T20 World Cup 2022: ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ରଚିଲା ଇତିହାସ, ବିଶ୍ୱ କ୍ରିକେଟରେ ଏପରି କରିଥିବା ପ୍ରଥମ ଦଳ
Advertisement

T20 World Cup 2022: ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ରଚିଲା ଇତିହାସ, ବିଶ୍ୱ କ୍ରିକେଟରେ ଏପରି କରିଥିବା ପ୍ରଥମ ଦଳ

England vs Pakistan T20 World Cup 2022: ଜୋସ୍ ବଟଲରଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ପାଇଁ ଟ୍ରଫି ଜିତିବାରେ ବେନ୍ ଷ୍ଟୋକ୍ସ ଓ ସାମ୍ କରନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପାକିସ୍ତାନକୁ ପରାସ୍ତ କରିବା ସହ ଇଂଲଣ୍ଡ ନିଜ ନାମରେ ଏକ ବଡ଼ ରେକର୍ଡ କରିନେଇଛି । ଟି-20 ବିଶ୍ୱକପ ଟ୍ରଫି ଜିତିବା ସହ ଇଂଲଣ୍ଡ ପାକିସ୍ତାନ ଠାରୁ ପୁରୁଣା ପ୍ରତିଶୋଧ ମଧ୍ୟ ନେଇଛି । 

T20 World Cup 2022: ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ରଚିଲା ଇତିହାସ, ବିଶ୍ୱ କ୍ରିକେଟରେ ଏପରି କରିଥିବା ପ୍ରଥମ ଦଳ

England vs Pakistan T20 World Cup 2022: ଚଳିତ ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ବିଜେତା ହେଉଛି ଇଂଲଣ୍ଡ ଦଳ (England Team) । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ (England vs Pakistan Final) ରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟି-20 ବିଶ୍ୱକପ ୨୦୨୨ର ଟ୍ରଫି ନିଜ ନାମରେ କରିନେଇଛି । ମହାମୁକାବିଲା (Pakistan vs England) ରେ ଇଂଲଣ୍ଡ ଦଳ ପାକିସ୍ତାନ (Pakistan Team) କୁ ୫ ୱିକେଟରେ ପରାସ୍ତ କରିଛି । ଫାଇନାଲ ମ୍ୟାଚ (ENG vs PAK) ରେ ଇଂଲଣ୍ଡର ବୋଲର ଓ ବ୍ୟାଟ୍ସମ୍ୟାନ ମାନେ ଦମଦାର୍ ଖେଳ ପ୍ରଦର୍ଶନ କରିଛନ୍ତି । ଜୋସ୍ ବଟଲର (Joe Buttler) ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ପାଇଁ ଟ୍ରଫି ଜିତିବାରେ ବେନ୍ ଷ୍ଟୋକ୍ସ (Ben Stokes) ଓ ସାମ୍ କରନ (Sam Curran) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପାକିସ୍ତାନକୁ ପରାସ୍ତ କରିବା ସହ ଇଂଲଣ୍ଡ ନିଜ ନାମରେ ଏକ ବଡ଼ ରେକର୍ଡ କରିନେଇଛି । 

ଟି-20 ବିଶ୍ୱକପ ଟ୍ରଫି ଜିତିବା ସହ ଇଂଲଣ୍ଡ ପାକିସ୍ତାନ ଠାରୁ ପୁରୁଣା ପ୍ରତିଶୋଧ ମଧ୍ୟ ନେଇଛି । ପାକିସ୍ତାନକୁ ପରାସ୍ତ କରିବା ସହ ଇଂଲଣ୍ଡ ଟି-20 ବିଶ୍ୱକପ ଟ୍ରଫି ଜିତିଥିଲା ଓ  ୧୯୯୨ ବିଶ୍ୱକପ ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଛି । ଇଏନ୍ ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୨୦୧୯ରେ ଏକ ଦିବସୀୟ (ODI) ବିଶ୍ୱକପ୍ ଜିତିଥିଲା ।​ ଏଥି ସହିତ ଇଂଲଣ୍ଡ ୨୦୨୨ର ଟି-20 ବିଶ୍ୱକପ ଟାଇଟଲ ମଧ୍ୟ ଜିତିଛି । ତିନି ବର୍ଷ ମଧ୍ୟରେ ଦୁଇଟି ବିଶ୍ୱକପ ଜିତିବାରେ ଇଂଲଣ୍ଡ ହେଉଛି ପ୍ରଥମ ଦଳ । ଦୁନିଆର କୌଣସି ଦଳ ଏହା ପୂର୍ବରୁ ଏପରି କରିପାରି ନାହିଁ । ଏଠାରେ କହି ରଖୁଛୁ ଯେ, ୱେଷ୍ଟଇଣ୍ଡିଜ୍ ୨୦୧୨ ଓ ୨୦୧୬ ମସିହାରେ ଟି-20 ବିଶ୍ୱକପ ଟାଇଟଲ୍ ଜିତିଥିଲା । ୱେଷ୍ଟଇଣ୍ଡିଜ୍ ଦଳ ନାଁରେ ସର୍ବାଧିକ ଥର ପାଇଁ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିବାର ରେକର୍ଡ ରହିଥିଲେ ।

କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ଏହି ରେକର୍ଡର ବରାବରି କରିନେଇଛି । ୨୦୧୦ ମସିହାରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ଟି-20 ବିଶ୍ୱକପ ଟ୍ରଫି ଜିତିଥିଲା । ସେହିପରି ଚଳିତ ଥର ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟି-20 ବିଶ୍ୱକପ୍ ଟ୍ରଫି ଜିତିଛି । ସୂଚନାଯୋଗ୍ୟ, ଟି-20 ବିଶ୍ୱକପ ୨୦୦୨ର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଇଂଲଣ୍ଡ ଦଳକୁ ଜିତିବା ପାଇଁ ୧୩୮ ରନର ଲକ୍ଷ୍ୟ ଦେଇଥିଲା । ଯାହାର ଜବାବରେ ଇଂଲଣ୍ଡ ଦଳ ୫ ୱିକେଟ୍ ହରାଇ ସହଜରେ ଏହି ଲକ୍ଷ୍ୟ ହାସଲ କରିଥିଲା । 

ଅଧିକ ପଢ଼ନ୍ତୁ:-ପତିଙ୍କୁ ଉଲଗ୍ନ କରି ତାଙ୍କ ଆଗରେ ପତ୍ନୀଙ୍କୁ କଲେ ଗଣଦୁଷ୍କର୍ମ, ପରେ ପ୍ରାଇଭେଟ୍ ପାର୍ଟରେ...

ଅଧିକ ପଢ଼ନ୍ତୁ:-ଫାଇନାଲରେ ହାରିବା ପରେ ବାବର ଆଜମ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

ଅଧିକ ପଢ଼ନ୍ତୁ:-ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ଟମାଟୋ, ନଚେତ୍ ହୋଇପାରେ ବଡ଼ ସମସ୍ୟା

ଏହି ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ପାଇଁ ବଡ଼ ଇନିଂସ ଖେଳି ପାରିନଥିଲେ । ଇଂଲଣ୍ଡ ପାଇଁ ବେନ୍ ଷ୍ଟୋକ୍ସ ୫୨ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଅଧିନାୟକ ଜୋସ୍ ବଟଲର୍ ୨୬ ରନ୍ କରିଥିଲେ । ବୋଲିଂରେ ସାମ କରନ ଚମତ୍କାର ବୋଲିଂ କରି ୩ ୱିକେଟ୍ ନେଇଥିଲେ । ସାମଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଓ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପ୍ରଦାନ କରାଯାଇଛି ।