IND vs SA T20 Series: ଭାରତକୁ ବଡ ଝଟକା, ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରୁ ବାଦ୍ ହେଲେ ଏହି ମହାନ ଅଲରାଉଣ୍ଡର
Advertisement
Article Detail0/zeeodisha/odisha1369177

IND vs SA T20 Series: ଭାରତକୁ ବଡ ଝଟକା, ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରୁ ବାଦ୍ ହେଲେ ଏହି ମହାନ ଅଲରାଉଣ୍ଡର

IND vs SA T20 Series: ଦକ୍ଷିଣ ଆଫ୍ରିକା ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ଆହତ କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି। ଏହି ଖେଳାଳି ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ରହିଛନ୍ତି।

IND vs SA T20 Series: ଭାରତକୁ ବଡ ଝଟକା, ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରୁ ବାଦ୍ ହେଲେ ଏହି ମହାନ ଅଲରାଉଣ୍ଡର

IND vs SA T20 Series: ଦକ୍ଷିଣ ଆଫ୍ରିକା ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ (Team India)କୁ ଏକ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ଆହତ କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି। ଏହି ଖେଳାଳି ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ରହିଛନ୍ତି। ଏହି ଦୁଃଖଦ ଖବର ଟି -୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢାଇ ଦେଇଛି। ପିଠିରେ ଆଘାତ ଲାଗିଥିବାରୁ ଏହି ଖେଳାଳି ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଛନ୍ତି।

ପିଠିରେ ଆଘାତ ଲାଗିଥିବାରୁ ଟିମ୍ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ଦୀପକ ହୁଡା (Deepak Hooda) ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଛନ୍ତି। ନିକଟରେ ଦୀପକ ହୁଡାଙ୍କ ପିଠିରେ ଆଘାତ ଲାଗିଥିଲା। ବିସିସିଆଇ ନିଜେ ଏ ବିଷୟରେ ସୂଚନା ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଦୀପକ ହୁଡା ଟିମ୍ ଇଣ୍ଡିଆରେ ସାମିଲ ଥିଲେ ମଧ୍ୟ ସେ ପ୍ଲେଇଙ୍ଗ ଇଲେଭେନରେ ନିଜର ଜାଗା କରିପାରି ନଥିଲେ। ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଟି -୨୦ ବିଶ୍ୱକପ ପାଇଁ ଦୀପକ ହୁଡା ଭାରତର ୧୫ ଜଣିଆ ଦଳରେ ଅନ୍ତର୍ଭୁକ୍ତ ଅଛନ୍ତି।

ଦୀପକ ହୁଡାଙ୍କ ସ୍ଥାନରେ ଶ୍ରେୟସ୍ ଆୟର (Shreyas Iyer)ଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଶ୍ରେୟସ୍ ଆୟର ନିଜର ଧୁଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା। ଶ୍ରେୟସ୍ ଆୟର ନିଜର ଶେଷ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ୭ ଅଗଷ୍ଟ ୨୦୨୨ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ଶ୍ରେୟସ୍ ଆୟର ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୫ଟି ଟେଷ୍ଟ ମ୍ୟାଚ୍, ୩୦ଟି ODI ଏବଂ ୪୬ଟି ଟି -୨୦ ମ୍ୟାଚ୍ ଖେଳିଛନ୍ତି।

ଦୀପକ ହୁଡା (Deepak Hooda)ଙ୍କ ଆଘାତ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା। ସ୍ୱଳ୍ପ କ୍ୟାରିୟର ମଧ୍ୟରେ ଭାରତୀୟ ଦଳରେ ଦୀପକ ହୁଡା ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି। ଦୀପକ ହୁଡା ଏପର୍ଯ୍ୟନ୍ତ ୮ଟି ODIରୁ ୨୮.୨% ରେ ୧୪୧ ରନ୍ ସଂଗ୍ରହ କରିଥିବା ବେଳେ ୧୨ଟି ଟି -୨୦ ମ୍ୟାଚରେ ସେ ହାରାହାରି ୪୧.୮୬ରେ ୨୯୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଏକ ଶତକ ମଧ୍ୟ ଅନ୍ତର୍ଭୁକ୍ତ।