World Cup 2023: କ୍ରିକେଟ ବିଶ୍ୱକପ୍ ପାଇଁ ବଢୁଛି ହୋଟେଲ ରୁମ ଚାହିଦା, ଜାଣନ୍ତୁ ମ୍ୟାଚ ଦିନ କେତେ ରହିଛି ମୂଲ୍ୟ?
Advertisement
Article Detail0/zeeodisha/odisha1774093

World Cup 2023: କ୍ରିକେଟ ବିଶ୍ୱକପ୍ ପାଇଁ ବଢୁଛି ହୋଟେଲ ରୁମ ଚାହିଦା, ଜାଣନ୍ତୁ ମ୍ୟାଚ ଦିନ କେତେ ରହିଛି ମୂଲ୍ୟ?

ICC Men's World Cup 2023:  ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ଆଇସିସି ପୁରୁଷ ବିଶ୍ୱକପ୍। ହେଲେ କ୍ରିକେଟ ବିଶ୍ୱକପ୍ ମ୍ୟାଚ ଆରମ୍ଭ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ହୋଟେଲ ରୁମ ବୁକିଂ ଏବେ ଠାରୁ ଆରମ୍ଭ ହୋଇସାରିଲାଣି।

World Cup 2023: କ୍ରିକେଟ ବିଶ୍ୱକପ୍ ପାଇଁ ବଢୁଛି ହୋଟେଲ ରୁମ ଚାହିଦା, ଜାଣନ୍ତୁ ମ୍ୟାଚ ଦିନ କେତେ ରହିଛି ମୂଲ୍ୟ?

Cricket World Cup 2023: ଆସନ୍ତା ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେଉଛି ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍। ହେଲେ କ୍ରିକେଟ ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ହୋଟେଲ ରୁମ ବୁକିଂ ଆରମ୍ଭ ହୋଇଗଲାଣି। ବାକି ରହିଥିବା ଆଉ କିଛି ହୋଟେଲ ରୁମ୍ ମ୍ୟାଚ୍ ଦିନରେ ବିକ୍ରି ହେବାର ଆଶା କରାଯାଉଛି। ବିଶ୍ୱକପ୍ କ୍ରିକେଟ ପାଇଁ ଏବେ ହୋଟେଲ ରୁମ ଚାହିଦା ବଢିବାରେ ଲାଗିଛି। ଭାରତରେ ଆୟୋଜିତ ହେଉଛି ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେ ଆଦି ୧୦ ସହରରେ ଅନୁଷ୍ଠିତ ହେବ।

କ୍ଲିକ୍ ରିସର୍ଟ ବ୍ରାଣ୍ଡ ଅଧୀନରେ ଏକ ବଜେଟ୍ ହୋଟେଲ ଶୃଙ୍ଖଳା ପରିଚାଳନା କରୁଥିବା ସୁବା ଗ୍ରୁପ୍ ଅଫ୍ ହୋଟେଲ୍ ସହଯୋଗୀ ଉପାଧ୍ୟକ୍ଷ ଅବିନାଶ ଅଶୋକ କହିଛନ୍ତି ଯେ ୨୦୨୩ କ୍ରିକେଟ ବିଶ୍ୱକପ୍ ପାଇଁ ହୋଟେଲ ରୁମ ଶତ  ପ୍ରତିଶତ ବୁକ୍ ହେବା ନେଇ ଆମେ ଆଶା କରୁଛୁ। ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ସମୟରେ ୮୫ ପ୍ରତିଶତ ହୋଟେଲ ରୁମ୍ ବୁକିଂ ହେବା ନେଇ ଆଶାବାଦୀ ଅଛନ୍ତି ହୋଟେଲ ବ୍ୟବସାୟୀ। ପ୍ରମୁଖ ମ୍ୟାଚ୍ ଦିନ ପାଇଁ ପ୍ରାୟ ୮୦  ପ୍ରତିଶତ ରୁମ୍ ବିକ୍ରି ହୋଇସାରିଛି। ବିଶେଷକରି ଷ୍ଟାଡିୟମ୍ ନିକଟରେ ଅବସ୍ଥିତ ହୋଟେଲ ପାଇଁ ମଧ୍ୟ ଶୁଳ୍କ ବୃଦ୍ଧି ପାଉଛି ବୋଲି କାମାତ ହୋଟେଲ୍ ଇଣ୍ଡିଆ ଲିମିଟେଡ୍ ବିକ୍ରୟ ମୁଖ୍ୟ ସଚିନ୍ ଲାଗାଦ କହିଛନ୍ତି। ଯେଉଁ ଦିନ ମ୍ୟାଚ୍ ମୁମ୍ବାଇ ଏବଂ ପୁଣେ ଠାରେ ଅନୁଷ୍ଠିତ ହେବ ସେହି ଦିନ ହୋଟେଲ ରୁମ ବୁକିଂ ପାଇଁ ଚାହିଦା ବଢିଛି। 

