Dinesh Karthik: ଇଶାନ କିଶନଙ୍କ ଦ୍ୱିଶତକକୁ ନେଇ ଦୀନେଶ କାର୍ତ୍ତିକ ଦେଲେ ବଡ଼ ବୟାନ, କହିଲେ-ଏକ ଉଜ୍ଜ୍ୱଳ କ୍ୟାରିୟରର ହୋଇପାରେ ଦୁଃଖଦ ଅନ୍ତ
Advertisement

Dinesh Karthik: ଇଶାନ କିଶନଙ୍କ ଦ୍ୱିଶତକକୁ ନେଇ ଦୀନେଶ କାର୍ତ୍ତିକ ଦେଲେ ବଡ଼ ବୟାନ, କହିଲେ-ଏକ ଉଜ୍ଜ୍ୱଳ କ୍ୟାରିୟରର ହୋଇପାରେ ଦୁଃଖଦ ଅନ୍ତ

Dinesh Karthik On Ishan Kishan Shikhar Dhawan​: ନିୟମିତ ଅଧିନାୟକ ତଥା ଓପନର୍ ରୋହିତ ଶର୍ମା ଆହତ ହେବା ପରେ ଇଶାନ କିଶନଙ୍କୁ ଏକ ସୁଯୋଗ ମିଳିଥିଲା ​​। ଇଶାନ କିଶନ ଏହି ସୁଯୋଗକୁ ହାତ ଛଡ଼ା କରି ନଥିଲେ । ଏହି ମ୍ୟାଚରେ ସେ ଦମଦାର୍ ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଥିଲେ ।

Dinesh Karthik: ଇଶାନ କିଶନଙ୍କ ଦ୍ୱିଶତକକୁ ନେଇ ଦୀନେଶ କାର୍ତ୍ତିକ ଦେଲେ ବଡ଼ ବୟାନ, କହିଲେ-ଏକ ଉଜ୍ଜ୍ୱଳ କ୍ୟାରିୟରର ହୋଇପାରେ ଦୁଃଖଦ ଅନ୍ତ

Dinesh Karthik On Ishan Kishan Double Century: ବାଂଲାଦେଶ ବିପକ୍ଷ ତୃତୀୟ ଏକଦିବସୀୟ (India vs Bangldesh 3rd ODI) ରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଇଶାନ କିଶନ (Ishan Kishan) ଇତିହାସ ସୃଷ୍ଟି କରିଛନ୍ତି । ଏହା ସହ ସିନିୟର ଓପନର୍ ଶିଖର ଧାୱନ (Shikhar Dhawan) ଙ୍କ କ୍ୟାରିୟରର ଓଲଟା ଗଣନା ମଧ୍ୟ ଆରମ୍ଭ ହୋଇଛି ବୋଲି ମନେ କରାଯାଏ । ଶିଖର ଧାୱନ ଏହି ସିରିଜରେ ୭, ୮ ଏବଂ ୩ ରନର ଇଂନିସ ଖେଳି ଥିଲେ । ସେପଟେ ଟିମ୍ ଇଣ୍ଡିଆ (Team India) ଏହି ସିରିଜ (IND vs BAN ODI Series) ରେ ୨-୧ରେ ପରାସ୍ତ ହୋଇଛି । ନିୟମିତ ଅଧିନାୟକ ତଥା ଓପନର୍ ରୋହିତ ଶର୍ମା (Rohit Sharma) ଆହତ ହେବା ପରେ ଇଶାନ କିଶନଙ୍କୁ ଏକ ସୁଯୋଗ ମିଳିଥିଲା ​​। ଇଶାନ କିଶନ ଏହି ସୁଯୋଗକୁ ହାତ ଛଡ଼ା କରି ନଥିଲେ । ଏହି ମ୍ୟାଚରେ ସେ ଦମଦାର୍ ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଥିଲେ ।

