Cristiano Ronaldo Salary: ମହାଡିଲରୁ ପ୍ରତି ଘଣ୍ଟାରେ ୨୧ ଲକ୍ଷ ଟଙ୍କା ଆୟ କରିବେ ରୋନାଲ୍ଡୋ! ପଛକୁ ରହିଗଲେ ମେସି-ଏମ୍ବାପେ
Advertisement
Article Detail0/zeeodisha/odisha1512644

Cristiano Ronaldo Salary: ମହାଡିଲରୁ ପ୍ରତି ଘଣ୍ଟାରେ ୨୧ ଲକ୍ଷ ଟଙ୍କା ଆୟ କରିବେ ରୋନାଲ୍ଡୋ! ପଛକୁ ରହିଗଲେ ମେସି-ଏମ୍ବାପେ

Cristiano Ronaldo Salary: ମଞ୍ଚେଷ୍ଟର ୟୁନାଇଟେଡ କ୍ଲବରୁ ବାହାର ହେବା ପରେ ବର୍ତ୍ତମାନ ରୋନାଲ୍ଡୋ ପ୍ରଥମ ଥର ପାଇଁ ୟୁରୋପ ବାହାରେ ସାଉଦି ଆରବ ଫୁଟବଲ କ୍ଲବ ଅଲ ନାସରରେ ଯୋଗ ଦେଇଛନ୍ତି । ଏହାକୁ ମଧ୍ୟ ପୂର୍ବ ଫୁଟବଲ ପାଇଁ ଏକ ପ୍ରମୁଖ ଘଟଣା ଭାବରେ ଦେଖାଯାଉଛି । ଅଲ ନାସର ପାଞ୍ଚ ଥର ବ୍ୟାଲନ ଡି’ର ବିଜେତା ରୋନାଲ୍ଡୋଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛି, ଯେଉଁଥିରେ ସେ ଦଳର ଜର୍ସି ଧରିଥିବାର ନଜରକୁ ଆସିଛନ୍ତି ।

Cristiano Ronaldo Salary: ମହାଡିଲରୁ ପ୍ରତି ଘଣ୍ଟାରେ ୨୧ ଲକ୍ଷ ଟଙ୍କା ଆୟ କରିବେ ରୋନାଲ୍ଡୋ! ପଛକୁ ରହିଗଲେ ମେସି-ଏମ୍ବାପେ

Cristiano Ronaldo Salary: ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ରେ ସାଧାରଣ ପ୍ରଦର୍ଶନ ଓ ବଢ଼ୁଥିବା ବୟସ ସତ୍ତ୍ୱେ ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ଙ୍କର ଚାହିଦା କମ୍ ହୋଇନାହିଁ । ମଞ୍ଚେଷ୍ଟର ୟୁନାଇଟେଡ କ୍ଲବରୁ ବାହାର ହେବା ପରେ ବର୍ତ୍ତମାନ ରୋନାଲ୍ଡୋ ପ୍ରଥମ ଥର ପାଇଁ ୟୁରୋପ ବାହାରେ ସାଉଦି ଆରବ ଫୁଟବଲ କ୍ଲବ ଅଲ ନାସର (Al Nassr) ରେ ଯୋଗ ଦେଇଛନ୍ତି । ଏହାକୁ ମଧ୍ୟ ପୂର୍ବ ଫୁଟବଲ ପାଇଁ ଏକ ପ୍ରମୁଖ ଘଟଣା ଭାବରେ ଦେଖାଯାଉଛି । ଅଲ ନାସର ପାଞ୍ଚ ଥର ବ୍ୟାଲନ ଡି’ର ବିଜେତା ରୋନାଲ୍ଡୋଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛି, ଯେଉଁଥିରେ ସେ ଦଳର ଜର୍ସି ଧରିଥିବାର ନଜରକୁ ଆସିଛନ୍ତି ।

କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ଅଲ ନାସର (Al Nassr) କ୍ଲବ ସହ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି । ଅଲ ନାସର କ୍ଲବ କହିଛି ଯେ, "ଏହି ଚୁକ୍ତିରୁ ନା କେବଳକୁ ବଡ଼ ସଫଳତା ହାସଲ କରିବା ପାଇଁ କ୍ଲବକୁ ପ୍ରେରଣା ଯୋଗାଇବ, ବରଂ ଏହା ଆମ ଲିଗ୍, ଆମ ଦେଶ ଏବଂ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ସର୍ବଶ୍ରେଷ୍ଠ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ।" ୩୭ ବର୍ଷୀୟ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ଙ୍କ କ୍ୟାରିୟରର ଏହା ଅନ୍ତିମ ଚୁକ୍ତି ହୋଇପାରେ । ଏହି ଡିଲରୁ ତାଙ୍କୁ ପ୍ରଚୁର ଅର୍ଥ ମିଳିବ । ମିଡିଆ ରିପୋର୍ଟ ଅନୁଯାୟୀ, ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ଏହି ଚୁକ୍ତିରୁ ବାର୍ଷିକ ୨୦୦ ନିୟୁତ ୟୁରୋ (ପ୍ରାୟ ୧୭୭୫ କୋଟି ଟଙ୍କା) ରୋଜଗାର କରିପାରନ୍ତି, ଯାହା ତାଙ୍କୁ ଫୁଟବଲ ଇତିହାସରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କରିଥିବା ଖେଳାଳି କରିବ । ସେପଟେ କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ଏକ ବୟାନରେ କହିଛନ୍ତି ଯେ, ସେ ଅଲଗା ଏକ ଦେଶରେ ନୂଆ ଫୁଟବଲ ଲିଗ୍ ଅନୁଭବ କରିବାକୁ ଆଗ୍ରହୀ ଅଛନ୍ତି ।