ଭାରତ-ପାକିସ୍ତାନ ମ୍ୟାଚ୍ ଏକ ଆକର୍ଷଣ। ଆମେ ଅହମ୍ମଦାବାଦ ଠାରେ ଅବସ୍ଥିତ ହୋଟେଲ ପାଇଁ ଭାରତ-ପାକିସ୍ତାନ ମ୍ୟାଚ୍ ଲାଗି ରୁମ୍ ବୁକିଂ ପାଇ ସାରିଛୁ। ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ କୋଲକାତା ଠାରେ ଆମର ହୋଟେଲ ପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଆଶା କରାଯାଉଛି ଯେ ଏହି ସହରର ଅଧିକାଂଶ ହୋଟେଲ ରୁମ୍ ବୁକିଂ ହୋଇଯିବ। ଯେଉଁ ଦିନ ଏହି ସହରରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫର୍ନ ହୋଟେଲ ଆଣ୍ଡ ରିସର୍ଟ, ଜେନେରାଲ ମ୍ୟାନେଜର, ବିକ୍ରୟ ଏବଂ ମାର୍କେଟିଂ (ୱେଷ୍ଟର୍ଣ୍ଣ ଇଣ୍ଡିଆ) କେଭିନ ଆସଲେ ମାର୍ଟିସ ଏକଥା କହିଛନ୍ତି।

ଅକ୍ଟୋବର ୧୫ ତାରିଖରେ ଅନୁଷ୍ଠିତ ହେଉଥିବା ଭାରତ-ପାକିସ୍ଥାନ ମ୍ୟାଚ୍ ପାଇଁ ଅହମ୍ମଦାବାଦ ସହରରେ ହୋଟେଲ ରୁମ ମୂଲ୍ୟ ୨୦ ଗୁଣ ଅଧିକ ହୋଇଯାଇଛି। ଜୁଲାଇ ୪ ତାରିଖରେ ସହରରେ ଅବସ୍ଥିତ ହୋଟେଲ ରୁମ ମୂଲ୍ୟ ୨୦୮୬ ଟଙ୍କା ରହିଥିଲା। ହେଲେ ଅକ୍ଟୋବର ୧୫ ତାରିଖରେ ଅନୁଷ୍ଠିତ ହୋଉଥିବା ମ୍ୟାଚ ପାଇଁ ହୋଟେଲ ରୁମ ମୂଲ୍ୟ ୫୯ ହଜାରରୁ ଅଧିକ ରହିଛି। ଭାରତ-ପାକିସ୍ଥାନ ମ୍ୟାଚ୍ ତାରିଖ ପାଇଁ ଶୁଳ୍କ ରାତି ପାଇଁ ପ୍ରାୟ ୭୫ ହଜାର ଟଙ୍କା ରହିଛି। ଅକ୍ଟୋବର ୧୫ ତାରିଖରେ ଆଇଟିସି ୱେଲକମ ହୋଟେଲ ୭୨ ହଜାର ଟଙ୍କା ଚାର୍ଜ କରୁଥିବା ଜଣାପଡ଼ିଛି। ଯାହାର ମୂଲ୍ୟ ବର୍ତ୍ତମାନ ୫୬୯୯ ଟଙ୍କା ରହିଛି। ଅକ୍ଟୋବର ୧୫ ତାରିଖ ମ୍ୟାଚ ପାଇଁ ଆଇଟିସି ନର୍ମଦା, କୋର୍ଟୟାର୍ଡ  ମ୍ୟାରିଅଟ୍, ହାୟାତ ଏବଂ ତାଜ୍ ସ୍କାଏଲାଇନ୍ ଭଳି ଅନେକ ପ୍ରିମିୟମ୍ ହୋଟେଲ ଠାରେ ରୁମ୍ ଉପଲବ୍ଧ ନାହିଁ। 

