India vs England 2nd ODI: ବର୍ଷର ପ୍ରଥମ ଦିନିକିଆ ହାରିଲା ଟିମ୍ ଇଣ୍ଡିଆ, ଚହଳ ଖେଳାଇଲେ ଚହଲ
Advertisement
Article Detail0/zeeodisha/odisha1258105

India vs England 2nd ODI: ବର୍ଷର ପ୍ରଥମ ଦିନିକିଆ ହାରିଲା ଟିମ୍ ଇଣ୍ଡିଆ, ଚହଳ ଖେଳାଇଲେ ଚହଲ

କୋହଲିଙ୍କ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡରୁ ଜାସନ ରୟ (୨୩), ଜନି ବେୟାରଷ୍ଟୋ (୩୮), ଜୋ ରୁଟ୍ (୧୧) ଓ ବେନ୍ ଷ୍ଟୋକ୍ସ (୨୧) ଭଲ ଆରମ୍ଭ ପାଇଥିଲେ।

ସୌ- ସୋସିଆଲ ମିଡିଆ

India vs England 2nd ODI: ଗୁରୁବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆକୁ ଭାରତ ୧୦୦ ରନ୍‌ରେ ହାରିଛି। ଫଳରେ ତିନି ଟିକିଆ ଶୃଙ୍ଖଳା ୧-୧ରେ ବରାବାର ରହିଛି। ରବିବାରର ତୃତୀୟ ତଥା ଶୃଙ୍ଖଳାର ନିର୍ଣ୍ଣାୟକର ମୁକାବିଲା ହେବ। ୨୪୭ ରନକୁ ପିଛା କରି ଭାରତ ଅପ୍ରତ୍ୟାଶିତ ଭାବେ ମାତ୍ର ୧୪୬ ରନରେ ଅଲ ଆଉଟ ହୋଇଛି। ରିଶି ଟପଲେ ୬ ୱିକେଟ୍ ନେଇ ଇଂଲଣ୍ଡ ବିଜୟର ମୁଖ୍ୟ ନାୟକ ସାଜିଥିଲେ। ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ। 

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚଳିତ ବର୍ଷର ପ୍ରଥମ ଦିନିକିଆ ହାରିଛି। ୨୪୭ ରନକୁ ପିଛା କରୁଥିବା ଭାରତ ପ୍ରଥମରୁ ହିଁ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୦ ବଲ୍‌ ଖେଳି ଅଧିନାୟକ ରୋହିତ ଶର୍ମା ଖାତା ଖୋଲିପାରି ନଥିଲେ। ଅନ୍ୟତମ ଓପନର ଶିଖର ଧାୱନ (୯), ଋଷଭ ପନ୍ତ (୦), ବିରାଟ କୋହଲି (୧୬), ସୂର୍ଯ୍ୟକୁମାର ଯାଦବ (୨୭) ଓ ହାର୍ଦ୍ଦିକ ପାଣ୍ଡ୍ୟା (୨୯) ରନ ପାଇଁ ଲଢ଼ିଥିଲେ। ଶେଷ ଆଶା ରବୀନ୍ଦ୍ର ଜାଡେଜା ୨୯ ରନ୍‌ରେ ଆଉଟ୍‌ ହେବା ପରେ ଭାରତ ମାତ୍ର ୩୮.୫ ଓଭରରେ ୧୪୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Also Read: ଏସିଆ କପ୍-୨୦୨୨ ଆୟୋଜନ କରିବ କି ଭାରତ? ସୌରଭ ଗାଙ୍ଗୁଲି ଦେଲେ ଏହି ଜବାବ

କୋହଲିଙ୍କ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡରୁ ଜାସନ ରୟ (୨୩), ଜନି ବେୟାରଷ୍ଟୋ (୩୮), ଜୋ ରୁଟ୍ (୧୧) ଓ ବେନ୍ ଷ୍ଟୋକ୍ସ (୨୧) ଭଲ ଆରମ୍ଭ ପାଇଥିଲେ। ହେଲେ ଭାରତୀୟ ବୋଲର ସେମାନଙ୍କୁ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରିବାର ସୁଯୋଗ ଦେଇ ନଥିଲେ। ତଥାପି ଲିଆମ ଲିଭିଂଷ୍ଟୋନ୍ (୩୩), ମୋଇନ ଅଲ୍ଲୀ (୪୭) ଓ ଡେଭିଡ୍ ୱିଲି (୪୧) ଇଂଲଣ୍ଡକୁ ଘୋର ବିପଦରୁ ବାହାର କରିବାକୁ ବହୁ ଚେଷ୍ଟା କରିଥିଲେ। ଫଳରେ ଇଂଲଣ୍ଡ ୨୪୬ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। 

ଅନ୍ୟପଟେ ଲର୍ଡରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଇତିହାସ ସୃଷ୍ଟି କରିଥିଲେ। ଏହି ମ୍ୟାଚ୍‌ରେ ସେ ତାଙ୍କ ୧୦ ଓଭରରେ ୪୭ ରନ୍ ପାଇଁ ଚାରି ୱିକେଟ୍ ନେଇଥିଲେ। ଏହା ସହିତ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି ହୋଇଛି। ଚହଲ, ଲର୍ଡସରେ ଚାରିଟି ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି। ସେ ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜନି ବେୟାରଷ୍ଟୋ ଏବଂ ମୋଏନ୍ ଅଲିଙ୍କୁ ପାଭିଲିୟନକୁ ପଠାଇଲେ। ଏଥି ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।