ଫୁଟବଲ ଇତିହାସରେ ୫ଟି ସବୁଠାରୁ ବଡ଼ ଡିଲ୍

୧. ରୋନାଲ୍ଡୋ-ଅଲ ନାସର-୧୭୭୫ କୋଟି ଟଙ୍କା 

୨. କିଲିଆନ୍ ଏମ୍ବାପେ-PSG-୧୦୫୯ କୋଟି ଟଙ୍କା 

୩. ଲିଓନେଲ ମେସି-PSG-୯୧୮ କୋଟି ଟଙ୍କା 

୪. ରୋନାଲ୍ଡୋ-ମଞ୍ଚେଷ୍ଟର ୟୁନାଇଟେଡ-୮୨୭ କୋଟି ଟଙ୍କା

୫. ନେମାର-PSG-୭୧୯ କୋଟି ଟଙ୍କା 

ଅଧିକ ପଢ଼ନ୍ତୁ:-ଯେଉଁଠି ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଘଟିଥିଲା, ସେଠାରେ ନଥିଲା ଖାଲ! ତେବେ କେମିତି ହେଲା ଦୁର୍ଘଟଣା, ପଢ଼ନ୍ତୁ ପୂରା ଖବର

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ଅଧିକ ପଢ଼ନ୍ତୁ:-ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ଚୟନ କରିବ BCCI, ଟିମ୍ ଇଣ୍ଡିଆରେ ଏହି ୭ ଖେଳାଳିଙ୍କ ସ୍ଥାନ ପକ୍କା ତ ଏମାନଙ୍କୁ ମିଳିଲାନି ସ୍ଥାନ!

 

ଯେତେବେଳେ କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo) ମଞ୍ଚେଷ୍ଟର ୟୁନାଇଟେଡ ସହିତ ଥିଲେ, ସେ ପ୍ରତି ସପ୍ତାହରେ ପ୍ରାୟ ୫ କୋଟି ଟଙ୍କା ରୋଜଗାର କରୁଥିଲେ । ଅନ୍ୟପଟେ ବର୍ତ୍ତମାନ ସେ ପ୍ରତି ସପ୍ତାହରେ ୩୪ କୋଟିରୁ ଅଧିକ ଆୟ କରିବେ । ସାଉଦି ଫୁଟବଲ କ୍ଲବ ଅଲ ହିଲାଲ ତରଫରୁ ରୋନାଲ୍ଡୋଙ୍କୁ ପ୍ରାୟ ୩,୦୦୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସହ ଯୋଡ଼ିବାକୁ କିଛି ମାସ ପୂର୍ବେ ଅଫର ଦିଆଯାଇଥିଲା । କିନ୍ତୁ ପରେ ରୋନାଲ୍ଡୋ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ମଞ୍ଚେଷ୍ଟର ୟୁନାଇଟେଡ ସହିତ ରହିବାକୁ ପସନ୍ଦ କରିଥିଲେ ।

କାତାର ଫିଫା ବିଶ୍ୱକପ ୨୦୨୩ରେ ରୋନାଲ୍ଡୋଙ୍କୁ ନିରାଶ କରିଥିଲା । ତାଙ୍କ ଦଳ ନକ୍ଆଉଟ୍ ରାଉଣ୍ଡ ମ୍ୟାଚ୍ ପାଇଁ ପ୍ରାରମ୍ଭିକ ଏକାଦଶରେ ସାମିଲ ହୋଇପାରି ନଥିଲା । ପର୍ତ୍ତୁଗାଲକୁ କ୍ୱାର୍ଟର ଫାଇନାଲ ମୋରୋକ୍କୋ ପରାସ୍ତ କରିଥିଲା । ରୋନାଲ୍ଡୋ ପୂର୍ବରୁ ମଞ୍ଚେଷ୍ଟର ୟୁନାଇଟେଡ ଓ ରିଅଲ ମାଡ୍ରିଡ ଭଳି ଶୀର୍ଷ ଫୁଟବଲ କ୍ଲବ ପାଇଁ ଖେଳିଛନ୍ତି, ଯାହାଙ୍କ ସହ ସେ ଚାମ୍ପିଅନ୍ସ ଲିଗ ମଧ୍ୟ ଜିତିଛନ୍ତି ।

ଦୁଇ ବର୍ଷର ଚୁକ୍ତିରୁ ରୋନାଲ୍ଡୋଙ୍କ ହେଉଥିବା ଆୟ 

ପ୍ରତି ବର୍ଷ- ୨୦୦ ମିଲିୟନ ୟୁରୋ 
ପ୍ରତି ମାସ-୧୬,.୧୬ ମିଲିୟନ ୟୁରୋ 
ପ୍ରତି ସପ୍ତାହ- ୩.୮୮୮ ମିଲିୟନ ୟୁରୋ 
ପ୍ରତିଦିନ- ୫୫୫,୫୫୫ ମିଲିୟନ ୟୁରୋ 
ପ୍ରତି ଘଣ୍ଟା-୨୩,୧୫୦ ମିଲିୟନ ୟୁରୋ 
ପ୍ରତି ମିନିଟ-୩୮୬ ମିଲିୟନ ୟୁରୋ 
ସେକେଣ୍ଡ-୬.୫ ମିଲିୟନ ୟୁରୋ