India sprinter Dutee Chand: ଖୁବଶୀଘ୍ର ଦୂତିଙ୍କ ବାହାଘର ! ସୋସିଆଲ୍ ମିଡିଆରେ ଦେଲେ ହିଣ୍ଟ୍
Advertisement

India sprinter Dutee Chand: ଖୁବଶୀଘ୍ର ଦୂତିଙ୍କ ବାହାଘର ! ସୋସିଆଲ୍ ମିଡିଆରେ ଦେଲେ ହିଣ୍ଟ୍

India sprinter Dutee Chand: ଓଡ଼ିଆ ଆଥଲେଟ ଦୂତି ଚାନ୍ଦ । ଦୂତି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । ସେ ନିଜ ପ୍ରେମ ସମ୍ପର୍କକୁ ନେଇ ଖୁବ ସିରିୟସ୍ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

India sprinter Dutee Chand: ଓଡ଼ିଆ ଆଥଲେଟ ଦୂତି ଚାନ୍ଦ । ଦୂତି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । ସେ ନିଜ ପ୍ରେମ ସମ୍ପର୍କକୁ ନେଇ ଖୁବ ସିରିୟସ୍ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବର୍ତ୍ତମାନ ଦୂତି ଚାନ୍ଦ ଏବଂ ମୋନାଲିସାଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦୂତି ଓ ତାଙ୍କ ପ୍ରେମିକାଙ୍କ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଦୂତିଙ୍କ ବିବାହ ନେଇ କୌଣସି ସଠିକ୍ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । 

ନିକଟରେ ଦୂତିଙ୍କ ଭଉଣୀ ଅଞ୍ଜନା ଚାନ୍ଦଙ୍କର ବିବାହ ହୋଇଥିଲା। ତେବେ, ଏହି ବିବାହ ଉତ୍ସବରେ ଦୂତିଙ୍କ ପ୍ରେମିକା ମୋନାଲିସା ମଧ୍ୟ ଉପସ୍ଥିତ ଥିଲେ। ଏହି ବିବାହରେ ଉଭୟ ଏକାଠି ବସି ଫଟୋ ମଧ୍ୟ ଉଠାଇଛନ୍ତି । ଯେଉଁ ଫଟୋକୁ ଦୂତି ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  ଏବଂ କ୍ୟାପସନରେ ସେ ଲେଖିଛନ୍ତି ଯେ, ତୁମକୁ କାଲିବି ଭଲ ପାଉଥିଲି, ଆଉ ଆଜିବି ପାଇଛି... ।' ତେବେ ଦୂତିଙ୍କ ଏହି ପୋଷ୍ଟରେ ଅନେକ କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି । ଦୂତି ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ଦୂତି ଏକ ବ୍ଲୁ କର୍ଲର ବ୍ଲେଜର ପିନ୍ଧିଥିବା ବେଳେ ତାଙ୍କ ପ୍ରେମିକା ମୋନାଲିସା ମଧ୍ୟ ଏକ ଲେହେଙ୍ଗା ପିନ୍ଧିଛନ୍ତି । ଉଭୟ ଏହି ଫଟୋରେ ଖୁବ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଦୂତିଙ୍କ ଏହି ଫଟୋ ପୋଷ୍ଟ ହେବା ପରେ ଉଭୟଙ୍କ ବିବାହ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଲବବାର୍ଡ ବିବାହ କରି ନାହାଁନ୍ତି । 

 

 
 
 
 

 
 
 
 
 
 
 
 
 
 
 

A post shared by Dutee chand (@duteechand)

ନିକଟରେ ଦୌଡରାଣୀଙ୍କୁ ଏକ ଷ୍ଟେଜ୍ ଶୋ'ରେ ଦେଖିବାକୁ ମିଳିଥିଲା । ସେ ଟିଭି ରିଆଲିଟି ଶୋ 'ଝଲକ ଦିଖଲାଜା'ରେ ଭାଗ ନେଇଛନ୍ତି। ଏବଂ ଯେଉଁଠି ଦୂତିଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଆଉ ଅଲମ୍ବିଆଡ୍ ମଧ୍ୟ ତାଙ୍କ ଡ୍ୟାନସ ଭିଡିଓ ଗୁଡିକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରୁଛନ୍ତି। 'ଝଲକ ଦିଖଲାଜା'ର ମଞ୍ଚରେ ମଧ୍ୟ ଦୂତି ନିଜ ସମଲିଙ୍ଗି ସମ୍ପର୍କକୁ ଗ୍ରହଣ କରିଛନ୍ତି। ଯାହାକୁ କରଣ ଜୋହର ଖୁବ ପ୍ରଶଂସା କରିଛନ୍ତି।

ଏହାବି ପଢନ୍ତୁ : Lakshya Sen: ବୟସ ଲୁଚାଇ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ ସେନ୍ ଅଟକ

ଏହାବି ପଢନ୍ତୁ : Australia vs West Indies Test: ହସ୍ପିଟାଲରେ ରିକି ପଣ୍ଟିଂ, ପ୍ରଥମ ଟେଷ୍ଟର ତୃତୀୟ ଦିନରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା

ଏହାବି ପଢନ୍ତୁ : Pak vs Eng: ପାକିସ୍ତାନୀ ବୋଲରଙ୍କୁ ଦିନରେ ତାରା ଦେଖାଇଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍, ବ୍ରୁକ୍ ଏକ ଓଭରରେ ମାରିଲେ ୬ ବାଉଣ୍ଡ୍ରି

ଏହାବି ପଢନ୍ତୁ : IND vs BAN: ଆମାଜନ ପ୍ରାଇମ କିମ୍ବା ହଟଷ୍ଟାରରେ ଆସିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଜାଣନ୍ତୁ କିପରି ଦେଖିବେ?