CSK vs MI: ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ
Advertisement
Article Detail0/zeeodisha/odisha1683772

CSK vs MI: ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ

CSK vs MI Match Highlights: ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ମୁମ୍ବାଇକୁ ପରାସ୍ତ କରିଛି ଚେନ୍ନାଇ। ଶନିବାର  ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ ଷଷ୍ଠ ବିଜୟ ହାସଲ କରିବା ସହିତ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି। ଅନ୍ୟପଟେ ମୁମ୍ବାଇ ୧୦ ପଏଣ୍ଟ ପାଇବା ସହ ଷଷ୍ଠ ସ୍ଥାନରେ ରହିଛି।

CSK vs MI: ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ

CSK vs MI Match Result: ଚଳିତ ଆଇପିଏଲ୍ ସଂସ୍କରଣର ପଞ୍ଚମ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମେ ୬ ତାରିଖ ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଭେଟେରାନ ଏମଏସ ଧୋନୀଙ୍କ ନେତୃତ୍ୱାଧିନ  ସିଏସକେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ କୁ ୬ ୱିକେଟରେ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ୪୯ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ ଷଷ୍ଠ ବିଜୟ ହାସଲ କରିବା ସହିତ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି। 

ନିଜର ଘରୋଇ ଗ୍ରାଉଣ୍ଡ ଚେପକ ଷ୍ଟାଡିୟମ ଠାରେ ଖେଳୁଥିବା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ଦଳର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୩୯ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା।  ମୁମ୍ବାଇ ପକ୍ଷରୁ ଦିଆଯାଇଥିବା ୧୪୦ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୭.୪ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହିତ ଚେନ୍ନାଇ ଦଳ ୧୩ ପଏଣ୍ଟ ପାଇବା ସହି ଟେବୁଲ ତାଲିକାରେ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଛି। ଅନ୍ୟପଟେ ମୁମ୍ବାଇ ୧୦ ପଏଣ୍ଟ ପାଇବା ସହ ଷଷ୍ଠ ସ୍ଥାନରେ ରହିଛି।

ଚେନ୍ନାଇ ପାଖରୁ ମିଳିଥିବା ପରାଜୟ ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଜଣେ ଖେଳାଳିଙ୍କୁ ମନେ ପକାଇଥିଲେ। ଏନେଇ ପ୍ରତିକ୍ରିୟା ରଖି ରୋହିତ ଶର୍ମା କହିଛନ୍ତି, 'ମୁଁ ସବୁଆଡେ ଅନୁଭବ କରୁଛି। (କ’ଣ ଭୁଲ୍ ହେଲା), ଆମେ ଯଥେଷ୍ଟ ରନ୍ ସ୍କୋର କରିନାହୁଁ। ଏହି କାରଣରୁ ବୋଲର ପାଖରେ ସଞ୍ଚୟ କରିବାକୁ ପର୍ଯ୍ୟାପ୍ତ ରନ୍ ନଥିଲା। ବ୍ୟାଟିଂ ୟୁନିଟ୍ ଭାବରେ ଏହା ଆମ ପାଇଁ  ଏହା ଏକ ଅଫ୍ ଦିନ ଥିଲା। ସେ ଶନିବାର ହୋଇଥିବା ମୁକାବିଲାରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହା ଉପରେ ରୋହିତ ଶର୍ମା କହିଛନ୍ତି, ଆମେ ଯାହା ଆରାମଦାୟକ ଏବଂ ଠିକ୍ ଅନୁଭବ କରିଥିଲୁ ତାହା କରିଥିଲୁ।

ରୋହିତ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ତିଲକ ବର୍ମାଙ୍କ ଦୁର୍ଭାଗ୍ୟଜନକ ପ୍ରସ୍ଥାନ ପରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ପିନ୍ ବିପକ୍ଷରେ ମଧ୍ୟମ ଓଭରରେ ବ୍ୟାଟିଂ କରିବା ଆବଶ୍ୟକ ରହିଥିଲା। ହେଲେ ଆମେ ମାତ୍ର ୧୬ ରନ୍ ପାଇଁ ଆମର ୩ ୱିକେଟ୍ ହରାଇଥିଲୁ। ପୀୟୁଷ ଚାୱଲା ପ୍ରକୃତରେ ଭଲ ବୋଲିଂ କରୁଛନ୍ତି। ଅନ୍ୟ ବୋଲର ତାଙ୍କ ଚାରିପାଖରେ ରାଲି କରିବାର ଆବଶ୍ୟକ ରହିଛି। ଯାହା ଦଳ ଆବଶ୍ୟକ କରେ। ସମସ୍ତଙ୍କୁ ଆଗକୁ ଆସି ସହଯୋଗ କରିବାକୁ ପଡିବ। ଏହି ସଂସ୍କରଣରେ ସେପରି କୌଣସି ଘରୋଇ ଗ୍ରାଉଣ୍ଡ ସୁବିଧା ନାହିଁ। ସମସ୍ତେ ଘରେ ଜିତିଛନ୍ତି ଏବଂ ହାରିଛନ୍ତି। ଆମକୁ ତିନୋଟି ବିଭାଗ ଠିକ୍ କରିବାକୁ ପଡିବ। ଆମେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଆମର ଘରୋଇ ପଡ଼ିଆ ମୁମ୍ବାଇ ଠାରେ ଖେଳିବୁ। ଦେଖିବା ପରେ କଣ ହେଉଛି।

ଶନିବାର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଶ୍ରୀଲଙ୍କା ବୋଲର ମଥିଶା ପଥିରାନା ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭର ବୋଲି ୧୫ ରନ୍ ବ୍ୟୟରେ ୩ ୱିକେଟ୍ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ମନୋନୀତ କରାଯାଇଥିଲା। ପେସର୍ ଦୀପକ ଚହର ଏବଂ ତୁଷାର ଦେଶପାଣ୍ଡେ ୨-୨ ୱିକେଟ୍ ନେଇଥିଲେ।   

୯ ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଏହା ସହିତ ଏପରି ଘଟିଛି, ​​ଯେତେବେଳେ ଲିଗ୍ ର ଉଭୟ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ପରାଜୟ ବରଣ କରିବାକୁ ପଡିଲା। ଏହା ପୂର୍ବରୁ ୨୦୧୪ ସଂସ୍କରଣରେ ଦେଖିବାକୁ ମିଳିଥିଲା। ​ଯେତେବେଳେ ଲିଗ୍ ପର୍ଯ୍ୟାୟର ଉଭୟ ମ୍ୟାଚ୍ ରେ ମୁମ୍ବାଇ ଚେନ୍ନାଇ ଦ୍ୱାରା ପରାସ୍ତ ହୋଇଥିଲା। ଚଳିତ ସଂସ୍କରଣରେ ୱାନଖେଡେ ଷ୍ଟାଡିୟମ ଠାରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ପରାସ୍ତ ହେବାକୁ ପଡିଥିଲା।