀ ସମାରୋହ ଓ ମ୍ୟାଚ୍ ଅନୁଷ୍ଠିତ ହେବ? ଭାରତରେ ଏହାକୁ କେଉଁ ଚ୍ୟାନେଲରେ ଦେଖିପାରିବେ?

Also Read: ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ଏହି କ୍ରିକେଟର, ରଣଭୀର ସିଂଙ୍କ ପରି ନଗ୍ନ ସେଲ୍ଫି କଲେ ପୋଷ୍ଟ

ଉଦଘାଟନୀ ସମାରୋହ କେବେ ହେବ?

ଫିଫା ବିଶ୍ୱକପ ୨୦୨୨ର ଉଦଘାଟନୀ ସମାରୋହ ସନ୍ଧ୍ୟା ସାଢେ ସାତଟାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଅଲ ଖୋରର Al Bayt Stadiumରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହି ଷ୍ଟାଡିୟମରେ ୬୦୦୦୦ ଦର୍ଶକ ବସିବାର କ୍ଷମତା ରହିଛି। 

ଉଦଘାଟନୀ ସମାରୋହରେ କିଏ ପ୍ରଦର୍ଶନ କରିବେ?

ଫିଫା ବିଶ୍ୱକପ ୨୦୨୨ର ଉଦଘାଟନୀ ସମାରୋହରେ ଅନେକ ମାନ୍ୟଗଣ୍ୟ ତଥା ବିଶ୍ୱ ପ୍ରସିଦ୍ଧ କଳାକାର ସାମିଲ ହେବ। ଯଦିଓ ଫିଫା, କଳାକାରଙ୍କ ସମ୍ପୂର୍ଣ୍ଣ ତାଲିକା ଘୋଷଣା କରି ନାହିଁ, କିନ୍ତୁ ଦକ୍ଷିଣ କୋରିଆର ବ୍ୟାଣ୍ଡ ବିଟିଏସର ଜଙ୍ଗକୁକ୍ ଏହି ଉତ୍ସବରେ 'ଡ୍ରିମର୍ସ' ପ୍ରଦର୍ଶନ କରିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, Robbie Williams, Nora Fatehi ଓ Black Eyed Peas ମଧ୍ୟ ପ୍ରଦର୍ଶନ କରିପାରନ୍ତି। ଅନ୍ୟପଟେ କାତାରରେ ପ୍ରଦର୍ଶନ କରିବାକୁ ବ୍ରିଟିଶ ଗାୟକ Dua Lipa ଏବଂ କଲମ୍ବିଆର ଗାୟକ Shakira ମନା କରିଦେଇଥିବା ସୂଚନା ମିଳିଛି।

Also Read: ହେବନି ଦ୍ୱିତୀୟ ଟି-20 ମ୍ୟାଚ୍! ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ଉପରେ ବି ସଙ୍କଟର କଳା ବାଦଲ

ପ୍ରଥମ ମ୍ୟାଚ୍ କେତେବେଳ ଆରମ୍ଭ ହେବ?

ରାତି ସାଢେ ନଅଟା ବେଳେ ଫିଫା ବିଶ୍ୱକପ ୨୦୨୨ର ଉଦଘାଟନୀ ମ୍ୟାଚ ଆରମ୍ଭ ହେବ। ଉଦଘାଟନୀ ସମାରୋହ ପରେ Al Bayt Stadiumରେ ହିଁ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯିବ। ଉଦଘାଟନୀ ମ୍ୟାଚରେ ଆୟୋଜକ କାତାର ଏବଂ ଇକ୍ୟୁଏଡର୍ ମୁହାମୁହିଁ ହେବେ।

ଭାରତରେ ଉଦଘଟନୀ ସମାରୋହ ଓ ପ୍ରଥମ ମ୍ୟାଚ କେଉଁଠାରେ ଦେଖିବେ?

ଫିଫା ବିଶ୍ୱକପ ୨୦୨୨ର ସମସ୍ତ କାର୍ଯ୍ୟକ୍ରମ ଓ ମ୍ୟାଚର ସମସ୍ତ ପ୍ରକାରର ପ୍ରସାରଣ ଅଧିକାର ଭାୟାକମ ୧୮କୁ ମିଳିଛି। ଭାରତରେ Sports18 ଓ Sports18 HD TV ଚ୍ୟାନେଲରେ ଫିଫା ବିଶ୍ୱକପ ୨୦୨୨ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିହେବ। ଏହି ଦୁଇଟି ଟିଭି ଚ୍ୟାନେଲ ବ୍ୟତୀତ ଜିଓ ସିନେମା ଆପ୍ ଏବଂ ୱେବସାଇଟରେ ଲାଇଭ୍ ଷ୍ଟ୍ରିମିଂ ହେବ, ଯାହାକୁ ୟୁଜର୍ସମାନେ ମାଗଣାରେ ଦେଖିପାରିବେ। ୧୨୦୦୦ରୁ ଊର୍ଦ୍ଧ୍ୱ ୱେବସାଇଟରେ ଫିଫା ବିଶ୍ୱକପ ୨୦୨୨ର ବେଆଉୱ ପ୍ରସାରଣ ହେବ ବୋଲି ଖବର ମିଳିଥିଲା। ଯାହାକୁ ନେଇ ମାଦ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଶୁକ୍ରବାର ଏହି ମାମଲାର ଶୁଣାଣୀ କରି ସମସ୍ତ ୱେବସାଇଟରେ ପ୍ରସାରଣ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।