India vs Pakistan: ବିଶ୍ୱକପ 2023ରୁ ବାହାର ହେଲା ପାକିସ୍ତାନ!
Advertisement

India vs Pakistan: ବିଶ୍ୱକପ 2023ରୁ ବାହାର ହେଲା ପାକିସ୍ତାନ!

ODI World Cup 2023, India vs Pakistan: ଦିନିକିଆ ବିଶ୍ୱକପ୍ ୨୦୨୩ ଓ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ଦଳର ମୁହାଁମୁହିଁକୁ ନେଇ କ୍ରିକେଟ ପ୍ରଶଂସକମାନେ ଉତ୍ସୁକତାର ସହ ଚାହିଁ ବସିଛନ୍ତି । କିନ୍ତୁ ଫ୍ୟାନ୍ସଙ୍କୁ ଝଟକା ଲାଗି ପାରେ । ଏହି ଟୁର୍ଣ୍ଣାମେଣ୍ଟଗୁଡିକକୁ ନେଇ ବିତର୍କ ଜାରି ରହିଛି । କିନ୍ତୁ ବର୍ତ୍ତମାନ ଏହି ବିତର୍କ ଏକ ନୂଆ ମୋଡ଼ ନେଉଥିବା ଜଣାପଡିଛି ।

India vs Pakistan: ବିଶ୍ୱକପ 2023ରୁ ବାହାର ହେଲା ପାକିସ୍ତାନ!

Danish Kaneria On ODI World Cup 2023: ଭାରତ ଓ ପାକିସ୍ଥାନ (India vs Pakistan) ଏହିପରି ଦୁଇଟି ଦେଶ ଯାହା କ୍ରିକେଟ୍ ପଡ଼ିଆ ଠାରୁ ଆରମ୍ଭ କରି ସୀମା ପର୍ଯ୍ୟନ୍ତ ଚିର ପ୍ରତିଦ୍ୱନ୍ଦ୍ୱୀ ବୋଲି ମନେ କରାଯାଏ । ଟି-20 ବିଶ୍ୱକପ (ICC T20 World Cup 2022) ପରେ ଉଭୟ ଦେଶର ଦଳ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ (IND vs PAK) ହୋଇନାହାଁନ୍ତି । ଏହା ସତ୍ତ୍ୱେ ଭାରତ ଓ ପାକିସ୍ତାନ ମ୍ୟାଚ (IND vs PAK Match) କୁ ନେଇ ନିରନ୍ତର ଆଲୋଚନା ହେଉଛି । ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ଓ ଏସିଆ କପ୍ (Asia Cup 2023) ଭଳି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ମୁହାଁମୁହିଁକୁ ନେଇ କ୍ରିକେଟ ପ୍ରଶଂସକମାନେ ଉତ୍ସୁକତାର ସହ ଚାହିଁ ବସିଛନ୍ତି । କିନ୍ତୁ ଫ୍ୟାନ୍ସଙ୍କୁ ଝଟକା ଲାଗି ପାରେ । ଏହି ଟୁର୍ଣ୍ଣାମେଣ୍ଟଗୁଡିକକୁ ନେଇ ବିତର୍କ ଜାରି ରହିଛି । କିନ୍ତୁ ବର୍ତ୍ତମାନ ଏହି ବିତର୍କ ଏକ ନୂଆ ମୋଡ଼ ନେଉଥିବା ଜଣାପଡିଛି ।

ଉଲ୍ଲେଖନୀୟ କଥା ହେଉଛି, ଚଳିତ ବର୍ଷ ପାକିସ୍ତାନ (Pakistan) ଏସିଆ କପ୍ (Asia Cup 2023) ଆୟୋଜନ କରିବ । ଯେଉଁଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆ (Team India) କୁ ପାକିସ୍ତାନ ଯିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛି । ଯାହା ପରେ ଏହାକୁ ବିତର୍କ ଜାରି ରହିଛି । ଏଥି ସହ ପାକିସ୍ତାନ ଦାବି କରିଛି ଯେ, ଯଦି ଭାରତ ଆମ ଦେଶକୁ ଆସେ ନାହିଁ, ତେବେ ଆମେ ODI ବିଶ୍ୱକପ (ODI World Cup 2023) ପାଇଁ ଭାରତ ଗସ୍ତ କରିବୁ ନାହିଁ । ତଥାପି, ଆନୁଷ୍ଠାନିକ ଭାବରେ ଏହି କଥା ଉପରେ ଏପର୍ଯ୍ୟନ୍ତ ମୋହର ଲାଗିନାହିଁ । ସେପଟେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ (Danish Kaneria) ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ।

ଦାନିଶ କାନେରିଆ (Danish Kaneria) ବିଶ୍ୱକପ (ODI World Cup 2023) ବିଷୟରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, "ପାକିସ୍ତାନୀ କ୍ରିକେଟ୍ ଦଳ (Pakistan Cricket Team) ଆଗାମୀ ବିଶ୍ୱକପ ପାଇଁ ଭାରତ ଗସ୍ତ କରିବ ନାହିଁ । ଦୁଇ କିମ୍ବା ତିନି ଦିନ ମଧ୍ୟରେ ଏହା ନିଶ୍ଚିତ ହୋଇଯିବ । ଯଦି ଦୁବାଇ କିମ୍ବା କତାରରେ ଏସିଆ କପ୍ (Asia Cup 2023) ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ ହୁଏ, ତେବେ ଏହା ଏକ ବଡ଼ କଥା ହେବ ।"

ଅଧିକ ପଢ଼ନ୍ତୁ:-ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ହଠାତ୍ ବାହାର ହେଲେ ଏହି ଘାତକ ଖେଳାଳି

ଏସିଆ କପ୍ ୨୦୨୩ (Asia Cup 2023) ର ଭେନ୍ୟୁକୁ ନେଇ ଏସୀୟ କ୍ରିକେଟ୍ ପରିଷଦର ବୈଠକ ଅନୁଷ୍ଠିତ ହୋଇସାରିଛି । ଯାହା ଉପରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରି ନାହିଁ । ଏହି ନିଷ୍ପତ୍ତି ଏସିସି ଦ୍ୱାରା ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ତେବେ ଏସିଆ କପ୍‌ର ସ୍ଥାନ ସମ୍ପର୍କରେ ୟୁଏଇର ନାମ ଶୀର୍ଷରେ ରହିଛି । ମାର୍ଚ୍ଚରେ ଏହି ପ୍ରସଙ୍ଗରେ ଏକ ଆଧିକାରୀକ ନିଷ୍ପତ୍ତି ନିଆଯିବ ।