ଟିମ୍ ଇଣ୍ଡିଆର ସିନିୟର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ (Dinesh Karthik) ମନେ କରନ୍ତି ଯେ, ଇଶାନ କିଶନ (Ishan Kishan) ଙ୍କ ଡବଲ ସେଞ୍ଚୁରୀ ଶିଖର ଧାୱନଙ୍କ ଚମତ୍କାର କ୍ୟାରିୟରର ଦୁଃଖଦ ଅନ୍ତ ହେବ । ଇଶାନ କିଶନ ଓ ଗିଲଙ୍କ ପରି ବର୍ତ୍ତମାନର ଯୁବ ଖେଳାଳି ମାନଙ୍କ ବିଷୟରେ ଦୀନେଶ କାର୍ତ୍ତିକ କହିଛନ୍ତି ଯେ, ଏହା ଶିଖର ଧାୱନଙ୍କ ଉଜ୍ଜ୍ୱଳ ODI କ୍ୟାରିୟରର ଅନ୍ତ ହୋଇପାରେ । ସେ ଆଗକୁ କହିଛନ୍ତି ଯେ, ଶ୍ରୀଲଙ୍କା ସିରିଜ୍ ପାଇଁ ଧାୱନ କେଉଁଠାରେ ଛିଡା ହୋଇଛନ୍ତି? ଏହା ଦେଖିବା ମଜାଦାର ହେବ କି ସେମାନେ କିପରି ଇଶାନ କିଶନଙ୍କୁ ପଛକୁ ଛାଡ଼ନ୍ତି ।

ଦୀନେଶ କାର୍ତ୍ତିକ (Dinesh Karthik) ଆହୁରି କହିଛନ୍ତି ଯେ, "ଶୁଭମାନ ଗିଲ ବହୁତ ଭଲ କାମ କରୁଛନ୍ତି । ଯଦି ରୋହିତ ଶର୍ମା ଉପଲବ୍ଧ ଅଛି ତେବେ ଯଦି କାହାର ପତା କାଟିବ, ତେବେ ସେ କେବଳ ଧାୱନ ହୋଇପାରେ । ଏହା ଏକ ଚତ୍ମକାର କ୍ୟାରିୟରର ଏକ ଦୁଃଖଦ ଅନ୍ତ ହୋଇପାରେ । କିନ୍ତୁ ନୂତନ ଚୟନକର୍ତ୍ତାଙ୍କ ପାଇଁ କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।"

ଏହା ବି ପଢ଼ନ୍ତୁ:-ମଙ୍ଗଳ ଯିବା ରାସ୍ତାରେ ସେକ୍ସ ବନ୍ଦ କରିବାକୁ NASA କଲା ଖାସ୍ ପ୍ଲାନ୍! ନାଲି ଗ୍ରହକୁ ଯାତ୍ରା କରିବାକୁ ଲାଗିବ ଦେଢ଼ ବର୍ଷ

ଏହା ବି ପଢ଼ନ୍ତୁ:-କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଭାବପ୍ରବଣ ପୋଷ୍ଟ ଲେଖିଲେ ବିରାଟ କୋହଲି, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୨୩୦ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ସଂପୂର୍ଣ୍ଣ ତାଲିକା

୨୦୨୩ ମସିହାରେ ଭାରତରେ ହେବାକୁ ଥିବା ODI ବିଶ୍ୱକପ ପାଇଁ ଦୀନେଶ କାର୍ତ୍ତିକ କହିଛନ୍ତି ଯେ, "ଶିଖର ଧାୱନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ପାଇଁ ସଂଘର୍ଷ କରିବାକୁ ପଡିପାରେ । କୌତୁହଳର ବିଷୟ ହେଉଛି ଯଦି ଶୁଭମାନ ଗିଲ ଦଳର ଏକ ଅଂଶ ହୋଇଥାନ୍ତେ, ସେ ବୋଧହୁଏ ଓପେନିଂ କରିଥାନ୍ତେ, କାରଣ ସେ କିଛି ସମୟ ପାଇଁ ଆତ୍ମବିଶ୍ୱାସରେ ଏହା କରିଆସୁଥିଲେ । ଇଶାନ କିଶନଙ୍କୁ ଏକ ସୁଯୋଗ ଦିଆଯାଇଥିଲା । ସେ ଏହାକୁ ହାତ ଛଡ଼ା କରି ନଥିଲେ ଓ ଏହାର ସଠିକ୍ ଫାଇଦା ଉଠାଇ ଥିଲେ ।"