ଭାରତ ଖେଳୁଥିବା ସହରରେ ଅବସ୍ଥିତ ରହିଥିବା ହୋଟେଲ ଅଣ-ଭାରତ ମ୍ୟାଚ୍ ତୁଳନାରେ ଅଧିକ ଅଭିବୃଦ୍ଧି ଘଟିଛି ବୋଲି କହିଛନ୍ତି ବିମାନ ଏବଂ ହୋଟେଲ ବ୍ୟବସାୟ ଯାତ୍ର ଅନ୍ ଲାଇନ୍ ଉପସଭାପତି ଭରତ ମଲିକ।  ଅହମ୍ମଦାବାଦ ସହରରେ ଅବସ୍ଥିତ ରହିଥିବା ହୋଟେଲ ଠାରେ ରୁମ ବୁକିଂ ଅକ୍ଟୋବର ଏବଂ ନଭେମ୍ବର ମାସ ଲାଗି ୭୦ ପ୍ରତିଶତରୁ ୯୦% ବୃଦ୍ଧି ଘଟିଥିବାର ଦେଖାଯାଇଛି। ବିଶେଷ କରି ଅକ୍ଟୋବର ୧୫ ତାରିଖରେ ଅନୁଷ୍ଠିତ ହେଉଥିବା ଭାରତ-ପାକିସ୍ତାନ ମ୍ୟାଚ୍ ହେତୁ ଦିଲ୍ଲୀ ଠାରେ ଅବସ୍ଥିତ ହୋଟେଲ ବୁକିଂ ୧୫ ପ୍ରତିଶତରୁ ୨୦% ପ୍ରତିଶତ ବୃଦ୍ଧି ହୋଇଛି। 

ହୋଟେଲ ରୁମ୍ ଦର ବୃଦ୍ଧି ପଛରେ ରହିବା ପାଇଁ ଅଧିକ ଚାହିଦା ରହିଛି। ଯେଉଁ ମ୍ୟାଚ୍ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବାର ରହିଛି ସେହି ଦିନ ବିଭିନ୍ନ ତାରକା ହୋଟେଲ ମୂଲ୍ୟ ୧୦-୧୫ ଗୁଣା ବୃଦ୍ଧି ପାଇଛି। ବର୍ତ୍ତମାନ ତାରକା ହୋଟେଲ ରୁମ୍ ମୂଲ୍ୟ ରାତି ପିଛା ୫ ହଜାରରୁ ୭୦୦୦ ଟଙ୍କା ମଧ୍ୟରେ ରହିଛି। ମ୍ୟାଚ୍ ତାରିଖ ପାଇଁ ପଞ୍ଚ ତାରକା ହୋଟେଲ ମୂଲ୍ୟ ଅହମ୍ମଦାବାଦ ସହରରେ ୭୦ ହଜାରରୁ ୯୦ ହଜାର ଏବଂ ଚାରି ତାରକା ହୋଟେଲ ରୁମ୍ ମୂଲ୍ୟ ୫୦ ହଜାରରୁ ଅଧିକ ରହିଛି। ୩ ତାରକା ଏବଂ ନିମ୍ନ ବର୍ଗର ହୋଟେଲ ମଧ୍ୟ ସେମାନଙ୍କ ରୁମ୍ ଭଡ଼ା ବଢାଇଛନ୍ତି। ବର୍ତ୍ତମାନ ୩ ତାରକା ହୋଟେଲ ରୁମ୍ ମୂଲ୍ୟ ୩୦୦୦ ଟଙ୍କା ରହିଛି। ମାତ୍ର ଯେଉଁ ଦିନ ଅହମ୍ମଦାବାଦ ସହରରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି ସେହି ଦିନ ହୋଟେଲ ରୁମ ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କାରୁ ଅଧିକ ରହିଛି।