Croatia vs Morocco: ମୋରୋକ୍କୋକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଲା କ୍ରୋଏସିଆ, ଜାଣନ୍ତୁ ଉଭୟ ଦଳକୁ ମିଳିବ କେତେ କୋଟି ଟଙ୍କା
Advertisement
Article Detail0/zeeodisha/odisha1490636

Croatia vs Morocco: ମୋରୋକ୍କୋକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଲା କ୍ରୋଏସିଆ, ଜାଣନ୍ତୁ ଉଭୟ ଦଳକୁ ମିଳିବ କେତେ କୋଟି ଟଙ୍କା

Croatia vs Morocco: ମୋରୋକ୍କୋ ସେମିଫାଇନାଲରେ ଫ୍ରାନ୍ସ ଦ୍ୱାରା ପରାସ୍ତ ହୋଇଥିଲେ । ବର୍ତ୍ତମାନ ତୃତୀୟ ମ୍ୟାଚ୍‌ରେ ତାଙ୍କୁ କ୍ରୋଏସିଆ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏହିପରି ମୋରୋକ୍କୋ ଦଳ ଚତୁର୍ଥ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି । ଗତ ବିଶ୍ୱକପ୍‌ରେ କ୍ରୋଏସିଆ ରନର୍ ଅପ୍ ରହିଥିଲା । ଏଥର ସେମିଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ କ୍ରୋଏସିଆକୁ ୩-୦ରେ ପରାସ୍ତ କରିଥିଲା ।

Croatia vs Morocco: ମୋରୋକ୍କୋକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଲା କ୍ରୋଏସିଆ, ଜାଣନ୍ତୁ ଉଭୟ ଦଳକୁ ମିଳିବ କେତେ କୋଟି ଟଙ୍କା

FIFA World Cup 2022 Croatia vs Morocco: ଚଳିତ ଥର ଫିଫା ବିଶ୍ୱକପ କାତାର (Qatar FIFA World Cup 2022) ରେ ଅନୁଷ୍ଠିତ ହେଉଛି । କାତାରରେ ଖେଳା ଯାଉଥିବା ଏହି ବିଶ୍ୱ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ କ୍ରୋଏସିଆ ଦଳ (Croatia Team) ଧମାଲ କରିଦେଇଛି । ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ତୃତୀୟ ନମ୍ବର ପାଇଁ ଖେଳାଯାଇଥିବା ମ୍ୟାଚରେ କ୍ରୋଏସିଆ ମୋରୋକ୍କୋ ଦଳ (Croatia vs Morocco) କୁ ୨-୧ରେ ପରାସ୍ତ କରିଛି । ଗତ ବିଶ୍ୱକପ୍‌ରେ କ୍ରୋଏସିଆ ରନର୍ ଅପ୍ ରହିଥିଲା । ଏଥର ସେମିଫାଇନାଲରେ ଲିଓନେଲ ମେସି (Lionel Messi) ଙ୍କ ଆର୍ଜେଣ୍ଟିନା ଦଳ (Argentina Team) କ୍ରୋଏସିଆକୁ ୩-୦ରେ ପରାସ୍ତ କରିଥିଲା ।

ଅନ୍ୟପକ୍ଷରେ ସେମିଫାଇନାଲରେ ପ୍ରବେଶ କରିଥିବା ମୋରୋକ୍କୋ ଦଳ ପ୍ରଥମ ଆଫ୍ରିକୀୟ ଦଳ ଥିଲା । ମୋରୋକ୍କୋ (Morocco Team) ସେମିଫାଇନାଲରେ ଫ୍ରାନ୍ସ (France Team) ଦ୍ୱାରା ପରାସ୍ତ ହୋଇଥିଲେ । ବର୍ତ୍ତମାନ ତୃତୀୟ ମ୍ୟାଚ୍‌ରେ ତାଙ୍କୁ କ୍ରୋଏସିଆ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏହିପରି ମୋରୋକ୍କୋ ଦଳ ଚତୁର୍ଥ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି ।

କ୍ରୋଏସିଆ ଓ ମୋରୋକ୍କୋ ଦଳ (Croatia vs Morocco)  ଫାଇନାଲରେ ପ୍ରବେଶ କରିପାରି ନଥିଲେ ମଧ୍ୟ ସେମିଫାଇନାଲରେ ପ୍ରବେଶ ପାଇଁ ପୁରସ୍କାର ରାଶି ଭାବରେ କୋଟି ଟଙ୍କା ପାଇବେ । ଏହି ମ୍ୟାଚର ବିଜେତା ଦଳ କ୍ରୋଏସିଆ ତୃତୀୟ ସ୍ଥାନରେ ଥିବାରୁ ପୁରସ୍କାର ସ୍ୱରୂପ ପ୍ରାୟ ୨୨୩ କୋଟି ଟଙ୍କା ପାଇବ । ଅନ୍ୟପକ୍ଷରେ ହାରିଥିବା ମୋରୋକ୍କୋ ଦଳ ଚତୁର୍ଥ ସ୍ଥାନରେ ରହିଛି, ତେବେ ମୋରୋକ୍କୋକୁ ପ୍ରାୟ ୨୦୬ କୋଟି ଟଙ୍କା ଦିଆଯିବ ।

ଏମାନଙ୍କ ବ୍ୟତୀତ ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ (FIFA World Cup Final Match) ର ବିଜେତା ଦଳକୁ ୩୪୭ କୋଟି ଟଙ୍କା ଓ ରନର୍ ଅପ୍ ଦଳକୁ ୨୪୮ କୋଟି ଟଙ୍କା ପ୍ରଦାନ କରାଯିବ । ଉଲ୍ଲେଖନୀୟ କଥା ହେଉଛି, ଫିଫା ବିଶ୍ୱକପ ୨୦୨୨ର ଫାଇନାଲ (FIFA World Cup Final 2022) ମୁକାବିଲା ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ (France) ଓ ଲିଓନେଲ ମେସି (Lionel Messi) ଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା (Argentina) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଆସନ୍ତାକାଲି ରବିବାର ଅର୍ଥାତ ଡିସେମ୍ବର ୧୮ରେ ଖେଳାଯିବ ।

ଏହା ବି ପଢ଼ନ୍ତୁ:-ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, କୁଲଦୀପ ଯାଦବଙ୍କ ଟେଷ୍ଟରେ ଶ୍ରେଷ୍ଟ ପ୍ରଦର୍ଶନ

ଏହା ବି ପଢ଼ନ୍ତୁ:-ଭାରତକୁ ଧମକ ଦେଇଥିବା ରମିଜ ରାଜାଙ୍କ ହେବ ଛୁଟି, ଏହି ବ୍ୟକ୍ତି ହେବେ ନୂଆ PCB ଅଧ୍ୟକ୍ଷ!

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଆଶ୍ଚର୍ଯ୍ୟଜନକ ଲାଭ

ଶ୍ରେଷ୍ଠ-ଚାରି ଦଳର ପୁରସ୍କାର ଟଙ୍କା

ବିଜେତା ଦଳ- ୩୪୭ କୋଟି ଟଙ୍କା 

ରନର୍ ଅପ୍ ଦଳ- ୨୪୮ କୋଟି ଟଙ୍କା 

ତୃତୀୟ ସ୍ଥାନରେ ଥିବା ଦଳ-୨୨୩ କୋଟି ଟଙ୍କା

ଚତୁର୍ଥ ସ୍ଥାନରେ ଥିବା ଦଳ- ୨୦୬ କୋଟି ଟଙ୍କା