FIFA ସହିତ ବୈଠକ କଲେ କେନ୍ଦ୍ର ସରକାର, ମିଳିବାକୁ ଯାଉଛି U17 ବିଶ୍ୱକପକୁ ନେଇ ଖୁସିଖବର!
Advertisement
Article Detail0/zeeodisha/odisha1306479

FIFA ସହିତ ବୈଠକ କଲେ କେନ୍ଦ୍ର ସରକାର, ମିଳିବାକୁ ଯାଉଛି U17 ବିଶ୍ୱକପକୁ ନେଇ ଖୁସିଖବର!

FIFA ମଙ୍ଗଳବାର ଦିନ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନକୁ ନିଲମ୍ବନ କରିଦେଇଥିଲା । ଏଭଳି ପରିସ୍ଥିତିରେ ବର୍ତ୍ତମାନ କେନ୍ଦ୍ର ସରକାର ଫିଫା ଅଧିକାରୀଙ୍କ ସହ ଦୁଇଟି ବୈଠକ କରିଛନ୍ତି ଓ ଭାରତକୁ ଅଣ୍ଡର -୧୭ ମହିଳା ବିଶ୍ୱକପ ଆୟୋଜନ କରିବାକୁ ଅଧିକାର ମିଳିପାରେ ।

ସୌ: ସୋସିଆଲ ମିଡିଆ

FIFA ମଙ୍ଗଳବାର ଦିନ ଅର୍ଥାତ ୧୬ ଅଗଷ୍ଟରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (AIFF) କୁ ନିଲମ୍ବନ କରିଦେଇଥିଲା । ଏହା ସହ ଫିଫା ଭାରତରୁ ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପ (Women World Cup) ହୋଷ୍ଟିଂ ରାଇଟକୁ ଛଡ଼ାଇନେବା ନେବ ବୋଲି କହିଥିଲା । ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ (Central Government ) ଏଥିରେ ହସ୍ତକ୍ଷେପ କରିବାକୁ ପଡିଛି ଓ ଭାରତକୁ ଏହି ପ୍ରସଙ୍ଗରେ ଆଶ୍ବସ୍ତି ମିଳିପାରେ । ଫିଫା (FIFA) ସହ କଥାବାର୍ତ୍ତା କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି, ଯେଉଁଥିରେ ସକରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଅଣ୍ଡର -୧୭ ମହିଳା ବିଶ୍ୱକପ 2022 ର ଆୟୋଜନ ସମ୍ପର୍କରେ ଫିଫା ସହିତ ଦୁଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଫିଫା ଓ ଏଆଇଏଫ୍ଏଫ୍ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଶ୍ୱାସ କରାଯାଏ । ତୃତୀୟ ପକ୍ଷ (ଆଇନଗତ ଓ ରାଜନୈତିକ) ଏଥିରେ ହସ୍ତକ୍ଷେପ ଥିବାରୁ ଫିଫା ଫୁଟବଲ ଫେଡେରେସନ୍ ଅଫ୍ ଇଣ୍ଡିଆକୁ ନିଲମ୍ବିତ କରିଦେଇଥିଲା ।

ଫିଫା ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଫିଫା ଭାରତର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହିତ ନିରନ୍ତର ଯୋଗାଯୋଗରେ ଅଛି ଓ ଆଶା କରାଯାଉଛି ଯେ ଏହି ଘଟଣାର ସକରାତ୍ମକ ଫଳାଫଳ ମଧ୍ୟ ହାସଲ ହୋଇପାରିବ । କହିରଖୁଛୁ ଯେ ସୁପ୍ରିମକୋର୍ଟ AIFF ରେ ଏକ କମିଟି ଅଫ୍ ଆଡମିନିଷ୍ଟ୍ରେଟର (COA) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ଶୀଘ୍ର ଫେଡେରେସନ୍ ନିର୍ବାଚନ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇ ନାହିଁ ।

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମେ ମାସରେ AIFF କୁ ବିଲୋପ କରି କ୍ରୀଡ଼ା ପରିଚାଳନା, AIFF ର ସମ୍ବିଧାନରେ ସଂଶୋଧନ ଓ ୧୮ ମାସ ପର୍ଯ୍ୟନ୍ତ ନିର୍ବାଚନ ଆୟୋଜନ ପାଇଁ ତିନିଜଣିଆ କମିଟି ଗଠନ କରିଥିଲେ। ଏହାର ଜବାବରେ ଫିଫା ଏବଂ କନଫେଡେରେସନ୍ ଅଫ୍ ଏସିଆନ୍ ଫୁଟବଲ୍ ଭାରତୀୟ ଫୁଟବଲର ହିତାଧିକାରୀଙ୍କୁ ଭେଟିବା ପାଇଁ ଏଫ୍ସି ସେକ୍ରେଟେରୀ ଜେନେରାଲ୍ ୱିଣ୍ଡସର୍ ଜନଙ୍କ ନେତୃତ୍ୱରେ ଏକ ଟିମ୍ ପଠାଇଥିଲା ଏବଂ ଜୁଲାଇ ଶେଷ ସୁଦ୍ଧା ଏବଂ ପରେ ସେପ୍ଟେମ୍ବର ୧୫ ସୁଦ୍ଧା ଏହାର ନିୟମ ସଂଶୋଧନ କରିବାକୁ AIFF କୁ ଆହ୍ୱାନ କରିଥିଲା। ଏନେଇ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା।

ଡିସେମ୍ବର ୨୦୨୦ସୁଦ୍ଧା ଫିଫା ପରିଷଦ ସଦସ୍ୟ ପ୍ରଫୁଲ୍ଲ ପଟେଲଙ୍କ ନେତୃତ୍ୱରେ ଏଆଇଏଫଏଫକୁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ଏହାର ସମ୍ବିଧାନରେ ସଂଶୋଧନ ହେତୁ ବିଳମ୍ବ ହେତୁ ବିଳମ୍ବ ହୋଇଥିଲା। ପରବର୍ତ୍ତୀ ସମୟରେ, ଚଳିତ ମାସ ଆରମ୍ଭରେ (ଅଗଷ୍ଟ ୩) ସୁପ୍ରିମକୋର୍ଟ ତୁରନ୍ତ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିର୍ବାଚିତ କମିଟି (କୋଏ) ତିନିମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ସଂସ୍ଥା ହେବ ବୋଲି କହିଥିଲେ।

ଏହା ବି ପଢ଼ନ୍ତୁ: Dinesh Karthik: ରବି ଶାସ୍ତ୍ରୀଙ୍କ ବିରୋଧରେ ବଡ଼ ମନ୍ତବ୍ୟ ଦେଲେ ଦିନେଶ କାର୍ତ୍ତିକ

ଏହା ବି ପଢ଼ନ୍ତୁ: World War 3 Alertତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ଚୀନ, କରିବ ଏହି ଘାତକ କ୍ଷେପଣାସ୍ତ୍ରର ପରୀକ୍ଷଣ